Odisha Launches Gyanodaya Scheme, Free Education from KG to PG from 2026-27

Jul 09, 2026 - 00:09
Odisha Launches Gyanodaya Scheme, Free Education from KG to PG from 2026-27

#ଜ୍ଞାନୋଦୟ_ଯୋଜନାର_ଶୁଭାରମ୍ଭ
ଜ୍ଞାନୋଦୟ ଯୋଜନାର ଶୁଭାରମ୍ଭ କଲେ ରାଜ୍ୟ ସରକାର । କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ଜ୍ଞାନୋଦୟ ଯୋଜନାର ଶୁଭାରମ୍ଭ ହୋଇଛି । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଲାଗୁ ହେବ ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଯୋଜନାରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ନାମଲେଖା ସଂପୂର୍ଣ୍ଣ ମାଗଣା ହେବ । ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ନାମଲେଖା ଦେୟ ପଡ଼ିବନି। ଗତ ଏକ ତାରିଖରେ ଏହି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଥିଲା । ଯୋଜନା ଅନୁସାରେ, ରେଗୁଲାର୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ସମ୍ପୂର୍ଣ୍ଣ ନାମଲେଖା ଫି’ ଛାଡ଼ କରାଯିବ। ତେବେ ସେଲ୍ଫ-ଫାଇନାନସିଂ, ବୃତ୍ତିଗତ ଓ ବୈଷୟିକ ଶିକ୍ଷା ଏହାର ଅନ୍ତର୍ଭୁକ୍ତ ନୁହେଁ। ସରକାର ଏଥିପାଇଁ ବାର୍ଷିକ ୮୯୫ କୋଟି ବହନ କରିବାକୁ ପଡ଼ିବ। ଆସନ୍ତା ୫ ବର୍ଷରେ ୫ ହଜାର ୪୬୭ କୋଟି ବ୍ୟୟ ହେବ। ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ ତାହା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
#GyanodayaYojana#KGtoPG#FreeEducation#OdishaEducation#MohanMajhi#OdishaGovernment#EducationForAll#SchoolEducation#HigherEducation#OdishaNews#BreakingNews#StudentNews#EducationPolicy#OdishaTV#OTV

The Odisha Government has officially launched the Gyanodaya Scheme to provide free education from KG to PG, beginning with the 2026-27 academic session. The School and Mass Education Department has issued a notification stating that admissions in government and government-aided educational institutions will be completely free for students enrolled in regular courses. Under the scheme, students will not have to pay admission fees up to postgraduate education, although self-financing, professional and technical courses have been kept outside its ambit. The proposal had received Cabinet approval earlier this month. The state government will spend nearly ₹895 crore annually and around ₹5,467 crore over the next five years for implementation. Chief Minister Mohan Charan Majhi said the objective is to ensure that no student is deprived of education due to financial constraints.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।