31 OCTOBER 2026

Welcome!

Unlock your personalized experience.
Sign Up

vigilance actions: ନୀଳଡ୍ରମରୁ ମିଳିଲା କୋଟି କୋଟି ଟଙ୍କା! ୮୦ କୋଟିରୁ ଅଧିକ ସମ୍ପତ୍ତିର ଖୁଲାସା

Oct 31, 2026 - 16:28
vigilance actions: ନୀଳଡ୍ରମରୁ ମିଳିଲା କୋଟି କୋଟି ଟଙ୍କା! ୮୦ କୋଟିରୁ ଅଧିକ ସମ୍ପତ୍ତିର ଖୁଲାସା

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ନବାବଗଞ୍ଜ ଅଞ୍ଚଳ ଅନ୍ତର୍ଗତ ବରୈପୁର ରାମନଗର ଗାଁରେ ଧରାପଡ଼ିଥିବା ରାଜେଶ ଯାଦବ ଓରଫ ବବଲୁ ଏବଂ ତାଙ୍କ ଭାଇ ରାକେଶ ଯାଦବଙ୍କ ପାଖରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି।  ଜମି ଓ ଘର ସମେତ କୋଟି କୋଟି ଟଙ୍କାର ସ୍ଥାବର ସମ୍ପତ୍ତିର ମଧ୍ୟ ଖୁଲାସା ହୋଇଛି। ଉଭୟଙ୍କ ମୋଟ ସମ୍ପତ୍ତି ୮୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ତେବେ ଏତେ ପରିମାଣର ସମ୍ପତ୍ତି ସେମାନେ କେଉଁଠୁ ଆଣିଲେ, ତାହା ଏବେ ବଡ଼ ପ୍ରଶ୍ନ। ପୋଲିସ ଓ ଆୟକର ବିଭାଗ ଏହାର ତଦନ୍ତ କରୁଛନ୍ତି।

ବାରଣ୍ଡା ତଳେ ମାଟି ଖୋଳିବାରୁ ମିଳିଲା ନୀଳ ଡ୍ରମ୍

ପ୍ରୟାଗରାଜର ବରୈପୁର ରାମନଗର ଗାଁରେ ରାଜେଶ ଯାଦବଙ୍କ ଘର ବାରଣ୍ଡା ତଳେ ମାଟିରେ ପୋତାଯାଇଥିବା ୩ଟି ନୀଳ ଡ୍ରମ୍‌ରୁ ୫୦୦ ଟଙ୍କିଆ ନୋଟ୍‌ର ବିଡ଼ା ମିଳିଥିଲା। ଅକ୍ଟୋବର ୨୮-୨୯ ତାରିଖ ରାତିରେ ପୋଲିସ ଏହି ଚଢ଼ାଉ କରିଥିଲା। ଏକ ଅଭିଯୋଗର ତଦନ୍ତ ପାଇଁ ପୋଲିସ ପହଞ୍ଚିଥିବା ବେଳେ ରାଜେଶ ଯାଦବ ଓ ତାଙ୍କ ଭାଇ ରାକେଶ ଯାଦବ ଓରଫ ମହାକାଳଙ୍କ ଘର ବାରଣ୍ଡା ଖୋଳିବାରୁ ମାଟି ତଳେ ପୋତାଯାଇଥିବା ୩ଟି ନୀଳ ଡ୍ରମ୍ ମିଳିଥିଲା। ଏହି ଡ୍ରମ୍‌ଗୁଡ଼ିକରେ ପଲିଥିନ୍ ଓ କପଡ଼ାରେ ଗୁଡ଼ାଯାଇ ଟଙ୍କା ବିଡ଼ା ରଖାଯାଇଥିଲା। ଏହି ଘଟଣା ପରେ ତଦନ୍ତରେ ଆୟକର ବିଭାଗ ମଧ୍ୟ ସାମିଲ ହୋଇଛି। ପ୍ରାଥମିକ ଆକଳନ ଅନୁସାରେ ନଗଦ ଟଙ୍କାର ପରିମାଣ ପ୍ରାୟ ୫ କୋଟି ହୋଇପାରେ। 

