Neela Madhav: ‘ନୀଳମାଧବ’ରେ ବି ଭଡ଼ାରେ ଲାଗିଛି ଘର: ଗୋଟିଏ ପରିବାର ପାଖରେ ଏକାଧିକ ଘର
"ଭୁବନେଶ୍ୱର: ବୁଦ୍ଧବିହାର ପରେ ଏବେ ନୀଳମାଧବ ବସ୍ତିବାସିନ୍ଦା ଆବାସ ପ୍ରକଳ୍ପ ଭଡ଼ାରେ ଲାଗିଥିବା ଅଭିଯୋଗ ଉଠିଛି।
ବସ୍ତିବାସିନ୍ଦା ପରିଚୟରେ ଲୋକେ ଘର ତ ନେଉଛନ୍ତି, କିନ୍ତୁ ପରେ ଏହାକୁ ୮ରୁ ୧୦ହଜାର ଟଙ୍କାରେ ବାହାର ଲୋକଙ୍କୁ ଭଡ଼ାସୂତ୍ରରେ ଦେଉଛନ୍ତି।
ପ୍ରଶ୍ନ ଉଠୁଛି, ସତରେ ଯେଉଁମାନଙ୍କର ଘରର ଆବଶ୍ୟକତା ଅଛି, ସେମାନଙ୍କୁ ଘର ଦିଆଯାଉଛି ନା ଏଥିରେ ତଞ୍ଚକତା କରାଯାଇଛି ଓ ଥିଲାବାଲାଙ୍କୁ ଏହି ବସ୍ତିବାସିନ୍ଦା ଆବାସ ବଣ୍ଟାଯାଇଛି।
ଅଞ୍ଚଳର କର୍ପୋରେଟର୍ ଇତିଶ୍ରୀ ଦାସ ବି ଏ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ଏଠାରେ ଗୋଟିଏ କି ଦୁଇଟି ନୁହେଁ, ୭୦ ପ୍ରତିଶତ ଘର ଭଡ଼ାରେ ଲାଗିଥିବା ଅଭିଯୋଗ କରିଛନ୍ତି।
ଶ୍ରୀମତୀ ଦାସ କହିଛନ୍ତି, ସେ ନିଜେ ଏକାଧିକ ଥର ମେୟର ଓ କମିସନର୍ଙ୍କୁ ଭେଟି ଅଭିଯୋଗ କଲେଣି।Advertisment Murder: ଅଭିଯୁକ୍ତର ନାବାଳିକା ଝିଅ ସମେତ ଛଅ ଜଣଙ୍କୁ ପଚରାଉଚୁରା କର୍ପୋରେସନ୍ ବୈଠକରେ ବି ଏହି ପ୍ରସଙ୍ଗ ଉଠାଇଲେଣି।
କିନ୍ତୁ କେଉଁ ଅଦୃଶ୍ୟ ଚାପ ପଡ଼ୁଛି କେଜାଣି, ବିଏମ୍ସି ଅଧିକାରୀମାନେ ଏଥିରେ ହାତ ମାରୁନାହାନ୍ତି।କିଛିଦିନ ତଳେ ସଂଯୋଗ କ୍ରମେ ଏଭଳି ଏକ ସ୍ପର୍ଶକାତର ଘଟଣା ନଜରକୁ ଆସିଥିଲା।
ଏକ ଘରେ ଚୋର ପଶି ଜିନିଷପତ୍ର ଚୋରି କରି ନେଇଥିଲେ।
କଥା ଥାନାକୁ ଯାଇଥିଲା।
ଖୋଳତାଡ଼ ବେଳେ ଯେଉଁ ଲୋକଙ୍କ ଆସବାବପତ୍ର ଚୋରି ହୋଇଥିଲା, ସେ ଭଡ଼ାଟିଆ ବୋଲି ଜଣାପଡ଼ିଥିଲା।
ସଂପୃକ୍ତ ଘରର ମାଲିକ ଗାଡ଼କଣ ଅଞ୍ଚଳରେ ନିଜ ଘରେ ରହୁଥିବା ବେଳେ ପାଇଥିବା ଏହି ଘରକୁ ଭଡ଼ାରେ ଦେଇଥିଲେ।
ପରେ ବିଡିଏ ଓ ବିଏମ୍ସିର ମିଳିତ ଟିମ୍ ଚଢ଼ଉ କରି ଏହି ଘରକୁ ସିଲ୍ କରି ରଖିଛନ୍ତି।
ଯାଞ୍ଚ ପରେ ଦୁଇଟି ଘରକୁ ସିଲ୍ କରାଯାଇଥିଲା।
ଏହା ସତ୍ତ୍ବେ ବି ଭଡ଼ା ଦେବା ବନ୍ଦ ହୋଇନି।
ଗୋଟିଏ ପରିବାର ପାଖରେ ଏକାଧିକ ଘରକର୍ପୋରେସନ୍ ବୈଠକରେ ହୋହଲ୍ଲା ହେଲା, ତଥାପି ହାତ ମାରୁନାହାନ୍ତି ନୀଳମାଧବ ପ୍ରକଳ୍ପ ଇନ୍-ସିତୁ ବସ୍ତିବାସିନ୍ଦା ଗୃହ ପ୍ରକଳ୍ପ।
ଯେଉଁମାନେ ନୀଳମାଧବ ବସ୍ତିରୁ ଉଚ୍ଛେଦ ବସ୍ତିବାସିନ୍ଦା ଏଠାରେ ଥଇଥାନ ହେବେ।
ଏଠାରେ ବସ୍ତିବାସିନ୍ଦାଙ୍କ ପାଇଁ ୧୨ଶହ ଘର ତିଆରି ହେବ।
୯୪୦ଟି ଘର ନିର୍ମାଣ ସରିଛି।
୯୪୦ରୁ ପ୍ରାୟ ୬ଶହ ଘର ନୀଳମାଧବ ବସ୍ତିବାସିନ୍ଦାଙ୍କୁ ବଣ୍ଟାସରିଛି।
