Vigilance Trap: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ସରପଞ୍ଚ
ସୁବର୍ଣ୍ଣପୁର: ଲାଞ୍ଚ ନେଉଥିଲେ ସରପଞ୍ଚ । ମାଡ଼ି ବସିଲା ଭିଜିଲାନ୍ସ । ସୁବର୍ଣ୍ଣପୁର ଜିଲ୍ଲା ନିମ୍ନା ଗ୍ରାମପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ଭିଜିଲାନ୍ସ ଫାଶରେ ପଡ଼ିଛନ୍ତି । ମାଛ ଚାଷର ସବସିଡି ପାଇଁ ୨୦ ହଜାର ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଛନ୍ତି । ସୂର୍ଯ୍ୟକାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଥିବାବେଳେ ଅଧିକ ଖୋଳତାଡ଼ ଚାଲିଛି ।
ମିଳିଥିବା ସୂଚନା ଅନୁଯାୟୀ, ଏକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ପଞ୍ଚାୟତ ପୋଖରୀରେ ମାଛ ଚାଷ ଚୁକ୍ତିପତ୍ରରେ ଦସ୍ତଖତ କରିବା ଏବଂ ସବସିଡି ଟଙ୍କା ଉଠାଇବା ପାଇଁ ସେ ଏହି ଲାଞ୍ଚ ମାଗିଥିଲେ। ଆଉ ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି । ପୂର୍ବରୁ ତାଙ୍କ ନାମରେ ସ୍ଥାନୀୟ ଲୋକେ ମଧ୍ୟ ବିଭିନ୍ନ ଅଭିଯୋଗ ଆଣିଥିବା କୁହାଯାଉଛି ।
ଏହାସହ ପଢ଼ନ୍ତୁ : ଶ୍ରୀମନ୍ଦିର ନିକଟରୁ ବିଦେଶୀ ପକ୍ଷୀ ଉଦ୍ଧାର