ପରିବାର ସଦସ୍ୟଙ୍କ ନାଁରେ ୪୮ଟି ଜମିର ରେଜିଷ୍ଟ୍ରି

ଆୟକର ବିଭାଗ ତଦନ୍ତ ଆଗକୁ ବଢ଼ାଇବା ପରେ ରାଜେଶ ଓ ରାକେଶ ଯାଦବଙ୍କ ଅନେକ ସ୍ଥାବର ସମ୍ପତ୍ତିର ଖୁଲାସା ହୋଇଛି। ଜଣାପଡ଼ିଛି ଯେ ରାଜେଶ ଗତ ୩ ବର୍ଷ ମଧ୍ୟରେ, ବିଶେଷକରି ୨୦୨୪ ପରଠାରୁ ନିଜ ଓ ପରିବାର ସଦସ୍ୟଙ୍କ ନାଁରେ ୪୮ଟି ଜମି ରେଜିଷ୍ଟ୍ରି କରାଇଛନ୍ତି।  ତାଙ୍କ ପାଖରେ ପ୍ରାୟ ୨୨ ବିଘା ଜମି ଏବଂ ପ୍ରାୟ ୨୦ କୋଟି ଟଙ୍କାର ଅନ୍ୟାନ୍ୟ ସ୍ଥାବର ସମ୍ପତ୍ତି ରହିଛି।

କୋଟି କୋଟି ଟଙ୍କାର ଜମିରେ ନିର୍ମାଣ ହେଉଛି ମାର୍କେଟ୍

ତଦନ୍ତରୁ ଜଣାପଡ଼ିଛି ଯେ ରାଜେଶ ଯାଦବ ଏକ ଦୁଇ ମହଲା ବିଶିଷ୍ଟ ମାର୍କେଟ୍ ନିର୍ମାଣ କରୁଛନ୍ତି। ଏଥିରେ ୧୫ଟି ଦୋକାନ ରହିଛି। ପ୍ରାୟ ଦେଢ଼ କୋଟି ଟଙ୍କାରେ କିଣାଯାଇଥିବା ଜମି ଉପରେ ଏହି ମାର୍କେଟ୍ ନିର୍ମାଣ ହେଉଛି। ଏହାବ୍ୟତୀତ ଦାଦନପୁର, ମୁବାରକପୁର, ମେଣ୍ଡାରା ଓ ଶାନ୍ତିପୁରମ୍ ଆଦି ଗାଁରେ ମଧ୍ୟ ସେମାନଙ୍କ ଜମି ରହିଛି। ନିକଟରେ ସେମାନେ ଗାଡ଼ି ଏବଂ ଡିଜେ ବ୍ୟାଣ୍ଡ ଭଳି ସାମଗ୍ରୀ ମଧ୍ୟ କିଣିଛନ୍ତି। ପୋଲିସ ଓ ଆୟକର ବିଭାଗ ଏବେ ସେମାନଙ୍କ ମୋଟ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବା ସହ ଏହାର ମୂଲ୍ୟ ଆକଳନ କରୁଛନ୍ତି।

କୋଭିଡ୍ ସମୟରେ ପୁଣେରୁ ଗାଁକୁ ଫେରିଥିଲେ ରାଜେଶ ଓ ରାକେଶ

ସୂଚନା ଅନୁସାରେ, ରାକେଶ ଓ ରାଜେଶ ଯାଦବ ପୂର୍ବରୁ ମହାରାଷ୍ଟ୍ରର ପୁଣେ ସହରରେ ଜଣେ ସୁନା ବ୍ୟବସାୟୀଙ୍କ ପାଖରେ ଚାକିରି କରୁଥିଲେ। ଦେଶରେ କୋଭିଡ୍ ମହାମାରୀ ବ୍ୟାପିବା ପରେ ସେମାନେ ଚାକିରି ଛାଡ଼ି ନିଜ ଗାଁକୁ ଫେରିଆସିଥିଲେ। ଗାଁକୁ ଫେରିବା ପରେ ସେମାନେ କୋଟି କୋଟି ଟଙ୍କାର ଜମି କିଣିବା ସହ ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ କରିଥିଲେ। ଏହାସହ ଦୁଇଟି ଟ୍ରାକ୍ଟର, ଗୋଟିଏ ପିକ୍‌ଅପ୍ ଓ ଗୋଟିଏ ବୋଲେରୋ ଗାଡ଼ି କିଣିଥିଲେ। ଏଥିସହ ଡିଜେ ଓ ସିମେଣ୍ଟ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ।

ପୋଲିସ ଆଗରେ କିଏ ଖୋଲିଲା ଗୁମର?

