Voter ID: ତୁଳସା ସାନ୍ତାଙ୍କ ନାମ ଭୋଟର ତାଲିକାରେ ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ
"ନବରଙ୍ଗପୁର (ସୁରେଶ ନାଇଡୁ): ନାଗରିକଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଗଣତାନ୍ତ୍ରିକ ଅଧିକାର ସୁନିଶ୍ଚିତ କରିବା ଦିଗରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି କ୍ରମରେ ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଛାରପଦର ଗ୍ରାମର ୭୦ବର୍ଷିୟ ତୁଳସା ସାନ୍ତାଙ୍କ ନାମ ପ୍ରଥମ କରି ଭୋଟର ତାଲିକାରେ ସାମିଲ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ତତ୍ପରତାର ସହିତ ଆବଶ୍ୟକ ପଦକ୍ଷେପ ନିଆଯାଇଛି।
Advertisment ତୁଲସାଙ୍କ ନାଁ ଭୋଟର ତାଲିକାରେ ନଥିବାରୁ ଏବଂ ସେ ଭୋଟ ଦେଇନଥିବା ଅଭିଯୋଗ ପାଇବା ପରେ ସମ୍ପୃକ୍ତ ବୁଥ୍ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ଦ୍ୱାରା ତୁଳସା ସାନ୍ତାଙ୍କ ସମ୍ପର୍କରେ ଗାଁକୁ ଯାଇ ବିସ୍ତୃତ ତଦନ୍ତ କରାଯାଇଥିଲା।
ତଦନ୍ତ ସମୟରେ ଆବଶ୍ୟକ ତଥ୍ୟ ଓ ଦଲିଲପତ୍ର ଯାଞ୍ଚ କରାଯିବା ସହିତ ତାଙ୍କ ଯୋଗ୍ୟତା ଓ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମ୍ପର୍କିତ ଆବଶ୍ୟକ ପ୍ରକ୍ରିୟା ବିଷୟରେ ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା।
Supreme Court verdict: ନବରଙ୍ଗପୁର ଟ୍ରିପଲ୍ ମର୍ଡର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ: ୨୨ ବର୍ଷ ଜେଲ୍ରେ ଥିବା ଅର୍ଜୁନ ନିର୍ଦ୍ଦୋଷ କ୍ଷେତ୍ର ତଦନ୍ତ ପରେ ତୁଳସା ସାନ୍ତାଙ୍କ ନାମ ନିର୍ବାଚନୀ ଭୋଟର ତାଲିକାରେ ସାମିଲ କରିବା ପାଇଁ ଆବଶ୍ୟକ ପଦକ୍ଷେପ ତୁରନ୍ତ ଆରମ୍ଭ କରାଯାଇଛି।
ଏହି କ୍ରମରେ ଭୋଟର ତାଲିକାରେ ନୂତନ ଭାବେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ-୬ ସଫଳତାର ସହିତ ୭୫-ଏସିର ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଥିବା ସୂଚନା ମିଳିଛି।
ଫର୍ମ-୬ ଦାଖଲ ପରେ ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁଯାୟୀ ଆବଶ୍ୟକ ଯାଞ୍ଚ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ ତୁଳସା ସାନ୍ତାଙ୍କ ନାମ ଭୋଟର ତାଲିକାରେ ସାମିଲ ହେବାର ପଥ ସୁଗମ ହୋଇଛି।
ଏହା ଫଳରେ ତାଙ୍କର ନିର୍ବାଚନୀ ପ୍ରକ୍ରିୟାରେ ଅଂଶଗ୍ରହଣ ଅଧିକାର ସୁନିଶ୍ଚିତ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।


