Warren Buffett : ଏପଷ୍ଟାଇନ୍ ବିବାଦ ପ୍ରଭାବ: ୱାରେନ୍ ବଫେଟ୍ ୨୦ ବର୍ଷରେ ପ୍ରଥମ ଥର ଗେଟ୍ସ ଫାଉଣ୍ଡେସନକୁ ଦେବେ ନାହିଁ ଦାନ
"ୱାସିଂଟନ:ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ବିଶ୍ୱ ପ୍ରସିଦ୍ଧ ନିବେଶକ ୱାରେନ୍ ବଫେଟ୍ ଗେଟ୍ସ ଫାଉଣ୍ଡେସନକୁ ତାଙ୍କର ବାର୍ଷିକ ଦାନକୁ ଅସ୍ଥାୟୀ ଭାବରେ ବନ୍ଦ କରିଛନ୍ତି।
ଗଣମାଧ୍ୟମ ରିପୋର୍ଟଅନୁସାରେ, ଫାଉଣ୍ଡେସନ ଏବଂ ଏହାର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଦୋଷୀ ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କ ସହିତ ଅତୀତର ସମ୍ପର୍କର ସମୀକ୍ଷା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ବଫେଟ୍ କୌଣସି ନୂତନ ଦାନ ଦେବେ ନାହିଁ।
୯୫ ବର୍ଷୀୟ ବଫେଟ୍ ଚଳିତ ବର୍ଷ ବର୍କଶାୟାର ହାଥାୱେର ସିଇଓ ପଦ ଗ୍ରେଗ୍ ଆବେଲଙ୍କୁ ହସ୍ତାନ୍ତର କରିଥିଲେ, କିନ୍ତୁ ସେ କମ୍ପାନିର ଅଧ୍ୟକ୍ଷ ରହିଛନ୍ତି।
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ କରିଛି ଯେ ସେ ବର୍ଷ ଶେଷରେ ତାଙ୍କର ପାରମ୍ପରିକ ଥାଙ୍କସଗିଭିଂ ବାର୍ତ୍ତାରେ ଏହି ଦାନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି।
ବଫେଟଙ୍କ ଏହି ନିଷ୍ପତ୍ତି ତାଙ୍କର ଦୀର୍ଘକାଳୀନ ପରମ୍ପରାକୁ ଭଙ୍ଗ କରିଛି।
ପ୍ରତିବର୍ଷ, ଜୁନ୍ ଏବଂ ଜୁଲାଇରେ ବଫେଟ ଗେଟ୍ସ ଫାଉଣ୍ଡେସନ ଏବଂ ତାଙ୍କ ପରିବାର ସହିତ ଜଡିତ ଚାରୋଟି ଦାନ ସଂସ୍ଥାକୁ ବର୍କଶାୟାର ହାଥାୱେର ସେୟାର ଦାନ କରିଥାନ୍ତି।
ଗତ ବର୍ଷ, ସେ ଗେଟ୍ସ ଫାଉଣ୍ଡେସନକୁ ୪.୫ ବିଲିୟନରୁ ଅଧିକ ମୂଲ୍ୟର ସେୟାର ଦାନ କରିଥିଲେ।
୨୦୦୬ ମସିହାରୁ, ସେ ଫାଉଣ୍ଡେସନକୁ ୪୭ ବିଲିୟନରୁ ଅଧିକ ମୂଲ୍ୟର ସେୟାରଦାନକରିଛନ୍ତି।
ଗେଟ୍ସ ଫାଉଣ୍ଡେସନ ତାଙ୍କର ମୋଟ ଦାନର ସର୍ବାଧିକ ଅଂଶ ପାଇଛି।Advertisment ଗେଟ୍ସ ଏହା ମଧ୍ୟ କହିଛନ୍ତି ଯେ, ଏପଷ୍ଟାଇନ୍ଙ୍କୁ ଭେଟିବା ଏକ ଭୁଲ୍ ଥିଲା ମାର୍ଚ୍ଚ ମାସରେ ଏକ ସାକ୍ଷାତକାରରେ, ବଫେଟ୍ କହିଥିଲେ ଯେ, ଆମେରିକାର ନ୍ୟାୟ ବିଭାଗର ଡକ୍ୟୁମେଣ୍ଟ ଏପଷ୍ଟାଇନ୍ ଫାଇଲ୍ସ ପ୍ରକାଶ ପାଇବା ପରଠାରୁ ସେ ବିଲ୍ ଗେଟ୍ସଙ୍କ ସହ କଥା ହୋଇନାହାନ୍ତି।
