Weather Department Warns of Week-Long Rain: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ସପ୍ତାହେ ଯାଏ ବର୍ଷିବ ବୋଲି ପାଣିପାଗ କେନ୍ଦ୍ରର ଚେତାବନୀ

Jul 02, 2026 - 17:48
Weather Department Warns of Week-Long Rain: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ସପ୍ତାହେ ଯାଏ ବର୍ଷିବ ବୋଲି ପାଣିପାଗ କେନ୍ଦ୍ରର ଚେତାବନୀ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ IMD ପକ୍ଷରୁ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ରାଜ୍ୟରେ ଆସନ୍ତା ସପ୍ତାହ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ସକାଳ ସାଢେ ୮ଟା ସୁଦ୍ଧା ବରଗଡ଼ ଜିଲ୍ଲା ଅମ୍ବାଭୋନାରେ ସବୁଠାରୁ ଅଧିକ ୧୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ଜିଲ୍ଲାର ଯୁଜୁମୁରାରେ ୧୩୦ ଦଶମିକ ୮ ଏବଂ ବରଗଡର ଅତାବିରାରେ ୧୨୦ ମିଲିମିଟର ବର୍ଷା ହୋଇଛି । ବରଗଡ ଜିଲ୍ଲାର ଭଟଲିରେ ୧୧୦ ଦଶମିକ ୮ ମିଲିମିଟର ଏବଂ ସୋନପୁର ଜିଲ୍ଲାର ବୀରମହାରାଜପୁରରେ ୧୦୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । 

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ
ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ IMD ପକ୍ଷରୁ ସୂଚନା
ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି