Education: ଆଲାଏନ୍ସ ବିଶ୍ବବିଦ୍ୟାଳୟରେ ନୂଆ ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ ସ୍ବାଗତ

Jul 11, 2026 - 01:17
Education: ଆଲାଏନ୍ସ ବିଶ୍ବବିଦ୍ୟାଳୟରେ ନୂଆ ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ ସ୍ବାଗତ

"ବେଙ୍ଗାଲୁରୁ: ଆଲାଏନ୍ସ ବିଶ୍ବବିଦ୍ୟାଳୟରେ ୨୦୨୬-୨୮ ବ୍ୟାଚ୍‌ର ନୂଆ ଏମ୍‌ବିଏ ଛାତ୍ରଛାତ୍ରୀମାନଙ୍କ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ବିଶ୍ବବିଦ୍ୟାଳୟର ପ୍ରୋ ଭାଇସ୍‌ ଚାନ୍‌ସେଲର୍‌ ଡକ୍ଟର ରାୟ ଟିଟୁସ୍‌ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ପ୍ରୋ ଚାନ୍‌ସେଲର୍‌ ଅଭୟ ଜି ଚେବି ଉଦଘାଟନୀ ଅଭିଭାଷଣ ଦେଇଥିଲେ।Advertisment ଭାଇସ୍‌ ଚାନ୍‌ସେଲର୍‌ ଡକ୍ଟର ବି ପ୍ରିଷ୍ଟଲି ଶାନ ଛାତ୍ରଛାତ୍ରୀଙ୍କୁ ଉତ୍ସାହର ସହ ପଢ଼ିବା ଓ ଶୃଙ୍ଖଳା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।

ପିଡବ୍ଲ୍ୟୁସିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଜୟ ଆଡଭାନି ବ୍ୟବସାୟ ଓ କ୍ୟାରିୟର ଉପରେ ପ୍ରଯୁକ୍ତିର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।

ଦୃଢ଼ ପ୍ରଫେସନାଲ ନେଟୱର୍କ ସ୍ଥାପନ କରିବା ଓ ଜୀବନବ୍ୟାପୀ ଶିଖିବା ମନୋଭାବ ରଖିବାକୁ ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ।

ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ସୁରେଖା ସେଟ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।