Vigilance raid : ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଫରେଷ୍ଟର, ୨୫ ହଜାର ଟଙ୍କା ନେବା ବେଳେ ଧରାପଡ଼ିଲେ
ଭୁବନେଶ୍ଵର, ୧୮/୦୬ : ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଫରେଷ୍ଟର । ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୁରୀ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହେଲେ ଡେଲାଙ୍ଗ ଫରେଷ୍ଟର ରାକେଶ କୁମାର ପଣ୍ଡା । ଫରେଷ୍ଟ ଗେଟରେ ଗାଡି ପାସ୍ କରିବାକୁ ସେ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଟିମ୍ ରାକେଶଙ୍କ ଦୁଇଟି ଠିକଣାରେ ଚଢାଉ କରିଛି।
ସୂଚନାନୁଯାୟୀ, ଡେଲାଙ୍ଗ ଫରେଷ୍ଟର ରାକେଶ କୁମାର ପଣ୍ଡା ଆଙ୍କୋଇ ଅଞ୍ଚଳର ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଜଙ୍ଗଲ ଜମି ଦେଇ ନିଜ କ୍ଷେତକୁ ମାଟି ବୋହି ନେବାକୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସେ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୁରୀ ଭିଜିଲାନ୍ସ DSp ସୋମନାଥ ବାରିକଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ ପୂର୍ବ ପ୍ରସ୍ତୁତି କ୍ରମେ ଫରେଷ୍ଟର ଲାଞ୍ଚ ନେବା ବେଳେ ରେଡ୍ କରିଥିଲେ। ଫରେଷ୍ଟରଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଫରେଷ୍ଟରଙ୍କ ଅଫିସ ଏବଂ ଖୋର୍ଦ୍ଧାର ଭାଲିଆ ବାଡିରେ ଥିବା ପିତୃକ ଘରେ ଚଢାଉ ଚାଲିଛି।
ଆହୁରି ପଢନ୍ତୁ- Vigilance Raid: ମୋବାଇଲ୍ ଫେରସ୍ତ ପାଇଁ ୫୦ ହଜାର ଲାଞ୍ଚ ମାଗି ଫସିଲେ, ମଞ୍ଚେଶ୍ୱର ଥାନା ଏଏସ୍ଆଇ ଓ ହୋମଗାର୍ଡ ଗିରଫ
୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମନା, ସରକାରଙ୍କ ପକ୍ଷରୁ ଡାକବାଜି ଦ୍ବାରା ସତର୍କତା ଜାରି..