Welcome!

Unlock your personalized experience.
Sign Up

Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା

Oct 18, 2026 - 23:29
Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା

ଚେନ୍ନାଇ: ତାମିଲନାଡ଼ୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ସକ୍ରିୟ ହେବା ସହିତ ଚେନ୍ନାଇ ଓ ଆଖପାଖରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ବିଭିନ୍ନ ରାସ୍ତାରେ ପାଣି ଭର୍ତ୍ତି ହୋଇ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିବାବେଳେ ଟ୍ରାଫିକ ସମସ୍ୟା ଦେଖାଯାଇଛି। ଚେନ୍ନାଇର ବିଭିନ୍ନ ସ୍ଥାନରେ ଭୀଷଣ ଜଳବନ୍ଦୀ ସମସ୍ୟା ଦେଖାଯାଇଛି। ଶନିବାର ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା, ଯାହା ଫଳରେ ସହରର ବିଭିନ୍ନ ରାସ୍ତାରେ ପାଣି ଜମି ରହିଥିଲା, ବିଶେଷକରି ଉତ୍ତର ଚେନ୍ନାଇରେ, ଯେଉଁଠାରେ ଲୋକମାନଙ୍କ ପାଇଁ ଯାତାୟାତ କରିବା କଷ୍ଟକର ହୋଇପଡ଼ିଛି। ଉତ୍ତର ଚେନ୍ନାଇ‌ରେ ୬ ସେଣ୍ଟିମିଟରୁ ୧୦ ସେଣ୍ଟିମିଟର ବର୍ଷା ରେକର୍ଡ଼ ହୋଇଛି। ବର୍ଷାଜଳ ବିଭିନ୍ନ ଆାବସିକ ଅଞ୍ଚଳରେ ପଶି ଯାଇଥିବାରୁ ଲୋକମାନଙ୍କୁ ଜଳବନ୍ଦୀ ହୋଇ ରହିବାକୁ ପଡ଼ିଛି। ଚେନ୍ନାଇ ବିମାନବନ୍ଦର ରାମ୍ପରେ ପ୍ରବଳ ପାଣି ଜମା ହୋଇରହିଥିବା ଦେଖାଯାଉଛି।

ସହର ସାରା ପରିମଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ୧୫,୦୦୦ ନାଗରିକ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଉତ୍ତର ତାମିଲନାଡୁ ଓ ଉପକୂଳ ଆନ୍ଧ୍ର ପ୍ରଦେଶରେ ଏକ ଘୂର୍ଣ୍ଣିବଳୟ ରହିଥିବାବେଳେ ଲକ୍ଷାଦ୍ୱୀପରୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଆଡକୁ ଏକ ନିମ୍ନ ଚାପରେଖା ବିସ୍ତାର ହୋଇଛି। ଏହାର ପ୍ରଭାବରେ ଆସନ୍ତା ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ୟେଲୋ ଆଲର୍ଟ ଜାରି କରିଛି।

Flooding In Nepal: ନେପାଳରେ ପ୍ରବଳ ବର୍ଷା ଓ ବନ୍ୟା, ୨୧ ମୃତ ଓ ୫ ନିଖୋଜ

ଚେନ୍ନାଇରେ ଛେଚିଲା ବର୍ଷା
ଚେନ୍ନାଇ, ଚେଙ୍ଗଲପାଟ୍ଟୁ, ତିରୁଭାଲୁର, କାଞ୍ଚିପୁରମ୍, ଭିଲୁପୁରମ୍, କୁଡାଲୋର, ମାୟିଲାଦୁଥୁରାଇ, ନାଗାପାଟ୍ଟିନମ୍, ଥାନଜାଭୁର, ତିରୁଭାରୁର୍‌, ପୁଡୁକୋଟ୍ଟାଇ, ରାମନାଥପୁରମ୍, ଶିବଗଙ୍ଗା, ଥୁଟୁକୁଡି, କାଲାକୁରିଚି, ଆରିୟାଲୁର, ପେରମ୍ବାଲୁର, ତିରୁଚିରାପଲ୍ଲୀ, ନୀଳଗିରି, କୋଏମ୍ବାଟୁର ଓ ତିରୁନେଲଭେଲି ରହିଛି। ପୁଡୁଚେରୀ ଓ କରାଇକାଲରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ସମସ୍ୟା ଜନଜୀବନକୁ ପ୍ରଭାବିତ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ କାଞ୍ଚିପୁରମ ଜିଲ୍ଲାର ଉଥିରାମେରୁରରେ ସର୍ବାଧିକ ୧୫ ସେମି ବର୍ଷା ହୋଇଛି। କାଲାକୁରିଚିର ମାନାଲୁରପେଟରେ ୧୨ ସେମି ବର୍ଷା ହୋଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)