Violence in POK: ଅନ୍ତିମ ସଂସ୍କାର ଶୋଭାଯାତ୍ରା ଉପରେ ଗୁଳିଚାଳନା, ୨୭ ମୃତ

Jun 08, 2026 - 15:55
Violence in POK: ଅନ୍ତିମ ସଂସ୍କାର ଶୋଭାଯାତ୍ରା ଉପରେ ଗୁଳିଚାଳନା, ୨୭ ମୃତ

"ଇସଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ପାକିସ୍ତାନୀ ସେନା ଏବଂ ସୁରକ୍ଷା ବାହିନୀ ନରସଂହାର ଘଟାଇଛନ୍ତି।

ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନା ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଛି।

ଫଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ଘଟଣା ପରେ ପିଓକେରେ ଉତ୍ତେଜନା ବୃଦ୍ଧି ପାଇଛି।

ପିଓକେରେ ପ୍ରତିବାଦର ନେତୃତ୍ୱ ନେଉଥିବା ମିଳିତ ଆୱାମୀ କାର୍ଯ୍ୟକାରୀ କମିଟି (ଜେଏଏସି) ଅଭିଯୋଗ କରିଛି ଯେ, ରାୱାଲାକୋଟରେ ଏକ ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ଏକାଠି ହୋଇଥିବା ଲୋକଙ୍କ ଉପରେ ସୁରକ୍ଷା ବାହିନୀ ଗୁଳି ଚଳାଇଛି।

ମିଳିତ ଆୱାମୀ କାର୍ଯ୍ୟକାରୀ କମିଟି ଅନୁଯାୟୀ, ଶୁକ୍ରବାର ଦିନ ଶାହଜେବ ହବିବ ନାମକ ଜଣେ ପ୍ରତିବାଦକାରୀଙ୍କୁ ପାକିସ୍ତାନୀ ରେଞ୍ଜର୍ସମାନେ ହତ୍ୟା କରିଥିଲେ।

କମିଟି ନେତାମାନେ କହିଛନ୍ତି ଯେ, ଶାହଜେବର ଅନ୍ତିମ ସଂସ୍କାର ପାଇଁ ଲୋକମାନେ ରାୱଲକୋଟର କମ୍ବାଇନ୍ ମିଲିଟାରୀ ହସ୍ପିଟାଲ ବାହାରେ ଏକତ୍ରିତ ହୋଇଥିଲେ।

ଆୱାମୀ କାର୍ଯ୍ୟ କମିଟି ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ପ୍ରତିବାଦ ସମୟରେ ଲୋକମାନେ ପାକିସ୍ତାନୀ ସେନା ଏବଂ ପାକିସ୍ତାନ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ ଯେତେବେଳେ ସୁରକ୍ଷା ବାହିନୀ ଗୁଳି ଚଳାଇଥିଲେ।Advertisment ଅଧିକପଢ଼ନ୍ତୁ: ରିପୋର୍ଟ ଅନୁଯାୟୀ, କମିଟି ଅଭିଯୋଗ କରିଛି ଯେ ସୁରକ୍ଷା ବାହିନୀ ଗୁଳିରେ ୨୭ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି।

କିଛି ସ୍ଥାନୀୟ ଲୋକ ରିପୋର୍ଟ କରିଛନ୍ତି ଯେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ତଥାପି, ମୃତାହତଙ୍କ ସଠିକ୍ ସଂଖ୍ୟା ନିଶ୍ଚିତ ହୋଇନାହିଁ।

ଆୱାମୀ ଆକ୍ସନ କମିଟି ଦାବି କରିଛି, ହସ୍ପିଟାଲ ପରିସରରୁ ୧୧୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି।

ସୁରକ୍ଷା କାର୍ଯ୍ୟାନୁଷ୍ଠାନ ପରେ ଅନେକ ଲୋକ ନିଖୋଜ ଅଛନ୍ତି।

କମିଟି ଏହା ମଧ୍ୟ ଅଭିଯୋଗ କରିଛି ଯେ, ସୁରକ୍ଷା ବାହିନୀ ନିହତ ପ୍ରଦର୍ଶନକାରୀଙ୍କ ମୃତଦେହକୁ ନିଜ କବଜାକୁ ନେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।