Near Odisha, near Andhra: ଓଡ଼ିଶା ଅପହଞ୍ଚ, ଆନ୍ଧ୍ରକୁ ନିକଟ: ଗଁା ବାଟ ଓଗାଳିଛି ପାହାଡ଼ି ନଦୀ, ୫୦କିମି ବୁଲି ଆନ୍ଧ୍ର ଦେଇ ଯାଉଛନ୍ତି
"ପ୍ରେମେନ୍ଦ୍ର କୁମାର ପରିଚ୍ଛା ମାଲକାନଗିରି: ନକ୍ସଲ ହଟିବା ପରେ ମଧ୍ୟ ବିକାଶ ସ୍ରୋତରେ ସାମିଲ୍ ହୋଇପାରୁନି ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ।
ଚିତ୍ରକୋଣ୍ଡା ବ୍ଲକର ସୀମାନ୍ତ ଗାଁକୁ ଯିବାକୁ ପକ୍କା ରାସ୍ତା ନଥିବାରୁ ୫୦ କିମି ବୁଲି ଆନ୍ଧ୍ର ଦେଇ ଯାଉଛନ୍ତି ଲୋକେ।
ଓଡ଼ିଶା ପାଇଁ ଅପହଞ୍ଚ ଗାଁ"ଗୁଡ଼ିକ ଉପରେ ଆନ୍ଧ୍ରର ନଜର।
ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଗାଁ" ଅକ୍ତିଆର କରିବାରେ ଲାଗିଛି।
ସ୍ବାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତର ନାରଡୁପାଲ୍ଲୀ ଓ ଚିକ୍କାପାନସା, ରାଲଗେଡା ପଞ୍ଚାୟତର ତାଟିପାହାଡ଼, ଡବଲପାହାଡ଼ ଓ କଣ୍ଟାଗୁଡ଼ା ଗାଁ"କୁ ଯିବାକୁ ହେଲେ ଆନ୍ଧ୍ରର କୋରକୋଣ୍ଡା ଓ ଚିନ୍ତାପେଟା ରାସ୍ତା ଉପରେ ନିର୍ଭର କରିବାକୁ ପଡ଼ୁଛି।
ପିଡିଏସ୍ ଚାଉଳ, ସ୍ବାସ୍ଥ୍ୟସେବା ଓ ଭତ୍ତା ଟଙ୍କା ପାଇଁ ଆନ୍ଧ୍ର ରାସ୍ତା ଦେଇ ଗଲେ ବି ଦୁଃଖ ସରୁନି।
୫୦କିମି ବୁଲି ଯିବା ପରେ ବାଟ ଓଗାଳୁଛି ପାହାଡ଼ି ନଦୀ।
ଜୀବନକୁ ବାଜି ଲଗାଇ ଏହାକୁ ପାର ହେଲେ ଗ୍ରାମବାସୀ ଓଡ଼ିଶା ସୀମାନ୍ତ ଗ୍ରାମରେ ପହଞ୍ଚୁଛନ୍ତି।
ସ୍ବାସ୍ଥ୍ୟକର୍ମୀ, ଶିକ୍ଷକ ଓ ସରକାରୀ କର୍ମଚାରୀ ମଧ୍ୟ ଆନ୍ଧ୍ର ରାସ୍ତା ଦେଇ ଗାଁକୁ ଆସୁଛନ୍ତି।
Advertisment Annual Day: ଶ୍ରୀ ଧୁତପାପେଶ୍ବରର ପ୍ରତିଷ୍ଠା ଦିବସ ଏହା ସତ୍ତ୍ବେ ସ୍ଥାୟୀ ପକ୍କା ରାସ୍ତା ଓ ନଦୀରେ ପୋଲ ନିର୍ମାଣ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଆନ୍ଧ୍ର ପଟକୁ ଢଳୁଛନ୍ତି ଗ୍ରାମବାସୀ।
ସୀମାନ୍ତ ଗ୍ରାମ ଗୁଡ଼ିକରେ ଝାଡ଼ାବାନ୍ତି, ମ୍ୟାଲେରିଆ ବ୍ୟାପିଲେ ମାଲକାନଗିରି ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ବହୁ ବାଧାବିଘ୍ନ ଦେଇ ଗ୍ରାମରେ ପହଞ୍ଚିବା ପୂର୍ବରୁ ଆନ୍ଧ୍ର ଡାକ୍ତରୀ ଟିମ୍ ଗ୍ରାମରେ ପହଞ୍ଚି ଚିକିତ୍ସାସେବା ଯୋଗାଇଥା"ନ୍ତି।
ଲୋକଙ୍କୁ ପାଣି, ସ୍ବାସ୍ଥ୍ୟସେବା, ବିଦ୍ୟୁତ, ଶିକ୍ଷା ସୁବିଧା ବି ଯୋଗାଇଛି ଆନ୍ଧ୍ର।
ପିଲାଠୁ ବୁଢ଼ା ସମସ୍ତେ ଓଡ଼ିଆ ଭୁଲି ତେଲୁଗୁରେ କଥାବାର୍ତ୍ତା ହୁଅନ୍ତି।
ସୂଚନାଯୋଗ୍ୟ, ଏହି ଅଞ୍ଚଳ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ନକ୍ସଲଙ୍କ କବ୍ଜାରେ ଥିଲା।
ଭୟରେ ସରକାରୀ ବାବୁଙ୍କ ପାଦ ଏହି ଅଞ୍ଚଳରେ ପଡୁନଥିଲା।
ଏବେ ସ୍ଥିତି ବଦଳିଥିଲେ ବି ମୌଳିକ ସୁବିଧା ପହଞ୍ଚିବାରେ ବିଳମ୍ବ ହେଉଛି।
ସେତୁ ଯୋଜନାରେ ବିଭିନ୍ନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ କରାଯାଉଛି।
କିନ୍ତୁ ସବୁ କିଛି କାଗଜପତ୍ରରେ ସୀମିତ ବୋଲି ଗ୍ରାମବାସୀଙ୍କ ଅଭିଯୋଗ।
Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।