'Nimbuda' Folk Song ବହିରେ 'ନିମ୍ବୁଡା'ଗୀତ, ସଫେଇ ଦେଲେ ଗଣଶିକ୍ଷାମନ୍ତ୍ରୀ

Jul 08, 2026 - 20:44
'Nimbuda' Folk Song ବହିରେ 'ନିମ୍ବୁଡା'ଗୀତ, ସଫେଇ ଦେଲେ ଗଣଶିକ୍ଷାମନ୍ତ୍ରୀ

"ନବରଙ୍ଗପୁର(ସୁରେଶ ନାଇଡ଼ୁ): ଓଡ଼ିଶାର ସରକାରୀ ପାଠ୍ୟପୁସ୍ତକରେ ତ୍ରୁଟିବିଚ୍ୟୁତିକୁ ନେଇ ବିବାଦ ଚରମସୀମାରେ ରହିଛି।

ଏହା ମଧ୍ୟରେ ୮ମ ଶ୍ରେଣୀ ପାଠ୍ୟପୁସ୍ତକରେ ରାଜସ୍ଥାନୀ ଲୋକଗୀତ 'ନିମ୍ବୁଡା' ସର୍ବାଧିକ ଚର୍ଚ୍ଚାାରେ ରହିଛି।

ଏହି ଗୀତକୁ ନେଇ ଆଜି ଗଣଶିକ୍ଷାମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି।Advertisment Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ଆଉଟ୍‌ସୋର୍ସିଂ ହାତରେ ଗଣଶିକ୍ଷା, ବହି ପ୍ରସ୍ତୁତିରେ ସାମିଲ ରହିଥିବା ଅଭିଯୋଗ ଆଜି ଗଣଶିକ୍ଷାମନ୍ତ୍ରୀ ନବରଙ୍ଗପୁର ଗସ୍ତରେ ଅଛନ୍ତି।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ନବରଙ୍‌ଗପୁର ଗସ୍ତରେ ଯାଇଛନ୍ତି।

ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ଯୋଗ ଦେଇ ରାଜ୍ୟଗଣଶିକ୍ଷାମନ୍ତ୍ରୀ  ବିରୋଧୀଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ମନ୍ତ୍ରୀ ଗଣ୍ଡ ।

କହିଛନ୍ତି, ଗୀତକୁ ନେଇ ନୁହେଁ, ଜାତୀୟ ଶିକ୍ଷା ନୀତିକୁ ନ ବୁଝି ବିରୋଧୀମାନେ ଅଯଥା ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ।

ମନ୍ତ୍ରୀ  ନିଜର ଅଭିଭାଷଣରେ କହିଛନ୍ତି, ବହିରେ ରାଜସ୍ଥାନର ଏକ ପାରମ୍ପରିକ ଲୋକଗୀତ 'ନିମ୍ବୁଡା'କୁ ସ୍ଥାନ ଦିଆଯାଇଛି।

ଦେଶର ବିଭିନ୍ନ ରାଜ୍ୟର ଲୋକସଂସ୍କୃତି ଓ ଲୋକଗୀତ ସହ ପିଲାମାନଙ୍କୁ ପରିଚିତ କରାଇବା ହେଉଛି ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ।

ଆଜିକାଲି ମୋର୍ଡନ ଯୁଗରେ ଏହି ଗୀତଟି ଯେଭଳି ଲୋକପ୍ରିୟତା ହାସଲ କରିଛି ତାହାର ଏକ ଉଦାହରଣ ଭାବେ ଏହାକୁ ବହିରେ ସ୍ଥାନ ଦିଆଯାଇଛି ।

Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୪ ନିଲମ୍ବିତ କିନ୍ତୁ, ବିରୋଧୀମାନେ ବହି ନ ପଢ଼ି, ତଥ୍ୟ ନ ଜାଣି କେବଳ ରାଜନୀତି କରୁଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି।

ସେହିପରି ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି ଚିହ୍ନଟ ହୋଇଥିଲା, ସେଥିପାଇଁ ଦାୟୀଙ୍କ ବିରୋଧରେ ସରକାର ପଦକ୍ଷେପ ନେଇଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି।

ରାଜ୍ୟରେ ଜାତୀୟ ଶିକ୍ଷା ନୀତିର ସଫଳ କାର୍ଯ୍ୟକାରିତାକୁ ବିରୋଧୀମାନେ ସହ୍ୟ କରିପାରୁ ନଥିବା କହିଛନ୍ତି ।

ତେଣୁ, ଏଭଳି ପ୍ରସଙ୍ଗକୁ ନେଇ ଅପପ୍ରଚାର କରୁଥିବା ମନ୍ତ୍ରୀ କହିଥିଲେ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।