Asian Games: ଟେକ୍‌ବଲ୍‌ରେ ଅଳ୍ପକେ ୨ କାଂସ୍ୟ ହାତଛଡ଼ା

Sep 20, 2026 - 11:13
Asian Games: ଟେକ୍‌ବଲ୍‌ରେ ଅଳ୍ପକେ ୨ କାଂସ୍ୟ ହାତଛଡ଼ା

"ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ରବିବାର ଟେକ୍‌ବଲ୍‌ରେ ଦୁଇଟି କାଂସ୍ୟ (ମହିଳା ଏକକ ଓ ମିଶ୍ରିତ ଯୁଗଳ) ଅଳ୍ପକେ ହାତଛଡ଼ା ହୋଇଛି।

ମହିଳା ଏକକ ସେମିଫାଇନାଲ୍‌ରେ ହାରି କାଂସ୍ୟ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ଭାରତର କ୍ବିମ୍‌ସି ଡିସୌଜା କଡ଼ା ସଂଘର୍ଷ କରି ୦-୨ (୧୧-୧୨, ୧୧-୧୨)ରେ ବିଶ୍ବର ୭ ନମ୍ବର ୟୁଇନା ସାକାମୋତୋଙ୍କଠୁ ହାରି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲେ।Advertisment କାଂସ୍ୟ ମୁକାବିଲାରେ ପରାସ୍ତ ହୋଇ ପଦକରୁ ବଞ୍ଚିତ ଏହା ପୂର୍ବରୁ ମିଶ୍ରିତ ଯୁଗଳରେ ଏହି ମୁମ୍ବାଇ ଯୁବତୀ ଓ ତାଙ୍କ ସାଥୀ ମହମ୍ମଦ ଆନସ ବେଗ୍‌ ମଧ୍ୟ କାଂସ୍ୟ ମୁକାବିଲାରେ ପରାସ୍ତ ହୋଇ ପଦକରୁ ବଞ୍ଚିତ ହୋଇଛନ୍ତି।

ଏହି ଭାରତୀୟ ଯୋଡ଼ି ୦-୨ (୯-୧୨, ୬-୧୨)ରେ ହୁଆଙ୍ଗ ମିନ୍‌ ତାନ୍‌ ଗୁଏଁ ଓ ଜିଆ ଗି ତ୍ରିନ୍‌ଙ୍କଠୁ ହାରି ଯାଇଥିଲେ।

West Indies: ଭାରତ ଗସ୍ତ ଲାଗି ଇଣ୍ଡିଜ୍‌ ଦଳ ଘୋଷିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)