୨୦୧୨ ରାଜୀବ ଆବାସ ଯୋଜନା ସର୍ଭେ ତାଲିକାରେ ଥିବା ହିତାଧିକାରୀ ଏଠାରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
କର୍ପୋରେଟର ଶ୍ରୀମତୀ ଦାସ ଅଭିଯୋଗ କରିଛନ୍ତି, ଏଠାରେ ହିତାଧିକାରୀ ଚୟନରେ ଅନିୟମିତତା ହୋଇଛି।
ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତି ଘର ପାଇଛନ୍ତି।
ବାପାଙ୍କ ସହ ସେମାନଙ୍କ ବିବାହିତ ପୁଅ ଓ ଝିଅଙ୍କୁ ବି ଘର ଦିଆଯାଇଛି।
ନୀଳମାଧବ ପ୍ରକଳ୍ପ ବସ୍ତିବାସିନ୍ଦାଙ୍କ ପାଇଁ।
କିନ୍ତୁ ଏଠାରେ ସ୍ବଚ୍ଛଳ ବର୍ଗ ରହିଲେ କେମିତି ହେବ?
ଏହା ଏକ ବଡ଼ କେଳେଙ୍କାରୀ ବୋଲି ସେ ଅଭିଯୋଗ କରିଛନ୍ତି।
ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି, ଏକଥା ବି ଆମେ ଜାଣିଛୁ।
ଲୋକେ ଘର ସବୁ ଭଡ଼ା ଦେଇଥିବା ନଜିର୍ ରହିଛି।
କିଛି ଲୋକଙ୍କର ଗାଡ଼ି ଅଛି ଓ କାହାର ବାହାରେ ଘର ଓ ଜାଗା ଥିବାର ପ୍ରମାଣପତ୍ର ବି ମିଳିସାରିଛି।
ଏହି କାଗଜପତ୍ର ବି ଆମର ହସ୍ତଗସ୍ତ ହୋଇଛି।
ଶୀଘ୍ର ଅଚାନକ ଚଢ଼ଉ କରାଯିବ ଓ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ହିତାଧିକାରୀମାନେ ଘର ନେବାବେଳେ ସତ୍ୟପାଠ ଦେଇଛନ୍ତି।
ଏହି ସତ୍ୟପାଠ କେବେ ଦେଇଛନ୍ତି, ଗାଡ଼ି, ଜାଗା ଓ ଘର କେବେ କିଣାହୋଇଛି, ସବିଶେଷ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
Bharat Taxi ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ ନିର୍ଦ୍ଦିଷ୍ଟ ଅଭିଯୋଗ ଦରକାର: ମେୟରବସ୍ତିବାସିନ୍ଦାଙ୍କୁ ମିଳୁଥିବା ଘର ଭଡ଼ାରେ ଲାଗିବା ସଂପର୍କରେ ଆମ ପାଖରେ କୌଣସି ଅଭିଯୋଗ ନାହିଁ।
ନିର୍ଦ୍ଦିଷ୍ଟ ଅଭିଯୋଗ ମିଳିଲେ, କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍ସି ମେୟର ସୁଲୋଚନା ଦାସ କହିଛନ୍ତି।
ମେୟର ଶ୍ରୀମତୀ ଦାସ କହିଛନ୍ତି, ପୂର୍ବରୁ ନିର୍ଦ୍ଦିଷ୍ଟ ଅଭିଯୋଗ ଆଧାରରେ ଆମେ ମହିଷାଖାଲ ବସ୍ତିବାସିନ୍ଦା ଆବାସ ପ୍ରକଳ୍ପରେ ଚଢ଼ଉ କରିଥିଲୁ।
ସେଠାରୁ ୭ଜଣଙ୍କୁ ବେଆଇନ ଭାବେ ଘର ମିଳିଥିବା ଓ ଘର ଭଡ଼ାରେ ଲାଗିଥିବା ପ୍ରମାଣ ପାଇଥିଲୁ।
ଏହି ୭ଟି ଘରକୁ ସିଲ୍ କରି ଦିଆଯାଇଛି।
ନୀଳମାଧବରେ ବି ଏଭଳି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଥିଲା।
ଚଢ଼ଉ କରି ଏହାକୁ ବି ସିଲ୍ କରି ରଖାଯାଇଛି।
ଯଦି ନିର୍ଦ୍ଦିଷ୍ଟ କୌଣସି ଅଭିଯୋଗ ଆମ ପାଖରେ ପହଞ୍ଚିବ, ଯାଞ୍ଚ ପ୍ରକ୍ରିୟା ଓ ଜାଲିଆତି ଧରିବା ସହଜ ହେବ।
ତଥାପି ଏ ଉପରେ ଆମେ ନଜର ରଖିଛୁ ବୋଲି ମେୟର କହିଛନ୍ତି।"