Volleyball: ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ଭଲିବଲ୍; ଟ୍ରଫି ବଜାୟ ରଖିଲା କିଟ୍
ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟ ପୁରୁଷ ଭଲିବଲ୍ ଦଳ ନିଜ ଆଧିପତ୍ୟ ବଜାୟ ରଖି ପୁଣି ଥରେ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଭଲିବଲ୍ ପ୍ରତିଯୋଗିତାରେ ବିଜେତା ହୋଇଛି। ପଶ୍ଚିମବଙ୍ଗର ଆଦାମାସ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଶେଷ ଲିଗ୍ ମ୍ୟାଚ୍ରେ କିଟ୍ ୩-୦ ସେଟ୍ (୨୫-୧୬, ୨୫-୧୩, ୨୫-୧୮) ରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି।
ଗତ ଋତୁରେ ମଧ୍ୟ କିଟ୍ ବିଶ୍ବବିଦ୍ୟାଳୟ ଏହି ଟ୍ରଫି ଜିତିଥିଲା। ବିଜୟ ପଥରେ କିଟ୍ ଦଳ ମଣିପୁର ବିଶ୍ବବିଦ୍ୟାଳୟ ଓ ଆଦାମାସ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା। ଏଥି ସହିତ କିଟ୍ ବିଜେତା, ଆଦାମାସ ବିଶ୍ବବିଦ୍ୟାଳୟ ଉପବିଜେତା, ମିଥିଳା ବିଶ୍ବବିଦ୍ୟାଳୟ ତୃତୀୟ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟ ଚତୁର୍ଥ ସ୍ଥାନ ଦଖଲ କରିଛନ୍ତି। ଏହି ୪ ବିଶ୍ବବିଦ୍ୟାଳୟ ଚଳିତ ବର୍ଷର ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା ଲାଗି ମଧ୍ୟ ଯେଗ୍ୟତା ଅର୍ଜନ କରିଛନ୍ତି। ଶୀର୍ଷ ୪ ଭିତରେ ୨ ଓଡ଼ିଶା ବିଶ୍ବବିଦ୍ୟାଳୟ ସ୍ଥାନ ପାଇବା ମଧ୍ୟ ରାଜ୍ୟ କ୍ରୀଡ଼ା ପାଇଁ ଗୌରବ ଆଣି ଦେଇଛି। କିଟ୍ ବିଶ୍ବବିଦ୍ୟାଳୟ ଖେଳାଳିମାନଙ୍କୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇବା ସହ ସର୍ବଭାରତୀୟ ପ୍ରତିଯୋଗିତା ଲାଗି ଶୁଭକାମନା ପ୍ରେରଣ କରିଛନ୍ତି।
ଜାତୀୟ ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ : ଓଡ଼ିଶା ମହିଳା ହାରିଲେ, ପୁରୁଷ ଜିତିଲେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
