West Indies: ଭାରତ ଗସ୍ତ ଲାଗି ଇଣ୍ଡିଜ୍‌ ଦଳ ଘୋଷିତ

Sep 20, 2026 - 10:42
West Indies: ଭାରତ ଗସ୍ତ ଲାଗି ଇଣ୍ଡିଜ୍‌ ଦଳ ଘୋଷିତ

"ନୂଆଦିଲ୍ଲୀ: ଭାରତ ବିପକ୍ଷ ଧଳାବଲ୍‌ (୩ ଦିନିକିଆ ଓ ୫ ଟ୍ବେଣ୍ଟି-୨୦) କ୍ରିକେଟ୍‌ ଶୃଙ୍ଖଳା ଲାଗି ଭ୍ରମଣାକାରୀ ୱେଷ୍ଟଇଣ୍ଡିଜ୍‌ ଦଳ ଘୋଷିତ ହୋଇଛି।

ଦଳର ନେତୃତ୍ବ ଭାର ସାଇ ହୋପ୍‌ଙ୍କ କାନ୍ଧରେ ରହିଛି।

ତେବେ ତାରକା ଅଲ୍‌ରାଉଣ୍ଡର ଜାସନ୍‌ ହୋଲଡରଙ୍କୁ ଏହି ଶୃଙ୍ଖଳାରେ ବିଶ୍ରାମ ଦିଆଯାଇଥିଲା ବେଳେ ସିମ୍ରନ ହେଟ୍‌ମାୟର କେବଳ ଟ୍ବେଣ୍ଟି-୨୦ ଦଳରେ ରହିଛନ୍ତି।

ହେଟ୍‌ମାୟର ଆହତ ଥିବାରୁ ସେ ଦଳ ସହ ଟ୍ବେଣ୍ଟି-୨୦ ଶୃଙ୍ଖଳା ବେଳେ ଯୋଗଦେବେ ବୋଲି କ୍ରିକେଟ୍‌ ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ୱେଷ୍ଟଇଣ୍ଡିଜ୍‌ ଦଳ ୨୧ରେ ଭାରତ ପହଞ୍ଚିବା ପରେ ସେପ୍ଟେମ୍ବର ୨୭ରେ ଘରୋଇ ଦଳ ବିପକ୍ଷରେ ପ୍ରଥମ ଦିନିକିଆ ତିରୁଅନନ୍ତପୁରମ୍‌ରେ ଖେଳିବ।

ଏହାପରେ ଗୁଆହାଟୀ (ସେପ୍ଟେମ୍ବର ୩୦), ନ୍ୟୁଚଣ୍ଡିଗଡ଼ (ଅକ୍ଟୋବର ୩)ରେ ଦୁଇଟି ଦିିନିକିଆ ଖେଳିବ।

ଟ୍ବେଣ୍ଟି-୨୦ ଶୃଙ୍ଖଳା ଅକ୍ଟୋବର ୬, ୯, ୧୧, ୧୪ ଓ ୧୭ ତାରିଖରେ ଯଥାକ୍ରମେ ଲକ୍ଷ୍ନୌ, ରାଞ୍ଚି, ଇନ୍ଦୋର, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଖେଳାଯିବ।Advertisment ଅଧିନାୟକ ସାଇ ହୋପ୍‌ ଦିନିକିଆ ଦଳ: ସାଇ ହୋପ୍‌ (ଅଧିନାୟକ), ଜେୱେଲ ଆଣ୍ଡ୍ରିଉ, ଜନ୍‌ କାମ୍ପବେଲ, କାସି କାର୍ଟି, ରସ୍ତନ ଚେଜ୍‌, ମାଥ୍ୟୁ ଫୋର୍ଡେ, ଜଷ୍ଟିନ୍‌ ଗ୍ରେଭ୍‌ସ, ଅମୀର ଜାଙ୍ଗୁ, ଅଲ୍‌ଜାରି ‌ଯୋଶେଫ, ଶାମର ଯୋଶେଫ, ଭିତେଲ ଲୱେଜ୍‌, ଗୁଡ଼କେଶ ମୋତି, କୀ‌ମୋ ପଲ୍‌, ଶେର୍ଫାନେ ରଦରଫୋର୍ଡ, ଜୟଦେନ ସିଲ୍‌ସ।

Asian Games: ଏସୀୟ କ୍ରୀଡ଼ା ଉଦ୍‌ଘାଟିତ: ଭାରତୀୟ ଦଳର ନେତୃତ୍ୱ ନେଲେ ମନୁ, ପବନ ଟ୍ବେଣ୍ଟି-୨୦ ଦଳ: ସାଇ ହୋପ୍‌ (ଅଧିନାୟକ), ଜେୱେଲ ଆଣ୍ଡ୍ରିଉ, ରସ୍ତନ ଚେଜ୍‌, ମାଥ୍ୟୁ ଫୋର୍ଡେ, ସିମ୍ରନ ହେଟ୍‌ମାୟର, ଅକିଲ ହୁସେନ, ଶାମର ଯୋଶେଫ, ଗୁଡ଼କେଶ ମୋତି, କୀ‌ମୋ ପଲ୍‌, କାମିଲ ପୂରନ, ରୋଭମାନ ପାୱେଲ, ଶେର୍ଫାନେ ରଦରଫୋର୍ଡ, କ୍ବିଣ୍ଟିନ ସାମ୍ପସନ୍‌, ରୋମାରିଓ ଶେଫର୍ଡ, ଶାମର ସ୍ପ୍ରିଙ୍ଗର।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)