Viral Beauty Trend: ଭାଇରାଲ୍ ବ୍ୟୁଟି ଟ୍ରେଣ୍ଡ୍ ପ୍ରାଜକ୍ତାଙ୍କ ପରାମର୍ଶ

Nov 07, 2026 - 09:19
Viral Beauty Trend: ଭାଇରାଲ୍ ବ୍ୟୁଟି ଟ୍ରେଣ୍ଡ୍ ପ୍ରାଜକ୍ତାଙ୍କ ପରାମର୍ଶ

ସୋସିଆଲ୍ ମିଡିଆରେ ପ୍ରତିଦିନ ନୂଆ ନୂଆ ବ୍ୟୁଟି ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି।

କେତେବେଳେ ଗ୍ଲୋଇଂ ସ୍କିନ୍ ପାଇଁ ଫେସ୍ ମାସ୍କ ତ ଆଉ କେତେବେଳେ ସୁନ୍ଦର କେଶ ପାଇଁ ଘରୋଇ ଉପାୟ।

ଏହାକୁ ଦେଖି ଅନେକ ଲୋକ ଟ୍ରେଣ୍ଡ୍‌ କୁ ଅନୁସରଣ କରିବାକୁ ଲାଗନ୍ତି।

କିନ୍ତୁ ଭାଇରାଲ୍ ହେଉଥିବା ସବୁ ଜିନିଷ ସମସ୍ତଙ୍କ ପାଇଁ ଉପାଦେୟ ହୋଇ ନପାରେ।

ଏହି ବିଷୟରେ ନିଜର ମତ ରଖିଛନ୍ତି ଅଭିନେତ୍ରୀ ତଥା ୟୁଟ୍ୟୁବର୍ ପ୍ରାଜକ୍ତା କୋଲି।

Advertisment Blood donation: ଦୀପାବଳିରେ ରକ୍ତଦାନର ମହାଅଭିଯାନ ଏକ ସାକ୍ଷାତ୍‌କାରରେ ପ୍ରାଜକ୍ତା କହିଛନ୍ତି, ନୂଆ ନୂଆ ବ୍ୟୁଟି ଟ୍ରେଣ୍ଡ୍ ଥରୁଟିଏ ଆପଣାଇ ଦେଖିବାରେ କିଛି ଅସୁବିଧା ନାହିଁ।

କିନ୍ତୁ ଅନ୍ୟମାନଙ୍କୁ ଦେଖି ଆଖି ବୁଜି ତାହାକୁ ଅନୁସରଣ କରିବା ଠିକ୍ ନୁହେଁ।

ନିଜ ତ୍ୱଚା ପାଇଁ କେଉଁଟି ଭଲ, ତାହା ଜାଣିବା ଜରୁରି।

କିଛି ବ୍ୟୁଟି ଟ୍ରେଣ୍ଡ୍ ଜଣଙ୍କ ପାଇଁ ଭଲ କାମ କରିଥିବାବେଳେ ଆଉ କିଛି ତାଙ୍କର କୌଣସି କାମରେ ଆସିନାହିଁ।

ତେଣୁ ପ୍ରତ୍ୟେକ ଟ୍ରେଣ୍ଡ୍ ସମସ୍ତଙ୍କ ପାଇଁ ଉପଯୋଗୀ ହେବ ବୋଲି ଭାବିବା ଭୁଲ୍।

ପ୍ରାଜକ୍ତାଙ୍କ ମତରେ, ସୋସିଆଲ୍ ମିଡିଆ ଯୋଗୁଁ ଲୋକେ ସୌନ୍ଦର୍ଯ୍ୟ ବିଷୟରେ ଅନେକ କିଛି ଜାଣିପାରୁଛନ୍ତି।

ଭିନ୍ନ ଭିନ୍ନ ତ୍ୱଚାର ରଙ୍ଗ, ଶରୀରର ଗଠନ ଓ କେଶକୁ ମଧ୍ୟ ଗୁରୁତ୍ୱ ମିଳୁଛି।

ତେବେ ସୌନ୍ଦର୍ଯ୍ୟ କେବଳ ଗୋରା ତ୍ୱଚା କିମ୍ବା ନିର୍ଦ୍ଦିଷ୍ଟ ଶରୀରର ଗଠନରେ ସୀମିତ ନୁହେଁ।

ପ୍ରତ୍ୟେକ ବ୍ୟକ୍ତି ନିଜସ୍ବ ଢଙ୍ଗରେ ସୁନ୍ଦର ।

ତେଣୁ ଅନ୍ୟ ସହ ନିଜକୁ ତୁଳନା ନକରି ନିଜକୁ ଭଲ ପାଇବା ଓ ଗ୍ରହଣ କରିବା ହିଁ ସର୍ବାଧିକ ଜରୁରି।

Kalinga Ghati: ୪୫ଦିନ ବିତିଗଲା, ଖୋଲି ପାରିଲାନି କଳିଙ୍ଗା ଘାଟିର ରାସ୍ତା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)