Village: ସରିଆସିଲାଣି ଗାଁ’ ମଶାଣିର ଆୟୁଷ: ଅଲୋଡ଼ା ଗାଁ ମଶାଣି, ସ୍ବର୍ଗଦ୍ବାରମୁହାଁ ଶବ

Aug 05, 2026 - 05:48
Village: ସରିଆସିଲାଣି ଗାଁ’ ମଶାଣିର ଆୟୁଷ: ଅଲୋଡ଼ା ଗାଁ ମଶାଣି, ସ୍ବର୍ଗଦ୍ବାରମୁହାଁ ଶବ

"ପୁରୀ (ସତ୍ୟନାରାୟଣ ରାଉତରାୟ): "ଜଳିବ ପୁଣି ସେଇଠି ଶେଷେ, ମୋହରି ଚିତା ନିଆଁଟି, ଛୋଟ ମୋର ଗାଁଟି…"।

ସଚ୍ଚି ରାଉତରାୟଙ୍କ "ଛୋଟ ମୋର ଗାଁ"ଟି.." ଗୀତରେ ଏହି ପଙ୍‌କ୍ତି ଶୁଣିଥିବା ଲୋକଟି ଭାବ ବିହ୍ବଳ ହୋଇଥିବ ନିଶ୍ଚୟ।

ଦିନେ ଗାଁ" ମଶାଣିକୁ ଶେଷ ଠିକଣା ମଣୁଥିବା ମଣିଷମାନଙ୍କର ଶବ ଏବେ ସ୍ବର୍ଗଦ୍ବାରମୁହଁା।

ପୁରୁଖା ଲୋକ ମୃତ୍ୟୁର ନିକଟ‌ ହେଲେ, ପୁଅକୁ ଡାକି କହୁଥିଲେ, ଯାହା କରୁଛୁ କର, କିନ୍ତୁ ମୋତେ ଆମ ଗାଁ ମଶାଣିକୁ ନେଇଯିବୁ।

ଗାଁ"ଠୁ ଶହେ କୋଶ ଦୂରରେ ଥାଆନ୍ତୁ ଅବା ସାତ ଦରିଆ ସେପଟେ, ଗାଁ" ମଶାଣିରେ ଦାହ କରିବା ନେଇ ଶେଷ ଇଚ୍ଛା ବ୍ୟକ୍ତ କରୁଥିଲେ।

ଅଥଚ ଏକଥା ଯେମିତି, କେବଳ ସଚ୍ଚି ରାଉତରାୟଙ୍କ କବିତା ଏବଂ ଶୁଣିବା ଲୋକର ଅନ୍ତର୍ନିହିତ ଆବେଗ ଭିତରେ ସୀମିତ।

ଏଣେ ଗାଁ ମଶାଣି ଅଲୋଡ଼ା ହୋଇଗଲାଣି।

କାଁ ଭାଁ ଗାଁ" ମଶାଣିରେ ଜୁଇ ଜଳୁଛି।

ମଶାଣିକୁ ବଣ ଜଙ୍ଗଲ ଆବୋରି ନେଲାଣି।

Advertisment Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା ଗୁରୁତ୍ବପୂର୍ଣ୍ଣ କଥା ହେଲା, ଘରଠୁ ଶବ କୋକେଇରେ ଚାରି କାନ୍ଧରେ ଗାଁ" ମଶାଣିକୁ ଯାଉଥିଲା।

ଏବେ ଚାରି କାନ୍ଧ ବଦଳରେ ମଣିଷର ଶବ ବୋହୁଛି ସ୍ବର୍ଗରଥ।

ଜୀବନର ଅନ୍ତିମ କ୍ଷଣରେ ମଣିଷର କାନ୍ଧ ନୁହେଁ, ଗାଡ଼ି ହେଉଛି ସାହାରା।

ସବୁ ଆସ୍ଥା ଯେମିତି ସ୍ବର୍ଗଦ୍ବାରରେ ଆସି ଠୁଳ ହୋଇଛି।

ଅଧିକାଂଶ ହରିଶ୍ଚନ୍ଦ୍ର ଯୋଜନାର ଲାଭ ନେବାକୁ ଧାଇଁ ଆସୁଛନ୍ତି, ଅନେକ ସ୍ବର୍ଗବାସୀ ହେବାର ମୋହରେ ଛୁଟି ଆସୁଛନ୍ତି।

ସ୍ବର୍ଗଦ୍ବାରରେ ଦୈନିକ ୧୦୦ରୁ ଅଧିକ ଶବ ଦାହ ହେଉଥିବାରୁ ଯେତେ ସମୟ ଅପେକ୍ଷା କରିବାକୁ ପଡ଼ୁଛି, କରୁଛନ୍ତି।

