ରେକର୍ଡ ଭାଙ୍ଗିଲେ ପ୍ରଭାସ! 'ଆଦିପୁରୁଷ'କୁ ଟପି ପାରିଲାନି ରଣବୀର-ୟଶଙ୍କ ରାମାୟଣ
ଆଦିପୁରୁଷକୁପଛରେପକାଇପାରିଲାନିରାମାୟଣ।ରଣବୀରକପୁରଏବଂୟଶଙ୍କମହାକାବ୍ୟଫିଲ୍ମ ପ୍ରଭାସଙ୍କ ଟ୍ରେଲର ବେଞ୍ଚମାର୍କ ହାସଲ କରିବାରେ ବିଫଳ ହୋଇଛି।
ନୀତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାମାୟଣ'ର ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଛି। କିନ୍ତୁ ଭ୍ୟୁ ରେକର୍ଡ ମାମଲାରେ ପ୍ରଭାସଙ୍କ 'ଆଦିପୁରୁଷ'କୁ ପଛରେ ପକାଇବାରେ ବିଫଳ ହୋଇଛି ଏହି ମହାକାବ୍ୟ ଫିଲ୍ମ।
ୟୁଟ୍ୟୁବ୍ରେ ମୁକ୍ତିଲାଭ କରିବା ପରେ 'ରାମାୟଣ'ର ଟ୍ରେଲର ଏହାର ଭିଜୁଆଲ୍, ଭିଏଫଏକ୍ସ ଏବଂ ଭବ୍ୟ ଉପସ୍ଥାପନା ପାଇଁ ବ୍ୟାପକ ପ୍ରଶଂସା ସାଉଁଟିଛି। ତେବେ ପ୍ରଥମ ୨୪ ଘଣ୍ଟାରେ ଭ୍ୟୁ ସଂଖ୍ୟାରେ ଏହା ପ୍ରଭାସଙ୍କ 'ଆଦିପୁରୁଷ'ର ରେକର୍ଡ ଭାଙ୍ଗିପାରିନାହିଁ।
ରିପୋର୍ଟ ଅନୁଯାୟୀ, 'ରାମାୟଣ'ର ହିନ୍ଦୀ ଟ୍ରେଲର ପ୍ରଥମ ୨୪ ଘଣ୍ଟାରେ ପ୍ରାୟ ୩୬.୪ ମିଲିୟନ୍ ଭ୍ୟୁ ପାଇଥିବା ବେଳେ, ସମସ୍ତ ଭାଷାକୁ ମିଶାଇ ଏହି ସଂଖ୍ୟା ପ୍ରାୟ ୪୫ ମିଲିୟନ୍ରେ ପହଞ୍ଚିଛି। ଅନ୍ୟପଟେ 'ଆଦିପୁରୁଷ'ର ଟ୍ରେଲର ପ୍ରଥମ ଦିନରେ ପ୍ରାୟ ୭୪.୨ ମିଲିୟନ୍ ଭ୍ୟୁ ହାସଲ କରି ଏବେ ବି ରେକର୍ଡ ତାଲିକାରେ ଆଗୁଆ ରହିଛି।
ତେବେ ଏହି ଭ୍ୟୁ ସଂଖ୍ୟା ସହ 'ରାମାୟଣ' ୟୁଟ୍ୟୁବ୍ରେ ପ୍ରଥମ ୨୪ ଘଣ୍ଟାରେ ସର୍ବାଧିକ ଦେଖାଯାଇଥିବା ଭାରତୀୟ ଟ୍ରେଲର ତାଲିକାର ଶ୍ରେଷ୍ଠ ୨୦ରେ ସ୍ଥାନ ପାଇବାକୁ ଯାଉଛି। ସେହିପରି 'ସାଲାର', 'କେଜିଏଫ୍-୨'ଏବଂ 'ପୁଷ୍ପା-୨'ଏବେ ମଧ୍ୟ ଏହି ତାଲିକାର ଶୀର୍ଷ ତିନି ସ୍ଥାନ ଦଖଲ କରିରଖିଛି।
ଏହା ସତ୍ତ୍ୱେ, 'ରାମାୟଣ'ର ଟ୍ରେଲରକୁ ମିଳିଥିବା ସକାରାତ୍ମକ ପ୍ରତିକ୍ରିୟା ଫିଲ୍ମକୁ ନେଇ ଆଶାକୁ ଆହୁରି ବଢ଼ାଇଛି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମ, ସାଇ ପଲ୍ଲବୀ ମା' ସୀତା ଏବଂ ୟଶ ରାବଣ ଭୂମିକାରେ ନଜର ଆସିବେ। ଫିଲ୍ମଟି ୨୦୨୬ ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
'ଆଦିପୁରୁଷ'ମୁକ୍ତି ପୂର୍ବରୁ ବ୍ୟାପକ ଚର୍ଚ୍ଚାରେ ଥିଲେ ମଧ୍ୟ ପରେ ଫିଲ୍ମଟି ଦର୍ଶକ ଏବଂ ସମାଲୋଚକଙ୍କ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା, ନୀତେଶ ତିୱାରୀଙ୍କ 'ରାମାୟଣ'ଦର୍ଶକଙ୍କ ଆଶାକୁ କେତେଦୂର ପୂରଣ କରିପାରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।