Dead: ନୋଏଡ଼ାରେ ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ

Jul 10, 2026 - 22:00
Dead: ନୋଏଡ଼ାରେ ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ

"ନୋଏଡ଼ା: ପ୍ରବଳ ବର୍ଷା ଯୋଗୁ ନୋଏଡ଼ା‌ରେ ଏକ ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ୨୮ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଯାଇଛି।

ମୃତ ଯୁବକଙ୍କ ନାଁ ଆରୟନ।

ସେ ସଞ୍ଜୟ କୁମାରଙ୍କ ପୁଅ।

ପୁଲିସ ଅନୁଯାୟୀ ମୃତ ଯୁବକ ହେଉଛନ୍ତି ନୋଏଡ଼ା ସେକ୍ଟର ୨୨ର ଚରୁଆ ଗ୍ରାମ ବାସିନ୍ଦା।

ସେ ସେକ୍ଟର ୫୮ରେ ତାଙ୍କ କାର୍ଯ୍ୟସ୍ଥଳକୁ ଯାଉଥିବାବେଳେ ସେକ୍ଟର ୫୭ରେ ଏକ ମୁକୁଳା ଡ୍ରେନ୍‌କୁ ଖସି ପଡ଼ିଥିଲେ।

ଶୁଭମ ନାମକ ଜଣେ ସହକର୍ମୀ ତାଙ୍କୁ ସେକ୍ଟର ୩୯ର ଜିଲ୍ଲା ହସ୍ପିଟାଲ୍‌ ନେଇଥିଲେ ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।Advertisment ସେକ୍ଟର ୫୮ ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି।

ମୃତ ଯୁବକଙ୍କ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଘଟଣାରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

ଏହି ଘଟଣା ପାଇଁ ଆରୟନଙ୍କ ପରିବାର ସଦସ୍ୟ ନଏଡ଼ା କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି।

ଦାୟିତ୍ବରେ ଅବହେଳା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଡ୍ରେନ୍‌ଟି ଖୋଲା ଏବଂ ଅସୁରକ୍ଷିତ ଥିବାରୁ ଏହି ଘଟଣା ଘଟିଗଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରଛନ୍ତି ଏବଂ ଏହି ଘଟଣାପାଇଁ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ବୁଧବାର ରାତିରୁ ନଏଡ଼ାରେ ଲଗାଣ ବର୍ଷା ଜାରି ରହିଥିବାରୁ ରାସ୍ତା ଗୁଡ଼ିକରେ ଜଳବନ୍ଦୀ ସମସ୍ୟା ଉପୁଜିଛି।

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଯୁବକଙ୍କର ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।