Weddings and Non-Vegetarian Days: ପାଞ୍ଜି ମନ୍ଥନ: ବାହାଘର ଓ ଆମିଷବାର

Sep 13, 2026 - 09:33
Weddings and Non-Vegetarian Days: ପାଞ୍ଜି ମନ୍ଥନ: ବାହାଘର ଓ ଆମିଷବାର

"ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ମାଗୁଣି ପଣ୍ଡିତ ଘର ବାରଣ୍ଡାରେ ବସି ପାଞ୍ଜି ଦେଖୁଥିଲେ।

ଏତିକିବେଳେ ଗୋବିନ୍ଦବାବୁ ଆସି ପହଞ୍ଚିଲେ।-ଆସନ୍ତୁ ଗୋବିନ୍ଦବାବୁ।

କ"ଣ ଖବର?-ଝିଆରୀର ବାହାଘର ପକ୍କା ହୋଇଗଲା।

ଗୋଟିଏ ଭଲ ଦିନ ଠିକ୍ କରିବାକୁ ଆସିଛି।-ବହୁତ ଭଲ କଥା।

ଜନ୍ମ ବିବରଣୀ ଦିଅନ୍ତୁ।ଗୋବିନ୍ଦବାବୁ କାଗଜପତ୍ର ବଢ଼ାଇଦେଲେ।

ମାଗୁଣି ପଣ୍ଡିତେ ଦୀର୍ଘ ସମୟ ଧରି ହିସାବ କଲେ।

ପରେ କହିଲେ, ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ସିଂହ-ବୃହସ୍ପତି ଯୋଗଜନିତ ଅଶୁଦ୍ଧକାଳ ଥିବାରୁ ବିବାହ କରିବା ଉଚିତ ନୁହେଁ।

କେତେକ ପାଞ୍ଜି ଡିସେମ୍ବରରେ ବାହାଘର ଦେଇଥିଲେ ମଧ୍ୟ ତାହା ଶାସ୍ତ୍ରସମ୍ମତ ନୁହେଁ।

ଦୃକ୍‌ସିଦ୍ଧ ପଞ୍ଜିକାରେ ୨୦୨୭ ଜାନୁଆରି ୨୬, ୨୭, ୨୮, ୨୯, ୩୧; ଫେବ୍ରୁଆରି ୧୦, ୧୧, ୧୬, ୨୨, ୨୪, ୨୫, ୨୬, ୨୭; ମାର୍ଚ୍ଚ ୧, ୨, ୩, ୪, ୫, ୯ ଓ ୧୦ ତାରିଖରେ ବିବାହ ରହିଛି।

ଏହା ପରର ତିଥି ପାଇଁ ନୂଆ ପାଞ୍ଜି ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ।-ତେବେ ଦୁଇଟି ଭଲ ଦିନ ବାଛିଦିଅନ୍ତୁ।Advertisment Ghee With Roti: ରୁଟିରେ ଘିଅ ଲଗାଇ ଖାଇବା କେତେ ଲାଭଦାୟକ?

ମାଗୁଣି ପଣ୍ଡିତେ ପୁଣି ହିସାବରେ ବୁଡ଼ିଗଲେ।

ବର ଓ କନ୍ୟା ଉଭୟଙ୍କର ଚନ୍ଦ୍ରଶୁଦ୍ଧି ଓ ନକ୍ଷତ୍ରଶୁଦ୍ଧି ଦେଖିଲେ।

ବରର ରବିଶୁଦ୍ଧି, କନ୍ୟାର ଗୁରୁଶୁଦ୍ଧି ବିଚାର କଲେ।

ଖଣ୍ଡାୟତ ପରିବାରରେ ସାଧାରଣତଃ ରାତିରେ ବାହାଘର ହେଉଥିବାରୁ ରାତିର ମୁହୂର୍ତ୍ତ ଓ ହାତଗଣ୍ଠି ସମୟର ଲଗ୍ନ ମଧ୍ୟ ଦେଖିଲେ।

