Village: ସମୁଦ୍ର ଗିଳିଛି ୧୩ ଗାଁର ୨୪୬୬ ଏକର ଜମି: ସରକାରୀ ଖାତାକୁ ଫେରିବ ସମୁଦ୍ର ଆଁରେ ପଶିଥିବା ଜମି
"ରାଜନଗର: ୧୯୭୧ ପ୍ରଳୟଙ୍କରୀ ବାତ୍ୟା ଓ ସୁନାମିରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍ ଅନ୍ତର୍ଗତ ସାତଭାୟାର ୫ଟି ମୌଜା ସମୁଦ୍ର ଗର୍ଭକୁ ଚାଲିଯାଇଥିଲା।
ଏହାପରେ ୫୬ବର୍ଷ ଧରି ସାତଭାୟାରେ ଜନବସତିକୁ ସମୁଦ୍ର ଗ୍ରାସ କରିଚାଲିଛି।
ହେଲେ, ସମୁଦ୍ର ଭିତରେ ଥିବା ଜମିକୁ କେତେକ କମ୍ପାନି ବେଆଇନ ଭାବେ କିଣି ନେଉଥିବା ନେଇ "ସମ୍ବାଦ"ରେ କ୍ରମାଗତ ଖବର ପ୍ରକାଶ ପାଇଥିଲା।
ଏହାପରେ କେତେ ଜମି ସମୁଦ୍ର ଗ୍ରାସ କରିଛି, ସେଥିରୁ ବ୍ୟକ୍ତିଗତ ଜମି କେତେ ରହିଛି ସେନେଇ ସର୍ଭେ କରାଯାଇଥିଲା।
ସର୍ଭେରୁ ସାତଭାୟାର ୧୩ଟି ମୌଜାରେ ଥିବା ୨୪୬୬ ଏକର ଜମି ସମୁଦ୍ର ଆଁରେ ପଶିଥିବା ଜଣାପଡ଼ିଛି।
ରାଇଟ୍ଅଫ୍ ମାଧ୍ୟମରେ ଉକ୍ତ ଜମି ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।Advertisment Elephant: ଘର ଭାଙ୍ଗିଲା, ଫସଲ ନଷ୍ଟ କଲା ଦନ୍ତା; ଭୟଭୀତ ଅଞ୍ଚଳବାସୀ ସାତଭାୟା ଓ ଗହୀରମଥାରେ ସମୁଦ୍ର ଓ ବେଳାଭୂମିକୁ ଦଲିଲ କରି ରାଜ୍ୟ ତଥା ଓଡ଼ିଶା ବାହାରର କମ୍ପାନି ହାତରେ ଟେକି ଦିଆଯିବା ନେଇ "ସମ୍ବାଦ"ରେ ଖବର ପ୍ରକାଶ ପାଇବା ପରେ ଆଲୋଡ଼ନ ଖେଳି ଯାଇଥିଲା।
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ରାଜନଗର ତହସିଲ ପକ୍ଷରୁ ଏ ନେଇ ସର୍ଭେ ଆରମ୍ଭ ହୋଇଥିଲା।
କେଉଁ ମୌଜାରେ କେତେ ସରକାରୀ ଓ ବ୍ୟକ୍ତିଗତ ଜମି ରହିଥିଲା, ସମୁଦ୍ର ଗର୍ଭକୁ କେତେ ଜମି ଯାଇସାରିଛି, ଆଉ କେତେ ଜମି ରହିଛି ଆଦି ନେଇ ଟିମ୍ ସାତଭାୟାରେ ପହଞ୍ଚି ପ୍ଲଟ୍ ଅନୁଯାୟୀ ସର୍ଭେ କରିଥିଲା।
ସର୍ଭେ ରିପୋର୍ଟ ରାଜନଗର ତହସିଲ୍ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି।
ସର୍ଭେ ଅନୁଯାୟୀ, ବଡ଼ଗହୀରମଥା ମୌଜାର ୧୮୦ଟି ପ୍ଲଟ୍ରେ ୨୧୧.୮୧ ଏକର ଜମି ଥିଲା।
ଏହି ସମସ୍ତ ଜମି ସମୁଦ୍ରଗର୍ଭକୁ ଚାଲିଯାଇଛି।