ଗାଁ ମଶାଣିକୁ ପାସୋରି ସାରିଲେଣି।

ସଦରରୁ ମହାନଗର ହୋଇଥିବା କିଛି ଗ୍ରାମ ବୁଲିବା ବେଳେ ମଶାଣି ଅଲୋଡ଼ା ପଡ଼ିଥିବା ଦୃଶ୍ୟ ଅନ୍ଦୋଳିତ କରିଥିଲା।

କିଛି ସମୟ ଅଟକି ଗ୍ରାମବାସୀଙ୍କ ସହ କଥା ହୋଇଥିଲୁ।

ସେମାନଙ୍କ କଥା ଶୁଣି ଲାଗୁଥିଲା, ଗାଁ ମଶାଣିର ଆୟୁଷ ସତେ ଯେମିତି ସରିଆସିଲାଣି।

ଗାଁ ମଶାଣିକୁ ମୃତ୍ୟୁ ଡାକିଲାଣି।

ସାଇଁକେରାର ବାନା ବେହେରା କଟୁରି ଓ ନଡ଼ିଆଟିଏ ଧରି ଘର ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ତାଙ୍କ ଗ୍ରାମ ମଶାଣି ପାଖରେ ଅଟକାଇ ପଚାରିଲୁ, ଗାଁରେ କେହି ମୃତାହତ ହେଲେ କ"ଣ ମଶାଣିରେ ଦାହ ହେଉନାହାନ୍ତି ?

Flood in Bhadrak: ବନ୍ୟାରେ ପାଲଟିଛି ଜଳଭଣ୍ଡାର ଭଦ୍ରକ ଜିଲ୍ଲାର ପରିବା ହବ୍ ତାଙ୍କ ଉତ୍ତର ଥିଲା, ଗାଁ କ"ଣ ଆଉ ଗାଁ ହୋଇ ଅଛି।

ଅବଶ୍ୟ କିଛି ପିଲାଏ ବାହାରେ ଚାକିରି କଲେ ମଧ୍ୟ ଗାଁ"କୁ ମେଳା ମହୋତ୍ସବରେ ଆସନ୍ତି।

ଅଧିକାଂଶ ଗାଁ"କୁ ଆସିବା ଭୁଲିଗଲେଣି।

ଗାଁ ପ୍ରତି ସିନା ଭାବ ଥିଲେ ହେବ, ସେମାନେ ତ ସହରର ଚାକଚକ୍ୟ ଓ ବ୍ୟସ୍ତବହୁଳ ଦୁନିଆରେ ରହିଲେ।

ଗାଁ"ରେ କାହାର ମୃତ୍ୟୁ ହେଲେ କାଁ ଭାଁ ଦାହ ହେବାକୁ ମଶାଣିକୁ ଆଣୁଛନ୍ତି।

ନହେଲେ ତ ପ୍ରାୟ ଗାଡ଼ିରେ ସ୍ବର୍ଗଦ୍ବାରକୁ ଯାଉଛନ୍ତି।

ସେଠି ସରକାର ହରିଶ୍ଚନ୍ଦ୍ର ଯୋଜନାରେ ମାଗଣା ବ୍ୟବସ୍ଥା କରିଦେଇଥିବାରୁ ଗରିବ, ମଧ୍ୟବିତ୍ତ ସମସ୍ତେ ଧାଉଁଛନ୍ତି।

ଯଦି ଗାଁ"ରେ ସେତିକି ମିଳି ଯାଉଥାଆନ୍ତା, ତାହେଲେ ଏଠି ବି ବହୁ ଶବ ଦାହ ହୁଅନ୍ତା।

ବାନା ବେହେରାଙ୍କ କଥା ଶୁଣି ଯେତିକି ହତୋତ୍ସାହିତ ଲାଗୁଥିଲା, ତାଙ୍କ ଶେଷ କଥାଟି ସେତିକି ଆନ୍ଦୋଳିତ କରୁଥିଲା।

ସତରେ ଯଦି ହରିଶ୍ଚନ୍ଦ୍ର ଯୋଜନାର ସବୁ ସୁବିଧା ଗାଁ"ରେ ସହଜରେ ମିଳି ଯାଉଥାନ୍ତା, ତାହେଲେ ଅନେକଙ୍କର ଗାଁ ମଶାଣିରେ ଦାହ ହେବାର ଶେଷ ଇଚ୍ଛା ମଧ୍ୟ ସାକାର ହୋଇପାରନ୍ତା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।