Voice of the World: ସ୍ବର ସଂସାର: ନୂତନ ଧାରା ସୃଷ୍ଟି କରିବା ମୋର ଲକ୍ଷ୍ୟ
"ପିଲାଟି ଦିନରୁ ସଂଗୀତ ପରିବେଶ ଭିତରେ ବଢ଼ିଛନ୍ତି।
ସେଥିପାଇଁ କେବେଠାରୁ ସେ ସଂଗୀତର ମୋହରେ ପଡ଼ିଛନ୍ତି, ତାହା କହିବା ତାଙ୍କ ପକ୍ଷେ କଷ୍ଟ।
ଓଡ଼ିଶାର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢ଼ୀଙ୍କ ସୁପୁତ୍ର ସ୍ବସ୍ତିକ ଛୋଟ ବେଳରୁ ବାପାଙ୍କ ଗୀତ ଶୁଣି ଶୁଣି ବଡ଼ ହୋଇଛନ୍ତି।
ଆଜି ନିଜକୁ ଜଣେ ସଫଳ କଣ୍ଠଶିଳ୍ପୀ ଭାବେ ଗଢ଼ିତୋଳିବାର ପଥରେ ସେ ଅଗ୍ରସର ହେଉଛନ୍ତି।Advertisment The story behind the song: ଗୀତ ପଛର ଗପ: ଆଶାଙ୍କ ପ୍ରଥମ ଓ ଶେଷ ସମ୍ବଲପୁରୀ ଗୀତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ପ୍ରଶିକ୍ଷିତ ସ୍ବସ୍ତିକ ସଂଗୀତକୁ କ୍ୟାରିୟର୍ କରିଛନ୍ତି।
ପ୍ରାୟ ସାତ ବର୍ଷ ତଳେ ସେ ପ୍ରଥମେ ନିଜ ବାପାଙ୍କ ଗୀତର ମ୍ୟୁଜିକ୍ ଆରେଞ୍ଜମେଣ୍ଟ୍ କରି ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।
ଧୀରେ ଧୀରେ ଆରେଞ୍ଜମେଣ୍ଟ୍ ସହିତ ସ୍ବର ସଂଯୋଜନା ବି କଲେ।
ପରବର୍ତ୍ତୀ ସମୟରେ ନିଜକୁ ଜଣେ ସଂଗୀତ ନିର୍ଦ୍ଦେଶକ ଭାବେ ଗଢ଼ି ତୋଳିବାରେ ବି ସଫଳ ହୋଇଛନ୍ତି ସ୍ବସ୍ତିକ।
ନିର୍ଦ୍ଦେଶନା ଦେବାକୁ ଭଲପାଉଥିଲେ ବି ଗୀତ ଗାଇବା ତାଙ୍କର ପ୍ରଥମ ପ୍ରେମ।
ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହେବା ତାଙ୍କର ସ୍ବପ୍ନ।
ଯଦିଓ ଆଗରୁ ତାଙ୍କର ଅନେକ ଗୀତ ୟୁଟ୍ୟୁବ୍, ଇନ୍ଷ୍ଟାଗ୍ରାମ୍ରେ ଶ୍ରୋତାଙ୍କ ପ୍ରଶଂସା ଜିଣିଥିଲା, ମାତ୍ର ତାଙ୍କୁ କଣ୍ଠଶିଳ୍ପୀର ପରିଚୟ ମିଳିଲା ୨୦୨୪ ମସିହାରେ।
ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ତରଙ୍ଗ ଚ୍ୟାନେଲ୍ ପ୍ରଯୋଜିତ ଟେଲି ସିନେମା "ଝିଅଟା ବଦଳିଗଲା"ରୁ ସେ ବୃତ୍ତିଗତ କଣ୍ଠଶିଳ୍ପୀ ଭାବେ ନିଜକୁ ଉପସ୍ଥାପିତ କଲେ।
ଏହି ସିନେମାର ସଂଗୀତ ନିର୍ଦ୍ଦେଶକ ଥିଲେ ବାପା ପ୍ରଶାନ୍ତ ପାଢ଼ୀ।
ଓଲିଉଡ୍ରେ ସଂଗୀତର ଏକ ନୂଆ ଧାରା ସୃଷ୍ଟି କରିବା ସ୍ବସ୍ତିକଙ୍କ ଇଚ୍ଛା।
ସେ କହନ୍ତି, ""ବାପା ଯେପରି ତାଙ୍କ ସମୟରେ ଏକ ନୂଆ ଶୈଳୀର ଆରମ୍ଭ କରିଥିଲେ, ମୁଁ ବି ସେପରି କିଛି ନିଆରା କରିବାକୁ ଚାହେଁ ।"" ନିକଟରେ ସେ ସିକିମ୍ରେ ୪ଟି ଆଧୁନିକ ଗୀତର ମ୍ୟୁଜିକ୍ ଭିଡିଓ ସୁଟ୍ କରିଛନ୍ତି।
ଯେଉଁଥିରେ ସେ ଗାୟକ, ନାୟକ ଓ ସଂଗୀତ ନିର୍ଦ୍ଦେଶନାର ଦାୟିତ୍ବ ତୁଲେଇଛନ୍ତି।
ତାଙ୍କ ସହିତ ଲୋକପ୍ରିୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ଅସୀମା ପଣ୍ଡା ବି ଏଥିରେ କଣ୍ଠଦାନ କରିଛନ୍ତି।
ଗୀତଗୁଡ଼ିକ ସଂଗୀତପ୍ରେମୀଙ୍କୁ ଏକ ନୂଆ ସ୍ବାଦ ଦେବ ବୋଲି ସ୍ୱସ୍ତିକ ଆଶା ରଖିଛନ୍ତି।
Song: ସେପଟେ ପୁଲିସ ଖୋଜୁଛି, ଏପଟେ ଗାଉଛନ୍ତି ଗୀତ!"