West Asia War: ହୁତିଙ୍କ ଉପରେ ଆମେରିକା ଆକ୍ରମଣ କରୁ ବୋଲି ସାଉଦି ଆରବ ଚାହୁଥିଲା!

Sep 11, 2026 - 17:40
West Asia War: ହୁତିଙ୍କ ଉପରେ ଆମେରିକା ଆକ୍ରମଣ କରୁ ବୋଲି ସାଉଦି ଆରବ ଚାହୁଥିଲା!

"ରିୟାଦ: ପଶ୍ଚିମ ଏସିଆରେ ଚଳିତ ବର୍ଷ ଫେବ୍ରୁଆରି ୨୮ ତାରିଖରେ ଆରମ୍ଭ ହୋଇଥିବା ସଂଘର୍ଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଇରାନ ଓ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ସାଉଦି ଆରବ ଓ ୟେମେନର ହୁତି ବିଦ୍ରୋହୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧିର କାରଣ ହୋଇଛି।Advertisment ରିପୋର୍ଟ ଅନୁଯାୟୀ, ସାଉଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନ ହୁତି ବିଦ୍ରୋହୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକାକୁ ଅନୁରୋଧ କରିଥିଲେ।

ଏକ୍ସିଓସ୍‌ର ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରସଙ୍ଗରେ ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଫୋନ୍‌ରେ ଦୁଇଥର କଥା ହୋଇଥିଲେ।

ହୁତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରିବାକୁ ସେ ଟ୍ରମ୍ପଙ୍କୁ ଦୁଇଥର ଫୋନ୍‌ରେ କହିଥିଲେ।

ହୁତିମାନେ ଲୋହିତ ସାଗରକୁ ଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥକୁ ଅବରୋଧ କରିଛନ୍ତି।

War: ଯୁଦ୍ଧବିରତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ; ତେହେରାନ ଅନୁମୋଦନ କଲା ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ୟେମେନରେ ବୃଦ୍ଧି ପାଉଥିବା ସଂଘର୍ଷ ବିଷୟରେ ଚିନ୍ତା ପ୍ରକାଶ କରିଥିଲେ, କିନ୍ତୁ ହୁତିମାନଙ୍କ ବିରୋଧରେ ଆକ୍ରମଣ କରିବାକୁ ଟ୍ରମ୍ପ ମନା କରିଦେଇଥିଲା।

ଏହି ବିଷୟରେ କଥା ହୋଇ ଦୁଇଜଣ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ବର୍ତ୍ତମାନ ହୁତିମାନଙ୍କ ବିରୋଧରେ ସିଧାସଳଖ ସାମରିକ ହସ୍ତକ୍ଷେପ କରିବାର କୌଣସି ଯୋଜନା ନାହିଁ।

ଆମେରିକାର କେନ୍ଦ୍ରୀୟ କମାଣ୍ଡ କମାଣ୍ଡର ଆଡମିରାଲ ବ୍ରାଡ କୁପର ରିୟାଦ ଗସ୍ତ କରିଥିଲେ ଓ ଜରୁରୀ ସମନ୍ୱୟ ବୈଠକରେ ଅଂଶଗ୍ରହଣ କରିଥିଲେ।

ତଥାପି, ଏହି ବିଷୟରେ ହ୍ୱାଇଟ୍ ହାଉସ୍ କିମ୍ବା ସାଉଦି ଆରବ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ବିବୃତି ଦିଆଯାଇ ନାହିଁ।

ଜୁଲାଇ ୨୦୨୬ ରେ ସାଉଦି ଆରବ ଓ ହୁତିମାନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା ଯେତେବେଳେ ସାଉଦି ଆରବ ଏକ ଇରାନୀ ବିମାନକୁ ୟେମେନର ରାଜଧାନୀ ସାନାରେ ଅବତରଣ କରିବାକୁ ବାରଣ କରିଥିଲା।

ହୁତି ବିଦ୍ରୋହୀଙ୍କର ଜଣେ ବରିଷ୍ଠ ଅଧିକାରୀ ଏହି ବିମାନରେ ଥିଲେ।

ପରେ ହୁତିମାନେ ଲୋହିତ ସାଗରରେ ସାଉଦି ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ଆରମ୍ଭ କରିଥିଲେ।

ଏହି ଘଟଣା ପରେ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)