ଫାଇଲ୍ସରେ କୁହାଯାଇଥିଲା ଯେ, ଗେଟ୍ସ ୨୦୦୮ ମସିହାରେ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ଦାନ ବିଷୟରେ ଏପଷ୍ଟାଇନଙ୍କ ସହ ଅନେକ ଥର ସାକ୍ଷାତ କରିଥିଲେ।
ଯେତେବେଳେ ପଚରାଗଲା ଯେ, ସେ ଗେଟ୍ସ ଫାଉଣ୍ଡେସନକୁ ଦାନ ଜାରି ରଖିବେ କି, ବଫେଟ୍ କହିଥିଲେ, ମୁଁ ଅପେକ୍ଷା କରିବି ଏବଂ ଦେଖିବି କ"ଣ ହେଉଛି।
ମୁଁ ଏନେଇ ଏବେ ଜାଣିବାକୁ ପାଇଛି ଶିଖୁଛି ।
ଏହା ମୁଁ ପୂର୍ବରୁ ଜାଣି ନଥିଲି।
ଗେଟ୍ସ ଫାଉଣ୍ଡେସନ କହିଛି ଯେ, ବିଲ୍ ଗେଟ୍ସ ତାଙ୍କର ଭୁଲ ସ୍ୱୀକାର କରିଛନ୍ତି ଏବଂ ଫାଉଣ୍ଡେସନର କୌଣସି ନିଷ୍ପତ୍ତି କିମ୍ବା ଅନୁଦାନରେ ଏପଷ୍ଟାଇନ୍ଙ୍କର କୌଣସି ଭୂମିକା ନାହିଁ।
ଗେଟ୍ସ ଏହା ମଧ୍ୟ କହିଛନ୍ତି ଯେ, ଏପଷ୍ଟାଇନ୍ଙ୍କୁ ଭେଟିବା ଏକ ଭୁଲ୍ ଥିଲା ଏବଂ ସେମାନଙ୍କର ସମ୍ପର୍କ କେବଳ ଦାନ କାର୍ଯ୍ୟ ପର୍ଯ୍ୟନ୍ତ ସୀମିତ ଥିଲା।
ସେ ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡିତାଙ୍କ ସହ ସମୟ ବିତାଇବା ଅଭିଯୋଗକୁ ମଧ୍ୟ ଅସ୍ୱୀକାର କରିଛନ୍ତି।
ବଫେଟ୍ କହିଛନ୍ତି ଯେ, ସେ ତାଙ୍କର ପୂର୍ବ ଦାନ ପାଇଁ ଅନୁତାପ କରୁନାହାନ୍ତି।
କିନ୍ତୁ ଏହା ମଧ୍ୟ କହିଛନ୍ତି ଯେ, ଏପଷ୍ଟାଇନ୍ କିପରି ଏତେ ପ୍ରଭାବଶାଳୀ ଲୋକଙ୍କ ବିଶ୍ୱାସ ହାସଲ କଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି।
ତାଙ୍କ ଅନୁସାରେ, ଏପଷ୍ଟାଇନ୍ ଲୋକଙ୍କ ଦୁର୍ବଳତାର ଫାଇଦା ନେଇଥିଲେ।
ଅନେକଙ୍କର ମାନ ସମ୍ମାନ ପ୍ରତିଷ୍ଠାକୁ କଳଙ୍କିତ କରିଥିଲେ।
ବଫେଟ୍ ୨୦୨୪ ମସିହାରେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ତାଙ୍କ ମୃତ୍ୟୁ ପରେ, ତାଙ୍କର ବଳକା ସମ୍ପତ୍ତିର ଅଧିକାଂଶ ଗେଟ୍ସ ଫାଉଣ୍ଡେସନକୁ ନୁହେଁ, ବରଂ ତାଙ୍କ ପିଲାମାନଙ୍କ ଦ୍ୱାରା ପରିଚାଳିତ ଏକ ଦାତବ୍ୟ ଟ୍ରଷ୍ଟକୁ ଦିଆଯିବ। https://sambad.in/india-and-beyond/uttar-pradesh-two-road-accidents-nine-dead-twenty-two-injured-12119002 "