Wedding Procession Tragedy ବର ଶୋଭାଯାତ୍ରାରେ ମାଡିଗଲା ବସ, ଜଣେ ମୃତ

Jul 08, 2026 - 22:58
Wedding Procession Tragedy ବର ଶୋଭାଯାତ୍ରାରେ ମାଡିଗଲା ବସ, ଜଣେ ମୃତ

"ଚଣ୍ଡିଖୋଲ: ଆଜି (ବୁଧବାର) ବଡ଼ଚଣା ମେଡ଼ିକାଲ ଛକ ନିକଟରେ ଏକ ବର ରୋଷଣୀରେ ଆନନ୍ଦରେ ନୃତ୍ୟ କରୁଥିବା ଜଣେ ବରଯାତ୍ରୀ ଯୁବକ ଉପରେ ବସ ମାଡିଯିବାରୁ ଘଟଣା ସ୍ଥଳରେ ସେହି ଯୁବକଙ୍କ ମୃତ୍ୟୁ ଘଟିଛି।

Advertisment  ସୂଚନାନୁସାରେ, କଟକରୁ ଏକ ବରଯାତ୍ରୀ ଦଳ ବର ସାଥିରେ ବଡ଼ଚଣା-ଦର୍ପଣ ପୂର୍ତ୍ତ ବିଭାଗ ରାସ୍ତା ଦେଇ ଦେଉଳକୁର ଗ୍ରାମ ସ୍ଥିତ ବରୁଣେଶ୍ୱର କଲ୍ୟାଣମଣ୍ଡପକୁ ବାଜାବାଜଣା ସହ ଶୋଭାଯାତ୍ରାରେ ଯାଉଥିଲେ ।

ତେବେ ଏହି ସମୟରେ ଅନ୍ୟ ଏକ ବସ୍ ସେହି ରାସ୍ତା ଦେଇ ଯାଉଥିବା ବେଳେ ଜଣେ ବରଯାତ୍ରୀ ଯୁବକ ଆନନ୍ଦ ଉଲ୍ଲାସରେ ନୃତ୍ୟ କରି ସେହି ବସ୍ ଆଗକୁ ଚାଲିଯାଇଥିଲା ।

ଫଳରେ ବସଟି ଯୁବକ ଉପରେ ମାଡ଼ି ଯାଇଥିଲା।

ଘଟଣା ସ୍ଥଳରେ ଯୁବକଟିର ମୃତ୍ୟୁ ହୋଇଯାଇଥିଲା ।

ଖବର ପାଇ ବଡ଼ଚଣା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ ଓ ଯୁବକର ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ତେବେ ମୃତ ଯୁବକର ପରିଚୟ ମିଳିପାରିନାହିଁ ।

ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।