Odisha Forum seeks Presidential intervention: ହସ୍ତକ୍ଷେପ ପାଇଁ ସ୍ମାରକପତ୍ର ପ୍ରଦାନ କଲା ଓଡ଼ିଶା ଫୋରମ୍

Jul 08, 2026 - 22:31
Odisha Forum seeks Presidential intervention: ହସ୍ତକ୍ଷେପ ପାଇଁ ସ୍ମାରକପତ୍ର ପ୍ରଦାନ କଲା ଓଡ଼ିଶା ଫୋରମ୍

ଇସ୍କନ ମନମାନୀରେ ଲଗାମ୍ ପାଇଁ ବଢିଲା ଚାପ। ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଫେରାଦ ହେଲା ଓଡ଼ିଶା ଫୋରମ୍ । ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ରଥଯାତ୍ରାର ପବିତ୍ରତା ରକ୍ଷା ପାଇଁ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରିଛି ଓଡ଼ିଶା ଫୋରମ୍ । ଶାସ୍ତ୍ରସମ୍ମତ ପରମ୍ପରା, ପବିତ୍ରତା ଓ ମୌଳିକ ସ୍ୱରୂପର ସୁରକ୍ଷା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।  ସ୍ମାରକପତ୍ରରେ ରାଷ୍ଟ୍ରପତିଙ୍କ ନିକଟରେ ଚାରୋଟି ପ୍ରମୁଖ ଅନୁରୋଧ ରଖାଯାଇଛି । 

ସେଗୁଡ଼ିକ ହେଲା- ମାୟାପୁରସ୍ଥିତ ମୁଖ୍ୟାଳୟ ମାଧ୍ୟମରେ ଇସ୍କନ୍ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ପ୍ରଦାନ । ଆଷାଢ଼ ଶୁକ୍ଳ ଦ୍ୱିତୀୟାରୁ ନଅ ଦିନିଆ ସମୟ ମଧ୍ୟରେ ରଥଯାତ୍ରା ପାଳନ । ଦେଶ ଓ ବିଦେଶରେ ସମସ୍ତ ରଥଯାତ୍ରା ଆୟୋଜନ ପୁରୀ ସହ ସମନ୍ୱିତ କରନ୍ତୁ । ପୁରୀ ରଥଯାତ୍ରାକୁ ଭାରତର ଅଦ୍ୱିତୀୟ ଐତିହ୍ୟ ଭାବେ ସ୍ୱୀକୃତି ପ୍ରଦାନ କରାଯାଉ ଏବଂ ପୁରୀ ରଥଯାତ୍ରାକୁ ୟୁନେସ୍କୋର ‘ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ’ରେ ସ୍ଥାନୀତ ଉଦ୍ୟମ ହେଉ ବୋଲି ଦାବି କରାଯାଇଛି । 

ବାରମ୍ବାର ଇସ୍କନ ଜଗନ୍ନାଥ ସଂସ୍କୃତିକୁ ଅମାନ୍ୟ  କରୁଥିବାବେଳେ ଏଥିରେ ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ଓଡ଼ିଶା ଫୋରମ୍ । ଏପଟେ ନିଳାଦ୍ରୀ ବିଜେ ପରେ ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧିମଣ୍ଡଳୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିବା ସହିତ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।