vigilance Case ୨୧ ଲକ୍ଷ ଟଙ୍କା ହଡ଼ପ କରି ପୂର୍ବତନ ସେବା ସମବାୟ ସମିତି ସମ୍ପାଦକ ଗିରଫ
"ଭୁବନେଶ୍ବର: ଚାଷୀଙ୍କ ଉନ୍ନତି ପାଇଁ ଆସିଥିବା ଟଙ୍କା, ଚାଷୀଙ୍କ ରୁଣ ଫେରସ୍ତ ଟଙ୍କା ଆଦି ହଡ଼ପ କରିବା ଅଭିଯୋଗରେ ଆଜି (ମଙ୍ଗଳବାର) ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) କଟକ ଜିଲ୍ଲା ଆନନ୍ଦପୁର ସେବା ସମବାୟ ସମିତି (ଏସ୍ସିଏସ୍)ର ପୂର୍ବତନ ସମ୍ପାଦକ ଶରତ କୁମାର ନାୟକଙ୍କୁଗିରଫ କରିଛନ୍ତି।
ତଦନ୍ତରେ ଅଭିଯୁକ୍ତ ଶରତ ଉକ୍ତ ପିଏସିର ପ୍ରାୟ ୨୧ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜଣାଯାଇଛି।
Advertisment କାଳିଆ କେଳେଙ୍କାରୀ : ସମବାୟ ସମ୍ପାଦକ ନିଲମ୍ବିତ, ଡାଟାଏଣ୍ଟ୍ରି ଅପରେଟର୍ ଚମ୍ପଟ ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ବାଙ୍କୀ ପିଏସି ଅଧୀନରେ ଥିବା ଆନନ୍ଦପୁର ସେବା ସମବାୟ ସମିତିର କୃଷକ ସଦସ୍ୟଙ୍କ ଋଣ ଫେରସ୍ତ ଟଙ୍କାକୁ ହଡ଼ପ କରିଛନ୍ତି।
ଅଭିଯୁକ୍ତ ପୂର୍ବତନ ସମ୍ପାଦକ ଶରତ କୁମାର ନାୟକ ଆଦାୟ ରୁଣ ଟଙ୍କାକୁ ଦୈନିକ ଆଦାୟ ଖାତାରେ ଲେଖିଥିଲେ ମଧ୍ୟ ସରକାରୀ ହିସାବଖାତାରେ ହେରଫେର କରି ବାସ୍ତବ ଆଦାୟ ଠାରୁ କମ୍ ଆଦାୟ ହେବା ଦେଖାଇଥିଲେ।
୨୧ ଲକ୍ଷ ୨୮ ହଜାର ୦୫୮ ଟଙ୍କାକୁ ସେ ନିଜର ବ୍ୟକ୍ତିଗତ ଜମାଖାତାରେ ଜମା କରିଥିଲେ।
ଏନେଇ ଅଭିଯୋଗ ପରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(ଏ), ଆଇପିସିର ଧାରା ୪୦୯, ୪୬୭, ୪୬୮, ୪୭୧, ୪୭୭-କରେ ମାମଲା ନଂ ୨୯/୧୦ଅଗଷ୍ଟ ୨୦୨୬ ରୁଜୁ କରାଯାଇଛି।
Mathili LAMPS scam ମାଥିଲି ଲ୍ୟାମ୍ପସରୁ ୨.୪୯ ଲକ୍ଷ ଗାଏବ: ରାଜ୍ୟ ସମବାୟ ସମିତି ରେଜିଷ୍ଟାରର ତଦନ୍ତ ଆରମ୍ଭ ଆଜି ଅଭିଯୁକ୍ତଙ୍କୁ ଗିରଫ ପରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି।
ଏହି ମାମଲାରେ ପରବର୍ତ୍ତୀ ତଦନ୍ତ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
