Dead: ଖଣିଅଞ୍ଚଳ‌ରେ ୬ ମାସରେ ୧୩ ଖଣି କର୍ମଚାରୀ ସହ ୨୨ ମୃତ

Aug 20, 2026 - 23:55
Dead: ଖଣିଅଞ୍ଚଳ‌ରେ ୬ ମାସରେ ୧୩ ଖଣି କର୍ମଚାରୀ ସହ ୨୨ ମୃତ

"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା କାଳିଆପାଣି ଖଣିଅଞ୍ଚଳରେ ଆତଙ୍କ ହେଲାଣି ଆକସ୍ମିକ ମୃତ୍ୟୁ।

ଗତ ୬ ମାସ ମଧ୍ୟରେ ମେଡିକାଲ ପହଞ୍ଚିବା ପୂର୍ବରୁ ହାରାହାରୀ ୪୧ ବର୍ଷ ବୟସରେ ୨୨ ଜଣଙ୍କ ମୃତ୍ୟୁ ହେଲାଣି।

ସେମାନଙ୍କ ମଧ୍ୟରେ ୧୩ ଜଣ ଖଣି କର୍ମଚାରୀ ଅଛନ୍ତି।

୧୨ ଘଣ୍ଟା ପୂର୍ବରୁ ପତ୍ନୀ ଓ ପରିବାରକୁ ଫୋନକରି ଭଲମନ୍ଦ ବୁଝିଥିବା ଜଣେ ଖଣି କର୍ମଚାରୀଙ୍କର ଆଜି ସକାଳ ମୃତଦେହ ଉଦ୍ଧାର କରାଯାଇଛି।

ମୃତକ ଇମ୍ଫା ମହାଗିରି କ୍ରୋମାଇଟ୍‌ ଖଣିରେ ନିୟୋଜିତ ଏନ୍‌ଏସ୍‌ଆଇପିଏଲ୍‌ କମ୍ପାନିର ମେକାନିକ୍‌ ଅରୁଣ ମହାରଣା(୩୯)।

ସେ କାଳିଆପାଣି ଏଟିଏମ୍‌ ଛକ ହାଟପଡ଼ିଆ ପାଖ ସୁନିଲ ହାଁସଦାଙ୍କ ଭଡ଼ାଘରେ ରହୁଥିଲେ।

ପୁଲିସ ସେଠାରୁ ତାଙ୍କ ମୃତଦେହ ଜବତ କରିଛି।

Advertisment ବୁଧବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସେ ଖଣିରେ ସ୍ବାଭାବିକ କାମ କରିଥିଲେ।

ଭଡ଼ାଘରକୁ ଫେରି ଆସିଥିଲେ।

ରାତି ଭ‌ୋଜନ ପରେ ଶୋଇଯାଇଥିଲେ।

ସେହି କୋଠରୀରେ ରହୁଥିବା ଅନ୍ୟ ୨ ସହକର୍ମୀ ଦେବାଶିଷ ପଣ୍ଡା ଓ ଭାଗ୍ୟ ବେହେରାଙ୍କର ଖଣିରେ ରାତି ଡ୍ୟୁଟି ଥିଲା।

ଏଣୁ ତାଙ୍କ ମୃତ୍ୟୁର ସମୟ ଓ କାରଣ ଅସ୍ପଷ୍ଟ ରହିଛି।

ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ୧୭/୨୬ ରୁଜୁ କରାଯାଇଛି।

ବ୍ୟବଛେଦ ପ‌ରେ ତାଙ୍କ ମରଶରୀର ପୈତୃକ ଘର ଆନନ୍ଦପୁର ଭଗାନଈ ପଠାଇ ଦିଆଯାଇଛି।

ଶେଷଶଯ୍ୟା ପାଖରେ ପତ୍ନୀ ନମିତା, ଶିଶୁକନ୍ୟା, ମାଆ ସୁଲୋଚନା ଓ ବାପା ମଙ୍ଗୁଳି ମହାରଣା ଉପସ୍ଥିତ ଥିଲେ।

