Water Testing: ଦେଶବ୍ୟାପୀ ପାଣି ବୋତଲର ପରୀକ୍ଷା ହେବ

Nov 23, 2026 - 20:55
Water Testing: ଦେଶବ୍ୟାପୀ ପାଣି ବୋତଲର ପରୀକ୍ଷା ହେବ

ନୂଆଦିଲ୍ଲୀ: ଲୋକପ୍ରିୟ ପାନୀୟ ବୋତଲ ବ୍ରାଣ୍ଡ୍‌ ବିସ୍‌ଲେରି ପାଣିରେ କ୍ୟାନସର ସୃଷ୍ଟିକାରୀ ଉପାଦାନ ମିଳିବା ପରେ ସାରା ଦେଶରେ ପାଣି ବୋତଲଗୁଡ଼ିକର ପରୀକ୍ଷା କରିବା ଉପରେ ସରକାର ବିଚାର କରୁଛନ୍ତି।

ବିସ୍‌ଲେରିର ସଂଗ୍ରହ କରାଯାଇଥିବା ନମୁନାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) ଅସୁରକ୍ଷିତ ଘୋଷଣା କରିବା ପରେ ବିବାଦ ଦେଖାଦେଇଛି।

କମ୍ପାନି ପକ୍ଷରୁ ନିଜ ପାଣି ସୁରକ୍ଷିତ ବୋଲି କୁହାଯିବା ସହ ଏଫ୍‌ଏସ୍‌ଏସ୍‌ଏଆଇର କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନିଆଯାଇଛି।

Advertisment ଏହି ଘଟଣା ଉପରେ ନିଜ ପ୍ରତିକ୍ରିୟାରେ ବିସ୍‌ଲେରି ଇଣ୍ଟରନ୍ୟାସନାଲ୍‌ କହିଛି, ୨୦୨୫ ସେପ୍ଟେମ୍ବରରେ ଗୋଆ କାରଖାନାରେ ପ୍ରସ୍ତୁତ ପାଣିର ଛଅଟି ନମୁନାକୁ ଏଫ୍‌ଏସ୍‌ଏସ୍‌ଏଆଇ ସଂଗ୍ରହ କରିଥିଲା।

ସେଥିରୁ ୫ଟି ନମୁନା ସୁରକ୍ଷିତ ଥିଲା।

ଉପାଦାନର ମାତ୍ରା ଧାର୍ଯ୍ୟ ସୀମାଠାରୁ ଅଧିକ ଷଷ୍ଠ ନମୁନାରେ ବ୍ରୋମେଟ୍‌ ନାମକ ହାନିକାରକ ଉପାଦାନର ମାତ୍ରା ଧାର୍ଯ୍ୟ ସୀମାଠାରୁ ଅଧିକ ଥିଲା।

କିନ୍ତୁ ସେହି ନମୁନାକୁ ଏଫ୍‌ଏସ୍‌ଏସ୍‌ଏଆଇ ମାନ୍ୟତା ହାସଲ କରିଥିବା ଏକ ସ୍ବାଧୀନ ପରୀକ୍ଷାଗାରକୁ ପଠାଇବା ପରେ ବ୍ରୋମେଟ୍‌ ମାତ୍ରା ଧାର୍ଯ୍ୟ ସୀମା ଭିତରେ ଥିବା ଜଣାପଡ଼ିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

୨୦୨୬ ଫେବ୍ରୁଆରିରେ ସେ ବିଷୟରେ କମ୍ପାନି ଏଫ୍ଏସ୍‌ଏସ୍‌ଏଆଇକୁ ଜଣାଇଥିଲା।

କମ୍ପାନି ସ୍ପଷ୍ଟ କରିଛି ଯେ ପାନୀୟ ଜଳର ସୁରକ୍ଷା ଏହାର ସର୍ବୋଚ୍ଚ ପ୍ରାଥମକିତା ହୋଇରହିଛି।

Sensex Crash: ସେନ୍‌ସେକ୍ସ ୧୪୮୪ ପଏଣ୍ଟ ଖସିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)