ଶେଷରେ ସେ ଦୁଇଟି ତାରିଖ ଉପରେ ଆଙ୍ଗୁଠି ରଖି କହିଲେ, ଏହି ଦୁଇଟି ଦିନ ମୋ ମତରେ ସବୁଠାରୁ ଭଲ।

ସମସ୍ତ ଶୁଦ୍ଧି ମିଳୁଛି, ରାତିରେ ବାହାଘର ହେବ ଏବଂ ହାତଗଣ୍ଠି ବେଳକୁ ମଧ୍ୟ ଭଲ ଲଗ୍ନ ପଡୁଛି।-ନା, ଏ ଦୁଇଟି ଦିନ ହେବ ନାହିଁ।

କାରଣ ଏହା ଆମିଷ ବାର ନୁହେଁ।-ଗୋବିନ୍ଦବାବୁ, ଆପଣ ଝିଆରୀର ସୁଖ ପାଇଁ ମୋ ପାଖକୁ ଆସିଛନ୍ତି।

ତା"ର ଦାମ୍ପତ୍ୟଜୀବନ ସୁଖରେ କଟୁ ବୋଲି ସବୁ ଶୁଦ୍ଧି ଦେଖୁଛନ୍ତି।

ଏତେ ସବୁ ଶୁଦ୍ଧିର ଅର୍ଥ କ"ଣ?

ଶୁଭ ଆରମ୍ଭ।

ମଙ୍ଗଳମୟ ଜୀବନ।

ମୁଁ ଶୁଭକାର୍ଯ୍ୟର ଆରମ୍ଭ ପାଇଁ ଭଲଦିନ ବିଚାର କରୁଛି, ଆଉ ଆପଣ ଆମିଷ ବାର ଖୋଜୁଛନ୍ତି?

ବିବାହ କେବଳ ଭୋଜିଭାତର ଉତ୍ସବ ନୁହେଁ; ଏହା ଏକ ପବିତ୍ର ସଂସ୍କାର।

ଅଗ୍ନିଙ୍କୁ ସାକ୍ଷୀ ରଖି ଦୁଇଟି ଜୀବନ ପରସ୍ପର ପ୍ରତି ସାରାଜୀବନର ପ୍ରତିଶ୍ରୁତି ଦିଅନ୍ତି ନା ନାହିଁ।-ସବୁ ଠିକ୍‌ ଯେ, କିନ୍ତୁ ଆଜିକାଲି ତ ଆମିଷ ଭୋଜି ନ ହେଲେ ବରଯାତ୍ରୀ ଆସିବେନି।

