VIMSAR: ୪.୨ ଫୁଟ୍‌ ଉଚ୍ଚତା, ସ୍ୱପ୍ନ କିନ୍ତୁ ଆକାଶଛୁଆଁ: ଭିମ୍‌ସାର୍‌ରେ ଡାକ୍ତରୀ ପଢ଼ିବେ ପ୍ରିୟଙ୍କା

Sep 11, 2026 - 12:53
VIMSAR: ୪.୨ ଫୁଟ୍‌ ଉଚ୍ଚତା, ସ୍ୱପ୍ନ କିନ୍ତୁ ଆକାଶଛୁଆଁ: ଭିମ୍‌ସାର୍‌ରେ ଡାକ୍ତରୀ ପଢ଼ିବେ ପ୍ରିୟଙ୍କା

"ସମ୍ବଲପୁର: ଅସ୍ଥିଶଲ୍ୟ ସମସ୍ୟା ଯୋଗୁଁ ଉପଯୁକ୍ତ ଶାରୀରିକ ବିକାଶ ହୋଇପାରି ନାହିଁ।

ତାଙ୍କ ଉଚ୍ଚତା ମାତ୍ର ୪.୨ ଫୁଟ୍‌ରେ ସୀମିତ ରହିଯାଇଛି।

ହାଡ଼ ମଧ୍ୟ ଦୁର୍ବଳ ରହିଛି।

ତେଣୁ ବେଶି ଦୌଡ଼ିପାରନ୍ତି ନାହିଁ।

ମିସ୍ତ୍ରି କାର୍ଯ୍ୟ କରୁଥିବା ବାପା ଜନ୍ମଜୟ ବେହେରାଙ୍କ ଦେହାନ୍ତ ହୋଇଯାଇଛି।

ମା" ଗୌରୀ ଛୋଟ ପରିବା ବିକ୍ରେତା।

ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କର ବହି କିଣିବା ପାଇଁ ମଧ୍ୟ ଟଙ୍କା ନଥିଲା।

ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନିଜର ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ବଳରେ ଦୃଷ୍ଟାନ୍ତନୀୟ ସଫଳତା ହାସଲ କରିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ୍‌ ଅନ୍ତର୍ଗତ ବରଗାଁର ପ୍ରିୟଙ୍କା ବେହେରା।

ସେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ଯୋଗ୍ୟତା ହାସଲ କରି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର୍‌)ରେ ନାମଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

କିଛିଦିନ ପୂର୍ବରୁ ଓଡ଼ିଶା ଜେଇଇକୁ ଯାଇ ୩୭ ହଜାର ଦାଖଲ କରି ସାରିଛନ୍ତି।

ନଭେମ୍ବର ମାସରେ ଭିମସାରରେ ନାମ ଲେଖାଇବେ ପ୍ରିୟଙ୍କା।Advertisment କମ ଉଚ୍ଚତା ଯୋଗୁଁ ତାଚ୍ଛଲ୍ୟ ପ୍ରିୟଙ୍କା କହନ୍ତି, ରାଜ୍ୟର ବିଶିଷ୍ଟ ଚିକିତ୍ସକ ତଥା ପୂର୍ବତନ ବିଧାୟିକା ଡା.

ରାସେଶ୍ବରୀ ପାଣିଗ୍ରାହୀଙ୍କ ଗାଁ ହେଉଛି ବରଗାଁ।

ଛୋଟବେଳୁ ତାଙ୍କ ବିଷୟରେ ଶୁଣୁଥିଲି।

ଅନେକ ସମୟରେ ତାଙ୍କୁ ଭେଟି ଖୁସି ହେଉଥିଲି।

ମା ମଧ୍ୟ କହନ୍ତି, ବଡ଼ ହେଲେ ଡାକ୍ତର ହେବୁ।

ତେଣୁ ବରଗାଁ ସ୍କୁଲରେ ପାଠପଢ଼ା ସମୟରୁ ହିଁ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରହିଥିଲା।

ଯୁକ୍ତଦୁଇରେ ଉତ୍ତୀର୍ଣ୍ଣ ହେବାପରେ ଅଚାନକ ବାପାଙ୍କ ଦେହାନ୍ତ ଯୋଗୁଁ ବିପଦ ମାଡ଼ି ଆସିଥିଲା।

ସେତେବେଳକୁ ମା"ଙ୍କର କୌଣସି ରୋଜଗାର ମଧ୍ୟ ନଥିଲା।

ମେଡିକାଲ ପ୍ରସ୍ତୁତି ପାଇଁ କୋଚିଂ ଓ ବହି ପାଇଁ ଅନେକ ଅର୍ଥର ଆବଶ୍ୟକତା ଥିଲା।

ଏଥିପାଇଁ କେତେ ଯେ ସମସ୍ୟା ସୃଷ୍ଟି ହୋଇଥିଲା, କହି ହେବ ନାହିଁ।

ଏହା ସତ୍ତ୍ବେ ହାରିନଥିଲେ ପ୍ରିୟଙ୍କା।

ନିଟ୍ ପ୍ରସ୍ତୁତି ପାଇଁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ।

ଏଣେ ସାମାଜିକ ସୁରକ୍ଷା ବିଭାଗ ମଧ୍ୟ ନିଜ ତରଫରୁ ମେଧାବୀ ଛାତ୍ରୀଙ୍କ ନିଟ୍ ପ୍ରସ୍ତୁତି ପାଇଁ ଟଙ୍କାର ଆବଶ୍ୟକତା ଥିବା ଜାଣିବାକୁ ପାଇଥିଲା।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୌର ପାଣିଙ୍କ ପ୍ରଚେଷ୍ଟାରେ ବିଭାଗ ପକ୍ଷରୁ ୨୪ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇ ଥିଲା।

ଏହାର ସୁବିନିଯୋଗ କରି ପ୍ରିୟଙ୍କା ନିଟ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ।

ନଭେମ୍ବରରେ ଭିମସାର୍‌ରେ ଆଡମିସନ ପାଇଁ ୭୦ ହଜାର ଟଙ୍କା ଯୋଗାଡ଼ କରିବା ପ୍ରିୟଙ୍କାଙ୍କ ମା"ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

ଏଥିପାଇଁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବେ ବୋଲି ପ୍ରିୟଙ୍କା କହିଛନ୍ତି।

କମ ଉଚ୍ଚତା ଯୋଗୁଁ କେବେ କେହି ତାଚ୍ଛଲ୍ୟ କଲେ ପ୍ରିୟଙ୍କା ତାକୁ ମନରେ ଧରନ୍ତି ନାହିଁ।

କାହା କଥାକୁ ସେ ଗୁରୁତ୍ବ ଦିଅନ୍ତି ନାହିଁ।

ଆଗକୁ ମଧ୍ୟ ଦେବେ ନାହିଁ।

ପାଠପଢ଼ି ଏମ୍‌ବିବିଏସ୍‌, ପିଜି ଉତ୍ତୀର୍ଣ୍ଣ ହୋଇ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ଥିବା କହିଛନ୍ତି।

ଡକାୟତମାନେ ଛତ୍ରଭଙ୍ଗ ଦେଇଥିଲେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)