ହସଖୁସି ସ୍ବଭାବର ଅରୁଣଙ୍କ ଅପ୍ରତ୍ୟାଶିତ ଅକାଳ ମୃତ୍ୟୁରେ ସହକର୍ମୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

ଜୁଲାଇ ମାସରେ ଏହିପରି ୬ ଜଣଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା।

୨୯ ତାରିଖ କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି ଗାଁର ଅନାମ ସିର୍‌କା ଓରଫ୍‌ ଟାଉ(୩୦) ଏବଂ ଝରଣାସାହିର ମଟ ମୁଣ୍ଡା ଓରଫ୍‌ ଲିପୁନ(୨୧) ଓ ଗୁରୁବାରୀ ବିରୁଆ(୫୫)ଙ୍କର ମୃତ୍ୟୁ ହୋଇଥିଲା।

ଦିନକ ପୂର୍ବରୁ ଲିପୁନ ବଡ଼ଭାଇ ସହ ଅନଳରୁ ଘର ଫେରିଥିଲେ।

ଟାଉ ଓ ଗୁରୁବାରୀ କୃଷି ଶ୍ରମିକ ଭାବେ କାମ କରିଥିଲେ।

୧୬ ତାରିଖ ରାଁସୋଳ ପଞ୍ଚାୟତ କାଟେପୂର୍ତ୍ତିନଗର ବସ୍ତିର ଆଦିବାସୀ ଯୁବକ ରମାକାନ୍ତ ସିଂହ ଓରଫ୍‌ ଲଣ୍ଡା(୩୧)ଙ୍କର ମୃତ୍ୟୁ ହୋଇଥିଲା।

୧୨ ତାରିଖ ବନ୍ଧଗାଁ ଲାଙ୍ଗୁଳାବାବା ହାଇସ୍କୁଲ ପିଇଟି ଶଶଧର ମହାନ୍ତ(୪୭) ନିଜ ଧାନକ୍ଷେତ‌ରେ ଟଳି ପଡ଼ିଥିଲେ।

ଓଏମ୍‌ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଡେକୋ କମ୍ପାନିର କେ୧-ୱିନର୍ସର ନିରାପତ୍ତାରକ୍ଷୀ ଟୁକୁନ ମିଶ୍ର(୨୮) ଖଣିର ଆବାସିକ କୋଠରୀରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

କାଳିଆପାଣିରେ ପୁଷ୍ପା-୨ ଫିଲ୍ମ ସୁଟିଂ ଜୁନ ୧୪ରେ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଇଫ୍ଲ୍ୟୁଏଣ୍ଟ୍‌ ଟ୍ରିଟମେଣ୍ଟ୍‌ ପ୍ଲାଣ୍ଟ୍‌ ଏସ୍‌ପିଏ କମ୍ପାନିର ସୁପରଭାଇଜର ଉମେଶ ଚନ୍ଦ୍ର ମହାନ୍ତ(୩୨)ଙ୍କର ମୃତ୍ୟୁ ହୋଇଥିଲା।

୪ ତାରିଖ ରାଁସୋଳ ପଞ୍ଚାୟତ କଲରଙ୍ଗିଅତ୍ତା କୁମାରଡି ଗାଁର ଆଦିବାସୀ ଯୁବ ଇଞ୍ଜିନିୟର ଗଣେଶ ପୂର୍ତ୍ତି(୨୦)ଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ମେ ୨୭ ତାରିଖ ସିମେଣ୍ଟ୍‌ କମ୍ପାନିରେ ଠିକା ଶ୍ରମିକ କାଦୁଅବନ୍ଦୀ ଗାଁର ସଞ୍ଜୀବ ପାତ୍ର(୩୩)ଙ୍କର ଦେହାନ୍ତ ହୋଇଥିଲା।

୨୨ ତାରିଖ ବାଲେଶ୍ବର ଆଲଏଜ୍ କାଳିଆପାଣି କ୍ରୋମାଇଟ୍‌ ଖଣିର ନମୁନା ସଂଗ୍ରହକାରୀ ରମାକାନ୍ତ ଖଟୁଆ(୪୭) ଆଖି ବୁଜିଥିଲେ।