କୁହାଯାଉଛି ଯେ କିଛି ଦିନ ପୂର୍ବରୁ ରାକେଶ ଓ ରାଜେଶଙ୍କର ଜଣେ ପଡ଼ୋଶୀଙ୍କ ସହ ବିବାଦ ହୋଇଥିଲା। ଏହାପରେ ପଡ଼ୋଶୀ ଜଣକ ପୋଲିସକୁ ଉଭୟଙ୍କ ପାଖରେ କୋଟି କୋଟି ଟଙ୍କା ଥିବା ସୂଚନା ଦେଇଥିଲେ। ଅନ୍ୟ ଏକ ସୂତ୍ର ଅନୁସାରେ, ବଡ଼ ଭାଇ ରାଜେଶ ଯାଦବ ମହିନ୍ଦ୍ରା ଥାର୍ ଗାଡ଼ି କିଣିବାକୁ ଯାଉଥିଲେ। କିନ୍ତୁ ସାନ ଭାଇ ରାକେଶ ଏଥିରେ ରାଜି ନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ଏହାପରେ ରାକେଶ ପୋଲିସକୁ ସମସ୍ତ ତଥ୍ୟ ଜଣାଇଥିବା କୁହାଯାଉଛି। ଏହାପରେ ପୋଲିସ ଚଢ଼ାଉ କରିଥିଲା। ପ୍ରଥମେ ସମଗ୍ର ଗାଁର ବିଦ୍ୟୁତ୍ ସଂଯୋଗ ବନ୍ଦ କରାଯାଇଥିଲା ଏବଂ ପରେ ତଲାସୀ ଆରମ୍ଭ ହୋଇଥିଲା। ଏହି ସମୟରେ ରାଜେଶ ଓ ରାକେଶଙ୍କ ଘରୁ କୋଟି କୋଟି ଟଙ୍କା ମିଳିଥିଲା।

ପୁଣେରୁ ଏତେ ଟଙ୍କା ପ୍ରୟାଗରାଜ କିପରି ଆଣିଲେ?

କୁହାଯାଉଛି ଯେ କୋଭିଡ୍ ମହାମାରୀ ପୂର୍ବରୁ ରାଜେଶ ଓ ରାକେଶ ଯାଦବ ପୁଣେରେ ପ୍ରାୟ ୧୯ ବର୍ଷ ଧରି ଚାକିରି କରୁଥିଲେ। ସେମାନେ ଯେଉଁ ଅଳଙ୍କାର ବ୍ୟବସାୟୀଙ୍କ ପାଖରେ କାମ କରୁଥିଲେ, ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଚଢ଼ାଉ ହୋଇଥିଲା। ଏହି ସମୟରେ ବ୍ୟବସାୟୀ ଜଣକ ଟଙ୍କା ବିଡ଼ାକୁ ବସ୍ତାରେ ଭର୍ତ୍ତି କରି ରାଜେଶ ଓ ରାକେଶଙ୍କ ରହିବା ଘରେ ଲୁଚାଇ ରଖିଥିଲେ। ପରେ ଉକ୍ତ ଅଳଙ୍କାର ବ୍ୟବସାୟୀଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇଥିଲା। ଏପଟେ ରାଜେଶ ଓ ରାକେଶ ବସ୍ତାରେ ଭର୍ତ୍ତି କୋଟି କୋଟି ଟଙ୍କା ନେଇ ନିଜ ଗାଁକୁ ଫେରିଆସିଥିଲେ।

ତେବେ ପୁଣେରୁ ଏତେ ପରିମାଣର ଟଙ୍କା ସେମାନେ କିପରି ପ୍ରୟାଗରାଜ ଆଣିଲେ, ତାହା ଏବେ ତଦନ୍ତର ବିଷୟ ପାଲଟିଛି। ରାକେଶ ଓ ରାଜେଶଙ୍କ ବାପା ରାମଆଧାର ଯାଦବ ଜଣେ କୃଷକ। ତାଙ୍କର ମୋଟ ୬ ଜଣ ପୁଅ ଅଛନ୍ତି। ବଡ଼ ପୁଅ ରାଜେଶ ଯାଦବ, ଦ୍ୱିତୀୟ ପୁଅ ସତୀଶ ଯାଦବ, ତୃତୀୟ ପୁଅ ରାକେଶ ଯାଦବ, ଚତୁର୍ଥ ପୁଅ ଲବକୁଶ ଯାଦବ, ପଞ୍ଚମ ପୁଅ ରଜନୀଶ ଯାଦବ ଏବଂ ସାନ ପୁଅ ରାଜ ଯାଦବ ଅଛନ୍ତି।

ଜେଲ୍‌ରୁ ୧୭ଜଣ କଏଦୀ ଫେରାର ଘଟଣାରେ ଡେପୁଟି ଜେଲ୍ ସୁପରିଟେଣ୍ଡେଣ୍ଟ ବହିଷ୍କୃତ, ୧୭ଜଣ କର୍ମଚାରୀ ନିଲମ୍ବିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)