02 NOVEMBER 2026

Welcome!

Unlock your personalized experience.
Sign Up

Chess rankings: ଫିଡେ ମାନ୍ୟତା: ପ୍ରଥମ ୧୦ରେ ପ୍ରଜ୍ଞାନନ୍ଦ ଏକମାତ୍ର ଭାରତୀୟ

Nov 02, 2026 - 22:13
Chess rankings: ଫିଡେ ମାନ୍ୟତା: ପ୍ରଥମ ୧୦ରେ ପ୍ରଜ୍ଞାନନ୍ଦ ଏକମାତ୍ର ଭାରତୀୟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଚେସ୍ ମହାସଂଘ (ଫିଡେ) ପକ୍ଷରୁ ନଭେମ୍ବର ୨୦୨୬ର ବିଶ୍ୱ ମାନ୍ୟତା ପ୍ରକାଶ ପାଇଛି। ଭାରତର ଆର୍‌. ପ୍ରଜ୍ଞାନନ୍ଦ ଓପନ୍ ବର୍ଗର ଶ୍ରେଷ୍ଠ ୧୦ରେ ଏକମାତ୍ର ଭାରତୀୟ ଭାବେ ସପ୍ତମ ସ୍ଥାନ ବଜାୟ ରଖିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ନରଓ୍ବେର ମାଗ୍ନସ୍‌ କାର୍ଲସେନ୍‌ ଥିବାବେଳେ ଦ୍ବିତୀୟ ସ୍ଥାନରେ ଆମେରିକାର ନାକାମୁରା ହାକାରୁ ଅଛନ୍ତି।

ଶ୍ରେଷ୍ଠ ୧୦୦ ମଧ୍ୟରେ ୧୩ ଜଣ ଭାରତୀୟ ଅଛନ୍ତି। ଅର୍ଜୁନ ଏରିଗାସି ୧୨ତମ ସ୍ଥାନରେ ଓ ବିଶ୍ବନାଥନ୍‌ ଆନନ୍ଦ ୧୪ତମ ସ୍ଥାନରେ ଅଛନ୍ତି। ନିହାଲ ସରିନ୍‌ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୨୦ ମଧ୍ୟରେ ସ୍ଥାନ ପାଇଛନ୍ତି। ସେ ୧୯ତମ ସ୍ଥାନରେ ଅଛନ୍ତି। ମଣ୍ଟେନିଗ୍ରୋର ବୁଦ୍‌ଭାଠାରେ ଅନୁଷ୍ଠିତ ୪୧ତମ ୟୁରୋପୀୟ ଚେସ୍ କ୍ଲବ୍ କପ୍‌ରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଏହି ଉନ୍ନତିର ପ୍ରମୁଖ କାରଣ। ସେ ୬ଟି ମ୍ୟାଚ୍‌ରୁ ୫ ପଏଣ୍ଟ ହାସଲ କରିବା ସହ ବୋର୍ଡ-୨ରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାଦ୍ୱାରା ତାଙ୍କ ରେଟିଂ ୧୧ ପଏଣ୍ଟ ବୃଦ୍ଧି ପାଇ ୨୭୨୦ରେ ପହଞ୍ଚିଛି।

Chess: କେମରଙ୍କୁ ହରାଇ ଫାଇନାଲର ନିକଟତର ହେଲେ ପ୍ରଜ୍ଞାନନ୍ଦ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)