War: ଇରାନକୁ ପୁଣି କଡ଼ା ଚେତାବନୀ ଦେଲେ ନେତାନ୍ୟାହୁ
"ଜେରୁଜେଲମ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନ ବିରୋଧରେ ସାମରିକ ଅଭିଯାନ ସମ୍ପର୍କରେ ପୁଣି ଥରେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଇରାନ ସହ ସଂଘର୍ଷ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।
ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ନ କରାଯିବା ପର୍ଯ୍ୟନ୍ତ ଇସ୍ରାଏଲ ନିଜର ଲକ୍ଷ୍ୟ ପୂରଣ ହୋଇଛି ବୋଲି ମନେ କରିବ ନାହିଁ।
ଗୁରୁବାର ହାଟଜେରିମ୍ ଏୟାର ବେସରେ ଇସ୍ରାଏଲ ବାୟୁସେନା ସମାରୋହରେ ଏକ ଅଭିଭାଷଣ ଦେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।Advertisment ନେତାନ୍ୟାହୁଙ୍କ କହିବା ଅନୁସାରେ, ଇରାନ ପାଖରେ ଏବେ ବି ବିପୁଳ ପରିମାଣର ଉଚ୍ଚମାନର ସମୃଦ୍ଧ ୟୁରାନିୟମ୍ ରହିଛି।
ଏହାକୁ ଇରାନରୁ ହଟାଇବା ସହ ସେଠାରେ ଥିବା ୟୁରାନିୟମ୍ ସମୃଦ୍ଧୀକରଣ କେନ୍ଦ୍ରଗୁଡ଼ିକୁ ବନ୍ଦ କରିବା ଆବଶ୍ୟକ।
ଏହା ସହ ଇରାନ ସମର୍ଥିତ ସଶସ୍ତ୍ର ଗୋଷ୍ଠୀ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଇସ୍ରାଏଲ ପାଇଁ ବଡ଼ ବିପଦ ହୋଇ ରହିଛି।
ଏହି ସବୁ ବିପଦକୁ ସମ୍ପୂର୍ଣ୍ଣ ଦୂର ନ କରାଯିବା ପର୍ଯ୍ୟନ୍ତ ସଂଘର୍ଷର ଲକ୍ଷ୍ୟ ପୂରଣ ହେବ ନାହିଁ।
କ୍ଷମତାଚ୍ୟୁତ ହେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ?
ସେ ଦାବି କରିଛନ୍ତି ଯେ, ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଅଭିଯାନ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବଡ଼ ଧକ୍କା ଦେଇଛି ଏବଂ ଇସ୍ରାଏଲକୁ ସମ୍ଭାବ୍ୟ "ପରମାଣୁ ବିନାଶ"ରୁ ରକ୍ଷା କରିଛି।
ତେବେ ଏହି ଅଭିଯାନକୁ ଏଯାଏ ଶେଷ ହୋଇନାହିଁ।
ଆବଶ୍ୟକ ପଡ଼ିଲେ ଇସ୍ରାଏଲ ପୁଣି ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି, ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ସେତେବେଳେ ସମ୍ଭବ ହେବ, ଯେତେବେଳେ ଇରାନର ପରମାଣୁ କାର୍ଯ୍ୟକ୍ରମ, କ୍ଷେପଣାସ୍ତ୍ର କ୍ଷମତା ଓ ତାହାର ସମର୍ଥିତ ସଶସ୍ତ୍ର ଗୋଷ୍ଠୀମାନଙ୍କ ପ୍ରଭାବକୁ ନିଷ୍କ୍ରିୟ କରାଯିବ।
ସେଥିପାଇଁ ଇସ୍ରାଏଲ ଆଗାମୀ ସମୟରେ ମଧ୍ୟ ନିଜ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବ ବୋଲି ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।