ସାନଗହୀରମଥାରେ ୯୩ ପ୍ଲଟ୍ରେ ୧୫୫.୯୯ଏକର, ହାବେଳିଚିନାମଣିପୁର ମୌଜାର ୪୩ ପ୍ଲଟ୍ରେ ଥିବା ୬୪.୧୭ଏକର, କାଦୁଆନାସୀ ମୌଜାର ୨୩ ପ୍ଲଟ୍ରେ ୧୦୦.୬୯ଏକର, କାନପୁରର ୪୨୫ପ୍ଲଟ୍ରେ ୨୮୬.୪୪ଏକର, ଗୋବିନ୍ଦପୁରର ୬୦୩ ପ୍ଲଟ୍ର ୩୯୮.୯୪ଏକର, ମୋହନପୁରର ୬ପ୍ଲଟ୍ର ୨୦୬.୩୫ଏକର, ପରମାନନ୍ଦପୁରର ୫ ପ୍ଲଟ୍ର ୭୦.୮୫ଏକର, ସାହେବନଗରର ୮ପ୍ଲଟ୍ର ୬୭.୨୭ଏକର ସମ୍ପୂର୍ଣ୍ଣ ଭାବେ ସମୁଦ୍ର ଗର୍ଭକୁ ଚାଲିଯାଇଛି।
ଅର୍ଥାତ୍ ୯ଟି ଗାଁ ସମ୍ପୂର୍ଣ୍ଣ ରୂପେ ସମୁଦ୍ର ଭିତରେ ଅଛି।
Flood in Bhadrak: ବନ୍ୟାରେ ପାଲଟିଛି ଜଳଭଣ୍ଡାର ଭଦ୍ରକ ଜିଲ୍ଲାର ପରିବା ହବ୍ ସେହିପରି ବରାହୀପୁରର ୧୮୪ ପ୍ଲଟ୍ରୁ ୧୧ ପ୍ଲଟ୍ର ୩୩.୨୮ ଏକର ଜମି ସମୁଦ୍ର ଗର୍ଭକୁ ଯାଇଥିଲା ବେଳେ ସାତଭାୟାର ୯୫୬ ପ୍ଲଟ୍ରୁ ୮୫୩ ପ୍ଲଟ୍ର ୬୫୫.୯୯ଏକର, ତେନ୍ତୁଳିକୋଲ୍ଲାର ୩୭୩ ପ୍ଲଟ୍ରୁ ୨୦୭ ପ୍ଲଟ୍ର ୨୦୭.୪୫ଏକର, ରବୀନ୍ଦ୍ରପଲ୍ଲୀର ୩୩୪ ପ୍ଲଟ୍ରୁ ୫୮ପ୍ଲଟ୍ର ୪୬.୮୦ଏକର ଜମି ସମୁଦ୍ର ଗର୍ଭସ୍ଥ ହୋଇଯାଇଛି।
ସାତଭାୟା ଅଞ୍ଚଳର ୧୩ ମୌଜାର ୩୨୩୩ ପ୍ଲଟ୍ର ୩୩୬୪.୮୦ ଏକର ଜମିରୁ ୨୫୧୫ ପ୍ଲଟ୍ର ୨୪୦୬.୦୩ ଏକର ଜମି ସମୁଦ୍ର ଗର୍ଭକୁ ଚାଲିଯାଇଥିବା ରାଜନଗର ତହସିଲ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ରିପୋର୍ଟ ଦିଆଯାଇଛି।
୧୯୮୭ରେ ରାଇଟ୍ଅଫ୍ ପ୍ରକ୍ରିୟାରେ ସାତଭାୟା ପଞ୍ଚାୟତ ମୋହନପୁର ମୌଜାର ସମସ୍ତ ଜମି ସରକାରୀ ଖାତାକୁ ଫେରାଇ ଅଣାଯାଇଥିଲା।
୧୯୮୭ ସେଟେଲ୍ମେଣ୍ଟ ପୂର୍ବରୁ ମୋହନପୁର ସାତଭାୟା ପଞ୍ଚାୟତର ଗୋଟିଏ ରାଜସ୍ୱ ଗାଁ ଥିଲା।
ଲୋକମାନେ ଘର କରି ବସବାସ କରୁଥିଲେ।
୧୯୭୧ପ୍ରଳୟଙ୍କରୀ ବାତ୍ୟା ଓ ସୁନାମିରେ ମୋହନପୁର ସମେତ ୫ଟି ଗାଁ ସମୁଦ୍ର ଭିତରକୁ ଚାଲିଗଲା।
୧୯୮୭ରେ ସମୁଦ୍ର ଭିତରେ ଥିବା କେବଳ ମୋହନପୁରର ସମସ୍ତ ବ୍ୟକ୍ତିଗତ ଜମି ସରକାରୀ ଖାତାକୁ ଫେରାଇ ଅଣାଯାଇଥିଲା।
ସମୁଦ୍ର ଭିତରେ ଥିବା ଅନ୍ୟ ମୌଜାର ଜମିଗୁଡ଼ିକ ଏବେ ବି ବ୍ୟକ୍ତିଗତ ନାଁରେ ରହିଛି।
ଅନ୍ୟ ସମସ୍ତ ମୌଜାର ଜମିଗୁଡ଼ିକ ବହୁବର୍ଷ ତଳୁ ସମୁଦ୍ରକୁ ଚାଲିଯାଇଥିଲେ ମଧ୍ୟ ଏବେ ବି ଦଲିଲ କରି ବିକ୍ରି କରାଯାଉଛି।
ରାଜ୍ୟ ଓ ଓଡ଼ିଶା ବାହାରର କମ୍ପାନି ସମୁଦ୍ର ଭିତରେ ଥିବା ଜମି କିଣିବା ପରେ ଏହାକୁ ଦେଖାଇ ଋଣ ଓ ଅନ୍ୟ ସରକାରୀ କାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।