War: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧର କଳାବାଦଲ, ଉପସାଗରୀୟ ରାଷ୍ଟ୍ର ଆତଙ୍କିତ
"ଦୁବାଇ: ଇରାନ-ଆମେରିକା ମଧ୍ୟରେ ଆଜି ପୁଣି ସଂଘର୍ଷ ଆରମ୍ଭ ହେବା ସହ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।
ଉଭୟ ରାଷ୍ଟ୍ର ମଧ୍ୟରେ ମାସେ ଧରି ଚାଲିଥିବା ଶାନ୍ତି ବୁଝାମଣା ସମ୍ପୂର୍ଣ୍ଣ ଶେଷ ହୋଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ଆତଙ୍କ ସୃଷ୍ଟି କରିଛି।
ପରସ୍ପର ଉପରେ ଅତି ଭୟାବହ ସାମରିକ ଆକ୍ରମଣ ହେଉଥିବାରୁ ଗଲ୍ଫ ସହଯୋଗ ପରିଷଦ (ଜିସିସି)ର ସଦସ୍ୟ ଦେଶଗୁଡ଼ିକରେ ଏହି ଘଟଣା ସଂଘାତିକ ସ୍ଥିତି ସୃଷ୍ଟି କରିଛି ଏବଂ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି।Advertisment ଇରାନର ପ୍ରମୁଖ ସାମରିକ ବାହିନୀ "ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି) ପକ୍ଷରୁ ଗଲ୍ଫ ଅଞ୍ଚଳରେ ଥିବା ପଶ୍ଚିମ ଦେଶଗୁଡ଼ିକର ସାମରିକ ପ୍ରତିରକ୍ଷା ଭିତ୍ତିଭୂମି ଉପରେ ଏକ ସମନ୍ୱିତ ଏବଂ ବଡ଼ ଧରଣର ଡ୍ରୋନ ଓ ବାଲିଷ୍ଟିକ ମିସାଇଲ ଆକ୍ରମଣ କରାଯିବା ପରେ ଏହି ସଙ୍କଟ ସୃଷ୍ଟି ହୋଇଛି।
ଏହି ଆକ୍ରମଣରେ ବାହାରିନରେ ଥିବା ଆମେରିକାର ପ୍ରମୁଖ ସାମୁଦ୍ରିକ ପାଟ୍ରୋଲିଂ ଏବଂ ଯୁଦ୍ଧ ବିମାନ କେନ୍ଦ୍ର "ଶେଖ୍ ଇସା ଏୟାର ବେସ୍" ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଏହା ସହିତ କୁୱେତରେ ଥିବା ଆମେରିକାର ସବୁଠାରୁ ବଡ଼ ଲଜିଷ୍ଟିକ କେନ୍ଦ୍ର "ଅଲି ଅଲ୍ ସାଲେମ ଏୟାର ବେସ" ଉପରେ ଇରାନ ପକ୍ଷରୁ ପ୍ରାୟ ୮୫ଟି ସ୍ଥାନକୁ ଟାର୍ଗେଟ କରି ପ୍ରଚଣ୍ଡ ଆକ୍ରମଣ କରାଯାଇଛି।
ଆମେରିକା ସେନା ତୁରନ୍ତ ଇରାନର ଶୀର୍ଷ ନେତୃତ୍ୱ, ଗୁଇନ୍ଦା ନେଟୱର୍କ ଏବଂ ଏୟାର ଡିଫେନ୍ସ ବ୍ୟାଟେରିଗୁଡ଼ିକୁ ଟାର୍ଗେଟ କରି ପାଲଟା ବୋମାବର୍ଷଣ କରିଛି।
ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ସମ୍ପୂର୍ଣ୍ଣ ଗଲ୍ଫ ଅଞ୍ଚଳ ବର୍ତ୍ତମାନ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି ଏବଂ ବିଭିନ୍ନ ଦେଶ ପ୍ରତି ଭିନ୍ନ ଭିନ୍ନ ସାମରିକ ବିପଦ ସୃଷ୍ଟି ହୋଇଛି।
ବାହାରିନ ପ୍ରତି ସର୍ବାଧିକ ବିପଦ ରହିଥିବା ଜଣାପଡ଼ିଛି।
ପୋର୍ଟ ସଲମାନଠାରେ ଆମେରିକା ନୌସେନାର ପଞ୍ଚମ ଘାଟିର ର ସ୍ଥାୟୀ କାର୍ଯ୍ୟାଳୟ ଏବଂ ଶେଖ୍ ଇସା ଏୟାର ବେସ ଥିବାରୁ ଏହା ଇରାନର ମୁଖ୍ୟ ଟାର୍ଗେଟ ପାଲଟିଛି।
