Vidya Balan: ୧୫ ବର୍ଷ ପରେ ଆସୁଛି ବିଦ୍ୟା ବାଲନ୍‌ଙ୍କ 'ଦ ଡର୍ଟି ପିକ୍ଚର୍'ର ସିକ୍ୱେଲ୍

Oct 12, 2026 - 19:09
Vidya Balan: ୧୫ ବର୍ଷ ପରେ ଆସୁଛି ବିଦ୍ୟା ବାଲନ୍‌ଙ୍କ 'ଦ ଡର୍ଟି ପିକ୍ଚର୍'ର ସିକ୍ୱେଲ୍

"ମୁମ୍ବାଇ: ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ ଏବଂ ସଫଳ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ "ଦ ଡର୍ଟି ପିକ୍ଚର୍‌"ର ସିକ୍ୱେଲ୍ ବା ଦ୍ୱିତୀୟ ଭାଗ ନିର୍ମାଣ ନେଇ ବଡ଼ ଘୋଷଣା ହୋଇଛି।

୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏହି ବ୍ଲକବଷ୍ଟର ଫିଲ୍ମର ୧୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଯୋଜିକା ଏକତା କପୁର ଏହାର ସିକ୍ୱେଲ୍ ଅର୍ଥାତ୍ 'ଦ ଡର୍ଟି ପିକ୍ଚର୍ ୨' ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି।

ଏହାସହ ସେ ଫିଲ୍ମର କାହାଣୀକୁ ନେଇ ମଧ୍ୟ ଏକ ବଡ଼ ଇଙ୍ଗିତ ଦେଇଛନ୍ତି।Advertisment ଆହୁରି ପଢନ୍ତୁ :ATM: ଏଟିଏମରେ କେତେ ଟଙ୍କା ରହିଥାଏ?

ଏଟିଏମକୁ ନେଇ ଜାଣିଛନ୍ତି କି ଏସବୁ ରୋଚକ ତଥ୍ୟ ଏକତା କପୁରଙ୍କ ବଡ଼ ଘୋଷଣାଏକ ପୋଡକାଷ୍ଟରେ ଆଲୋଚନା କରିବା ଅବସରରେ ଏକତା କପୁର ପ୍ରକାଶ କରିଛନ୍ତି ଯେ, ସେ ଗତ କିଛି ସମୟ ହେବ ଏହି ପ୍ରୋଜେକ୍ଟକୁ ନେଇ ଚିନ୍ତା କରୁଥିଲେ ଏବଂ ଶେଷରେ ତାଙ୍କ ପାଖରେ ପରଦାକୁ ଆଣିବା ଭଳି ଏକ ଉପଯୁକ୍ତ କାହାଣୀ ରହିଛି।

ସେ କହିଛନ୍ତି, "ମୁଁ ଏକ ବଡ଼ ଫିଲ୍ମ 'ଦ ଡର୍ଟି ପିକ୍ଚର୍ ୨' ନିର୍ମାଣ କରୁଛି।

୧୫ ବର୍ଷ ପରେ ମୁଁ ଏହାର ଯୋଜନା କରିଛି।

ଏଥର ମୋ ପାଖରେ ଏପରି ଏକ କାହାଣୀ ଅଛି, ଯାହାକୁ ମୁଁ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଚାହେଁ।" ଆହୁରି ପଢନ୍ତୁ :Gyanesh Kumar: ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ କେରଳମ୍ ବିଧାନସଭାରେ ପ୍ରସ୍ତାବ ପାରିତ ପ୍ରଯୋଜିକା ଏକତା କପୁର ସ୍ପଷ୍ଟ କରିଛନ୍ତି ଯେ, ସିକ୍ୱେଲ୍ ପୁଣିଥରେ ଜଣେ ଏଭଳି ନାରୀ ଚରିତ୍ର ଉପରେ ପର୍ଯ୍ୟବସିତ ହେବ, ଯାହାଙ୍କ ଜୀବନ କାହାଣୀରେ କିଛି ସ୍ୱତନ୍ତ୍ରତା ଥିବ।

ପ୍ରଥମ ଫିଲ୍ମର ମୂଳ ଭାବନା ସହିତ ଏହାକୁ ଯୋଡ଼ାଯିବ।

ତେବେ ଆଗାମୀ ଫିଲ୍ମଟି କାହାର ଜୀବନ ବା ଅଭିଜ୍ଞତା ଦ୍ୱାରା ଅନୁପ୍ରାଣିତ ହେବ, ସେ ସମ୍ପର୍ଣ୍ଣ ସୂଚନା ସେ ଦେଇନାହାନ୍ତି।

ଏପର୍ଯ୍ୟନ୍ତ ଫିଲ୍ମର ଷ୍ଟାର୍ କାଷ୍ଟ୍, ନିର୍ଦ୍ଦେଶକ କିମ୍ବା ମୁକ୍ତିଲାଭ ତାରିଖ ନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ।

ଆହୁରି ପଢନ୍ତୁ :CJP Protest: ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍ ଦେଲା ସିଜେପି: ଜନ୍ତର ମନ୍ତରରେ ପ୍ରତିବାଦ ତାରିଖ ଏବଂ ସମୟ ସ୍ଥିର କରିବା ପାଇଁ ଆବେଦନ ସୂଚନାଯୋଗ୍ୟ ଯେ, ମିଲନ୍ ଲୁଥରିଆଙ୍କ ନିର୍ଦ୍ଦେଶନାରେ ନିର୍ମିତ ମୂଳ ଫିଲ୍ମ 'ଦ ଡର୍ଟି ପିକ୍ଚର୍' ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ଜୀବନୀ ଉପରେ ଆଧାରିତ ଥିଲା।

ଫିଲ୍ମରେ ବିଦ୍ୟା ବାଲନ୍ ମୁଖ୍ୟ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିବା ସହ ଜାତୀୟ ପୁରସ୍କାର ମଧ୍ୟ ଅର୍ଜନ କରିଥିଲେ।

ତାଙ୍କ ସହ ନାସିରୁଦ୍ଦିନ୍ ଶାହା, ଇମ୍ରାନ ହାସମୀ ଏବଂ ତୁଷାର କପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

ବର୍ତ୍ତମାନ ସିକ୍ୱେଲ୍ ଘୋଷଣା ପରେ ଦର୍ଶକ ଏବଂ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)