ଆମେ କନ୍ୟାପକ୍ଷ, ସେମାନଙ୍କ ଦାବି ପୂରଣ କରିବାକୁ ପଡ଼ିବ।

ନହେଲେ ଅଯଥା ଅଶାନ୍ତି।-ଯାହା ଚାଲିଛି ବୋଲି ଆମେ ସେଇଥିରେ ଭାସିିଯିବା ଠିକ୍ ନୁହେଁ।

ଶାସ୍ତ୍ରରେ ପରା ମଙ୍ଗଳ କର୍ମରେ ଜୀବହତ୍ୟା ଓ ଅାମିଷ ଭକ୍ଷଣ ମନାଅଛି।

ବିବାହ କ"ଣ ମଙ୍ଗଳ କର୍ମ ନୁହେଁ?-କିନ୍ତୁ ମାଂସରୁ ତ ଶକ୍ତି ମିଳେ।

ପ୍ରୋଟିନ୍‌ ବି ଅଛି।

ଖାଇଲେ କ୍ଷତି କ"ଣ?-କିନ୍ତୁ ଶକ୍ତିର ଏକମାତ୍ର ଉତ୍ସ ମାଂସ ନୁହେଁ।

ଜଙ୍ଗଲର ସିଂହ ଓ ବାଘ ମାଂସାହାରୀ।

କିନ୍ତୁ ହାତୀର ଶକ୍ତି ଦେଖନ୍ତୁ, ଗଣ୍ଡାର ଶକ୍ତି ଦେଖନ୍ତୁ।

ସେମାନେ ମାଂସ ଖାଇ ଶକ୍ତିଶାଳୀ ହୋଇନାହାନ୍ତି।

ଶସ୍ୟ, ଡାଲିଜାତୀୟ ଖାଦ୍ୟ, ଶାଗ, ପନିପରିବା, ଫଳ ଓ ଅନ୍ୟାନ୍ୟ ଉଦ୍ଭିଦଜାତ ଖାଦ୍ୟରୁ ଶରୀର ପାଇଁ ଆବଶ୍ୟକ ପୋଷକତତ୍ତ୍ୱ ମିଳିଥାଏ।

Cows Rescued: ଗୋରୁ ଚୋରି ଅଭିଯୋଗରେ ଦୁଇ ଅଟକ: ୩ ଗାଈ ଉଦ୍ଧାର -ହେଲେ ଲୋକେ କ"ଣ କହିବେ?-ଲୋକଙ୍କ କଥା ଭାବି ଆମେ ଅନେକ ଭୁଲ୍‌ କାମ କରୁଛୁ!

ବିବାହରେ ଅତିଥିଙ୍କୁ ଆଦର କରିବା ନିଶ୍ଚୟ କର୍ତ୍ତବ୍ୟ।

କିନ୍ତୁ ଅତିଥି ସେବାର ଅର୍ଥ କ"ଣ ଆମିଷ ଖୁଆଇବା?

ହେଇ ଦେଖୁନାହାନ୍ତି, ଅମ୍ବାନୀଙ୍କ ପୁଅ ବାହାଘରକୁ ସାରା ଦୁନିଆର ଧନୀମାନୀ ଆସିଥିଲେ।

ସେଠି ତ ଆମିଷ ହେଇନଥିଲା।

ତାଙ୍କୁ କ"ଣ କେହି ନିନ୍ଦିଲେ ନା ଆମିଷ ହେଇନି ବୋଲି ଯିବୁନି କହିଲେ।

ଇଏ ଖାଲି ଆମ ଭାବନା।

ମୁଁ ଯୋଉ ତିଥି ଦୁଇଟା ବାଛିଲି, ସେଇଟା ବରକନ୍ୟାଙ୍କ ପାଇଁ ଅନୁକୂଳ।  -ପଣ୍ଡିତେ, ଆପଣ ଠିକ୍ କହୁଛନ୍ତି।

ଆପଣ ଯେଉଁ ଦୁଇଟି ଦିନ ଭଲ କହିଥିଲେ, ସେଥିରୁ ଗୋଟିଏ ଠିକ୍ କରନ୍ତୁ।ମାଗୁଣି ପଣ୍ଡିତଙ୍କ ମୁହଁରେ ଶାନ୍ତ ହସ ଫୁଟିଉଠିଲା।

ସେ କହିଲେ- ଗୋବିନ୍ଦବାବୁ, ପ୍ରକୃତରେ ଦେଖିବାକୁ ଗଲେ ଆମିଷବାର ବୋଲି କିଛି ନାହିଁ।

ଯେଉଁ ସୋମ, ବୁଧ ଓ ଶୁକ୍ରବାରକୁ ଆପଣ ଆମିଷବାର ଭାବୁଛନ୍ତି, ତାହା ତ ଶିବ, ବିଷ୍ଣୁ ଓ ସନ୍ତୋଷୀମା"ଙ୍କ ବାର।

ଅନେକ ଲୋକ ସେ ବାରରେ ଆମିଷ ଖାଆନ୍ତି ନାହିଁ।

ତେଣୁ ଜମାରୁ ଭୟ କରନ୍ତୁ ନାହିଁ, ଯୋଉଟା ନୀତିନିୟମ ଅନୁଯାୟୀ ଠିକ୍‌, ସେଇଟା କରନ୍ତୁ।ମୋ- ୭୦୦୮୯୬୦୫୦୨"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)