ଇରାନର ନିମ୍ନ ଉଚ୍ଚତାର ଡ୍ରୋନକୁ ରୋକିବା ପାଇଁ ଏଠାକାର ପ୍ରତିରକ୍ଷା ବ୍ୟବସ୍ଥା ଉପରେ ପ୍ରବଳ ଚାପ ପଡ଼ିଛି।
କୁଏତରେ ଆମେରିକାର ସର୍ବାଧିକ ସ୍ଥଳସେନା ଏବଂ ଯୋଗାଣ କେନ୍ଦ୍ର ଥିବାରୁ ଆମେରିକୀୟ ସୈନ୍ୟ ଚଳପ୍ରଚଳକୁ ରୋକିବା ପାଇଁ ଇରାନ ଏଠାରେ କ୍ରମାଗତ ମିସାଇଲ ମାଡ଼ କରିବାର ଆଶଙ୍କା ରହିଛି।
ହରମୁଜ ପ୍ରଣାଳୀ ନିକଟରେ ବାଣିଜ୍ୟିକ ତୈଳ ଜାହାଜଗୁଡ଼ିକ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଓମାନର ସାମୁଦ୍ରିକ ସୀମାରେ ସାମରିକ ଉତ୍ତେଜନା ଦେଖାଦେଇଛି।
ପୂର୍ବ ସଂଘର୍ଷରେ କ୍ଷତିଗ୍ରସ୍ତ ହୋଇଥିବା ୟୁଏଇର ବାଣିଜ୍ୟିକ ଏବଂ ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ପୁଣି ଥରେ ପରୋକ୍ଷ ଆକ୍ରମଣର ବିପଦ ରହିଛି।
ସାଉଦି ଆରବର ବିଶାଳ ତୈଳ ବିଶୋଧନାଗାର ଏବଂ କତରର ସାମୁଦ୍ରିକ ଗ୍ୟାସ ଭିତ୍ତିଭୂମି ଉପରେ ବିପଦ ଘନେଇବାରେ ଲାଗିଛି।
Iran:ଯୁଦ୍ଧର କ୍ଷତକୁ ପଛରେ ପକାଇ ସ୍ୱାଭାବିକ ହେଉଛି ଇରାନ ଆଜି ଆକ୍ରମଣ ପରେ କୁଏତ ଏବଂ ବାହାରିନର ପ୍ରମୁଖ ସହରଗୁଡ଼ିକରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି।
କୁଏତ କର୍ତ୍ତୃପକ୍ଷ ସରକାରୀ ମନ୍ତ୍ରଣାଳୟ ପରିସର ମଧ୍ୟରେ ଜରୁରୀକାଳୀନ ବୋମା ଆଶ୍ରୟସ୍ଥଳୀ ସକ୍ରିୟ କରିଛନ୍ତି।
ଏହାସହ ଗଣସାଧାରଣ ପରିବହନ, ପ୍ରମୁଖ ଜାତୀୟ ରାଜପଥ ଏବଂ ରଣନୀତିକ ବିମାନ ଚଳାଚଳ ପଥକୁ ସମ୍ପୂର୍ଣ୍ଣ ବନ୍ଦ କିମ୍ବା ସୀମିତ କରାଯାଇଛି।
ସାଧାରଣ ଯାତ୍ରୀମାନଙ୍କୁ ମୁଖ୍ୟ ରାସ୍ତାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଶ୍ୱ ବଜାର ଓ ଜଳପଥ ଉପରେ ସଙ୍କଟଏହି ସଂଘର୍ଷ ଯୋଗୁଁ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଦୈନିକ ତୈଳ ଯୋଗାଣ କରୁଥିବା ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବିପଦ ମଧ୍ୟକୁ ଚାଲିଆସିଛି।
ଆର୍ଥିକ ବିଶ୍ଳେଷକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଆମେରିକା ଏହି ସାମୁଦ୍ରିକ ପଥକୁ ସମ୍ପୂର୍ଣ୍ଣ ଅବରୋଧ କରେ, ତେବେ ବାଣିଜ୍ୟ ଉପରେ ନିର୍ଭରଶୀଳ ଏହି ଅଞ୍ଚଳର ଅର୍ଥନୀତି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିବ।
ଜିସିସି ଇରାନର ଆକ୍ରମଣକୁ କଡ଼ା ନିନ୍ଦା କରିଥିବା ବେଳେ କତର ନେତୃତ୍ୱରେ ମଧ୍ୟସ୍ଥତା ପାଇଁ ପୁଣି ଗୋପନୀୟ ପ୍ରୟାସ ଆରମ୍ଭ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।