Police Probe Half-Torn Currency Note Mystery: ଅଧାଚିରା ନୋଟ୍ ରହସ୍ୟ ଖୋଜୁଛି ଛତିଶଗଡ଼ ପୋଲିସ, ଗଞ୍ଜେଇ ମାଫିଆଙ୍କୁ ନେବ ରିମାଣ୍ଡରେ

Jul 02, 2026 - 18:29
Police Probe Half-Torn Currency Note Mystery: ଅଧାଚିରା ନୋଟ୍ ରହସ୍ୟ ଖୋଜୁଛି ଛତିଶଗଡ଼ ପୋଲିସ,  ଗଞ୍ଜେଇ ମାଫିଆଙ୍କୁ ନେବ ରିମାଣ୍ଡରେ

ଓଡିଶାରୁ ଛତିଶଗଡ଼ ଯିବେ ଗଞ୍ଜେଇ ମାଫିଆ। ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ରିମାଣ୍ଡରେ ନେବ ଛତିଶଗଡ଼ ପୋଲିସ । କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଥିବା ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ମାଷ୍ଟର ଦୁର୍ବାସାର ରହସ୍ୟ ଖୋଜି ଖୋଜି ଭୁବନେଶ୍ବରରେ ପହଞ୍ଚିଛି ଛତିଶଗଡ ପୋଲିସ । ଖୋଜା ଚାଲିଛି ଅଧା ଚିରା ନୋଟ୍ ର ରହସ୍ୟ । ଅନ୍ୟପଟେ ଆଜି ଦିନିକିଆ ରିମାଣ୍ଡରେ ଥିବା ଦୁର୍ବାସା ଗ୍ୟାଙ୍ଗକୁ STF କରୁଛି ଜେରା । ଏହା ପରେ ରିମାଣ୍ଡରେ ନେବ ଛତିଶଗଡ଼ ପୋଲିସ । 

ନିଶା ମାଫିଆଙ୍କୁ ପଚରାଉଚରା ପରେ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଛତିଶଗଡ଼ ପୋଲିସ। ଦୁର୍ବାସା ସାହୁ, ଅରୁଣ ରଣା, ସୁବୁଦ୍ଧି ସାହୁ, ପ୍ରକାଶ ଖଟୁଆଙ୍କୁ ରିମାଣ୍ଡରେ ନେବାକୁ ଆସି STF କାର୍ଯ୍ୟାଳୟରେ ପହଞ୍ଚିଛି ଛତିଶଗଡ଼ ପୋଲିସ । ଓଡିଶାରୁ ଉତ୍ତରପ୍ରଦେଶକୁ କନ୍ଧମାଳ ଗଞ୍ଜେଇ ଚାଲାଣ ବେଳେ ପୂର୍ବରୁ ସେମାନଙ୍କ ଠାରୁ ପାଖାପାଖି ୩୦ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଆଜି ଦିନକ ପାଇଁ STF ସେମାନଙ୍କୁ ରିମାଣ୍ଡରେ ଆଣିବା ପରେ ଚାଲିଛି ଅଧିକ ଛାନଭିନ ।....

ମାଫିଆଙ୍କୁ ଘାଣ୍ଟିବ ଛତିଶଗଡ଼ ପୋଲିସ
ଦୁର୍ବାସା ଗ୍ୟାଙ୍ଗକୁ ରିମାଣ୍ଡରେ ନେବ ଛତିଶଗଡ଼ ପୋଲିସ
ଓଡି଼ଶାରୁ ଛତିଶଗଡ଼ ଯିବେ ଗଞ୍ଜେଇ ମାଫିଆ
ମାଫିଆଙ୍କୁ ରିମାଣ୍ଡରେ ନେବ ଛତିଶଗଡ଼ ପୋଲିସ 
ରିମାଣ୍ଡରେ ନେବାକୁ କୋର୍ଟରେ ହେବ ଆବେଦନ 
STF ଜେରା ପରେ ଛତିଶଗଡ଼ ପୋଲିସର ରିମାଣ୍ଡ ପ୍ରସ୍ତୁତ
ରିମାଣ୍ଡରେ ନେବ ଛତିଶଗଡ଼ ପୋଲିସ!