Jammu & Kashmir: ଆତଙ୍କବାଦୀଙ୍କୁ ସହାୟତା ଅଭିଯୋଗରେ ଜାମ୍ମୁ-କାଶ୍ମୀର ୩ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

Sep 19, 2026 - 18:49
Jammu & Kashmir: ଆତଙ୍କବାଦୀଙ୍କୁ ସହାୟତା ଅଭିଯୋଗରେ ଜାମ୍ମୁ-କାଶ୍ମୀର ୩ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

"ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୁଲିସକୁ ମିଳିଛି ଏକ ବଡ଼ ସଫଳତା।

ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ''ଲସ୍କର-ଏ-ତୋଇବା''କୁ ଲଜିଷ୍ଟିକ୍ ସହାୟତା, ଆଶ୍ରୟ ଓ ଯାତାୟାତରେ ସହଯୋଗ କରୁଥିବା ଅଭିଯୋଗରେ ୩ ଜଣ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରାଯାଇଛି।

ଧରମସାଲ ଥାନାରେ ରୁଜୁ ହୋଇଥିବା ମାମଲାର ଅଧିକ ତଦନ୍ତ ବେଳେ ପୁଲିସ ଏହି ସଫଳତା ପାଇଛି।

ଗିରଫ ହୋଇଥିବା ବ୍ୟକ୍ତିମାନେ କୋଟ୍ ଚାରୱାଲ ଅଞ୍ଚଳର ମହମ୍ମଦ ଆଜାମ୍, ଜାକିର ହୁସେନ୍ ଏବଂ ମହମ୍ମଦ ମୁସ୍ତାକ ବୋଲି ଚିହ୍ନଟ ହୋଇଛନ୍ତି।Advertisment ଗିରଫ ଅଭିଯୁକ୍ତଙ୍କୁ ଜେରା ତଦନ୍ତରୁ ପ୍ରକାଶ ଯେ, ଏହି ଅଭିଯୁକ୍ତମାନେ ଆତଙ୍କବାଦୀଙ୍କୁ ରହିବା ପାଇଁ ଗୁପ୍ତ ଆଶ୍ରୟସ୍ଥଳ ଯୋଗାଇବା ସହ ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ସାହାଯ୍ୟ କରୁଥିଲେ।

୨୦୨୩ ମସିହାରେ ରିଆସିର ଚାସାନାଠାରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ ମଧ୍ୟ ଏହି ତିନିଜଣ ଆଶ୍ରୟ ଓ ସହାୟତା ଦେଇଥିବା ତଦନ୍ତରୁ ପଦାକୁ ଆସିଛି।

ଏହାବ୍ୟତୀତ ସେମାନେ ରଜୌରୀ-ରିଆସି ଜିଲ୍ଲା ଏବଂ ପୀର ପଞ୍ଜାଲ ଅଞ୍ଚଳ ଦେଇ ଶୋପିଆନ୍ ଆଡ଼କୁ ଗତି କରୁଥିବା ଅନେକ ଆତଙ୍କବାଦୀ ଗୋଷ୍ଠୀକୁ ଲଜିଷ୍ଟିକ୍ ସପୋର୍ଟ ଦେଉଥିଲେ।

ଗିରଫ ଅଭିଯୁକ୍ତଙ୍କୁ ଜେରା କରିବା ପରେ ସେମାନଙ୍କ ସୂଚନା ଆଧାରରେ ପୁଲିସ ଗୋଟିଏ ପିସ୍ତୋଲ, ମାଗାଜିନ୍, ଗୁଳିଗୋଳା ଏବଂ ୨ଟି ଚୀନ୍ ନିର୍ମିତ ଗ୍ରେନେଡ୍ ଜବତ କରିଛି।

ଏହି ଆତଙ୍କବାଦୀ ସହାୟତା ନେଟୱାର୍କର ଜାଲ କେତେ ଦୂର ବ୍ୟାପିଛି, ସେ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

IPhone 18 Pro: ସ୍ତ୍ରୀ ପାଇଁ ଆଇଫୋନ୍-୧୮ ପ୍ରୋ କିଣିବାକୁ ପୈତୃକ ସୁନା ବିକିଲେ ଯୁବକ; ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ପ୍ରତିକ୍ରିୟା ପରେ ଜୋର ଧରିଲା ଚର୍ଚ୍ଚା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)