୧୧ ତାରିଖ ଇମ୍ଫା ମହାଗିରି କ୍ରୋମାଇଟ୍‌ ଖଣି ମାହେଶ୍ବରୀ କମ୍ପାନିର ମେକାନିକ୍‌ ଗୁଲାବ୍‌ ମୁସ୍ତାକ୍(୫୬)ଙ୍କର କ‌ାର୍ଯ୍ୟସ୍ଥଳରେ ମୃତ୍ୟୁ ହୋଇଥିଲା।

ମାର୍ଚ୍ଚମାସରେ ୬ ଜଣ ମୃତ୍ୟୁର ଶିକାର ହୋଇଥିଲେ।

୨୦ ରେ ଟାଟାଷ୍ଟିଲ ଠିକା ନିରାପତ୍ତାରକ୍ଷୀ ସନ୍ଥ ଚରଣ ବେହେରା(୫୩), ୧୩ ତାରିଖରେ ଗୁରୁଜଙ୍ଗ ଗାଁର ଚୈତନ୍ୟ ସିଙ୍କୁ(୨୪), ୧୧ ତାରିଖରେ ୩ ଜଣ ଓଏମ୍‌ସି ସୁକ୍ରଙ୍ଗି କ୍ରୋମାଇଟ୍‌ ଖଣିର ଠିକା ଶ୍ରମିକ ରଞ୍ଜନ କୁମାର ଥଟାରି(୪୭), ଓସ୍ତପାଳର ଫୁଟବଲ୍ ଖେଳାଳି ଲାଲା ଗାଗରାଇ(୨୪) ଓ ରାଁସୋଳ ଗାଁର ଛଟେଇ ଖଣି ଶ୍ରମିକ ବିଶ୍ବନାଥ ମହାନ୍ତ(୫୯), ୬ ତାରିଖ ଇମ୍ଫାର ବରିଷ୍ଠ କିରାଣୀ ଦିଲ୍ଲୀପ କୁମାର ସାହୁ(୫୫)ଙ୍କର ମୃତ୍ୟୁ ହୋଇଥିଲା।

ଏପ୍ରିଲରେ ୪ ଜଣଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା।

୨୫ ତାରିଖ ଇମ୍ଫା ଠିକା ଶ୍ରମିକ ରଙ୍ଗମାଟିଆ ଗାଁର ଭକ୍ତ ନାୟକ(୫୫) ସଂକୀର୍ତ୍ତନ କରୁଥିବା ସ୍ଥାନରେ ଓ ୯ ତାରିଖ ଓଏମ୍‌ସି ଖଣି ଡେକୋ କମ୍ପାନିର ପତି ମିସ୍ତ୍ରି ରଞ୍ଜୟ(ରଞ୍ଜନ) କୁମାର ମହାନ୍ତି(୩୯)ଙ୍କ କର୍ମକ୍ଷେତ୍ରରେ ଏବଂ ୬ ତାରିଖ ଓଏମ୍‌ସି ଠିକା ରୋଷେୟା ରମେଶ ଚନ୍ଦ୍ର ସାହୁ(୫୩) ଆବାସିକ ଘରେ ଓ ପୂର୍ବଦିନ କାଳିଆପାଣି ଦେହୁରୀସାହିର ଆରତି ମହାନ୍ତି(୫୫) ଗାଧୁଆ ଘରେ ଟଳି ପଡ଼ିଥିଲେ।

ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକଙ୍କୁ ପଚାରିବାରେ ଅଧିକ ଚାପଗ୍ରସ୍ତ କିମ୍ବା କଠିନ ପରିଶ୍ରମ ଏହାର ପ୍ରମୁଖ କାରଣ ହୋଇପାରେ ବୋଲି କହିଥିଲେ।

ଏହାବାଦ୍‌ ଅନିୟମିତ ଖାଦ୍ୟାଭ୍ୟାସ, ଦିନକ ପୂର୍ବରୁ ଖାଇଥିବା ଖାଦ୍ୟର ମାନ ଓ ନିଶା ସେବନ ମଧ୍ୟ ଆକସ୍ମିକ ମୃତ୍ୟୁର କାରଣ ହୋଇଥାଏ କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)