19 SEPTEMBER 2026

Welcome!

Unlock your personalized experience.
Sign Up

Viral Video: ସ୍କୁଲ ଛୁଟି ପରେ ଲୋକଙ୍କ ଜୋତା ପଲିସ କରି ପରିବାରର ଗୁଜୁରାଣ ମେଣ୍ଟାଉଛି ବାଳକ

Sep 19, 2026 - 18:49
Viral Video: ସ୍କୁଲ ଛୁଟି ପରେ ଲୋକଙ୍କ ଜୋତା ପଲିସ କରି ପରିବାରର ଗୁଜୁରାଣ ମେଣ୍ଟାଉଛି ବାଳକ

ନୂଆଦିଲ୍ଲୀ: ମନପ୍ରୀତ ନାମକ ବ୍ୟକ୍ତି ରାସ୍ତାରେ ଯାତାୟାତ କରୁଥିବା ବେଳେ ହଠାତ୍ ଜଣେ ୧୩ ବର୍ଷୀୟ ବାଳକଙ୍କ ଉପରେ ତାଙ୍କର ନଜର ପଡ଼ିଥିଲା।  ଉକ୍ତ ବାଳକ ଜଣକ ରାସ୍ତାପାର୍ଶ୍ବରେ ବସି ଜୋତା ପଲିସ କରୁଥିଲେ। ଜୋତା ପଲିସ କରୁଥିବା ବାଳକଙ୍କୁ ଭେଟିବା ପରେ ମନପ୍ରୀତ ପିଲାଟିର ସଂଘର୍ଷ କାହାଣୀ ଜାଣିବାକୁ ପାଇଥିଲେ।

ପିଲାଟିର କହିବାନୁସାରେ, ‘ମୁଁ ଜଣେ ଛାତ୍ର ଦିନ ପ୍ରାୟ ୨ଟା ସମୟରେ ମୋ ସ୍କୁଲ ଛୁଟି ହୋଇଥାଏ। ସ୍କୁଲ ଛୁଟି ପରେ ପରିବାରର ଆବଶ୍ୟକତା ପୂରଣ କରିବା ସହିତ ଘରେ ଥିବା ମୋ ମା’ ଓ ସାନ ଭାଇଙ୍କ ପେଟରେ ଦୁଇମୁଠା ଦାନା ଦେବା ପାଇଁ ମୁଁ ଜୋତା ପଲିସର କାମ କରିଥାଏ।’

ମନପ୍ରୀତ ପିଲାଟିର ଅବସ୍ଥା ଦେଖି ତାକୁ ନିକଟସ୍ଥ ରାସନ ଦୋକାନକୁ ନେଇ ଯାଇଥିଲେ। ପିଲାଟିକୁ ଯାହା ଆବଶ୍ୟକ ନିଜ ଇଚ୍ଛାମୁତାବକ ନେବାକୁ କହିଥିଲେ।  ପିଲାଟି ଦୋକାନକୁ ପ୍ରବେଶ କରିବା ପ‌ରେ  ନିଜ ମା’ ଏବଂ ସାନ ଭାଇ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବାରେ ଲାଗିଥିଲ।’

ସୋସିଆଲ ମିଡିଆରେ ଭିଡିଓ ସେୟାର କଲେ ମନପ୍ରୀତ

ମନପ୍ରୀତ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ @manpreetiest ରେ ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓ ମାଧ୍ୟମରେ ସେ ପିଲାଟିର କାହାଣୀ ଜନସାଧାରଣଙ୍କ ସହ ବାଣ୍ଟିବା ସହିତ ଦର୍ଶାଇଛନ୍ତି ଯେ ସମସ୍ତଙ୍କ ଜୀବନ ସମାନ ନୁହେଁ। ଲୋକମାନଙ୍କୁ ନିଜ ପାଖରେ ଥିବା ଜିନିଷ ପାଇଁ କୃତଜ୍ଞ ହେବା ଆବଶ୍ୟକ।  ଘୃଣା ଭାବ ପରିବର୍ତ୍ତେ ଭଲପାଇବା ଓ ଖୁସି ବାଣ୍ଟିବା ଉଚିତ।

 ପିଲାଟିର ସାହସ ଏବଂ ପରିବାର ପ୍ରତି ଥିବା ତା’ର ଚିନ୍ତାଧାରା ମନପ୍ରୀତଙ୍କ ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଛି।

ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା: ପୂର୍ବତନ ସମିତିସଭ୍ୟ ମୃତ, ଜଣେ ଗୁରୁତର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)