28 JUNE 2026

Welcome!

Unlock your personalized experience.
Sign Up

Venezuela earthquake: ଭେନେଜୁଏଲା ଭୂକମ୍ପ: ୫୨ ହଜାର ନିଖୋଜ, ମୃତ୍ୟୁସଂଖ୍ୟା ହଜା‌େର ଟପିଲା

Jun 28, 2026 - 06:59
Venezuela earthquake: ଭେନେଜୁଏଲା ଭୂକମ୍ପ: ୫୨ ହଜାର ନିଖୋଜ, ମୃତ୍ୟୁସଂଖ୍ୟା ହଜା‌େର ଟପିଲା

କାରାକାସ୍‌: ଭେନେଜୁଏଲାରେ ଜୁନ୍ ୨୫ରେ ଆସିଥିବା  ଶକ୍ତିଶାଳୀ ଭୂକମ୍ପଜନିତ ବିପର୍ଯ୍ୟୟ ଅତି ଭୟାନକ ସ୍ଥିତି ସୃଷ୍ଟି କରିଛି।  ପ୍ରକୃତିର ଏହି ପ୍ରଳୟଙ୍କରୀ  ତାଣ୍ଡବରେ ମୃତ୍ୟୁସଂଖ୍ୟା ୧ ହଜାର ଅତିକ୍ରମ କରିଥିବା ବେଳେ ୫୨ ହଜାରରୁ  ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। ଗତକାଲି  ଭେନେଜୁଏଲାର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନୁଭୂତ ହୋଇଥିବା ଆଉ ଏକ ୪.୯ ତୀବ୍ରତାର ନୂତନ କମ୍ପନ କାରାକାସ୍ ଏବଂ ମାରାକେ ସହରରେ କ୍ଷୟକ୍ଷତିର ପରିମାଣକୁ ଆହୁରି ବଢ଼ାଇ ଦେଇଛି। ଏହି ମହାସଙ୍କଟ ସମୟରେ ଭାରତ ସରକାର ସହାୟତାର ହାତ ବଢ଼ାଇ ‘ଅପରେସନ୍ ଅମିସ୍ତାଦ୍’ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଭାରତ ପକ୍ଷରୁ ୩୫ ଟନ୍ ଜୀବନରକ୍ଷାକାରୀ ମେଡିକାଲ ସାମଗ୍ରୀ ଏବଂ ୪୧ ଜଣିଆ  ମେଡିକାଲ ଟିମ୍‌ ପଠାଯାଇଛି। ଭାରତ ବ୍ୟତୀତ ଆମେରିକା ପକ୍ଷରୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଉଥିବା ବେଳେ ମେକ୍ସିକୋ, କଲୋମ୍ବିଆ, ଏଲ୍ ସାଲଭାଡୋର, ସ୍ୱିଜରଲ୍ୟାଣ୍ଡ ଏବଂ ଜାତିସଂଘର ପ୍ରାୟ ୧,୦୦୦ ଜଣ ବିଶେଷଜ୍ଞ ଉଦ୍ଧାରକାରୀ କର୍ମୀ ଭେନେଜୁଏଲାରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।

AI digital: ପ୍ରଯୁକ୍ତି ଓ ଏଆଇକୁ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ: ଉପରାଷ୍ଟ୍ରପତି

ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଏଜେନ୍ସି ଦ୍ୱାରା ଧ୍ୱଂସାବଶେଷ ତଳୁ ୨୪୩ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଏଥିମଧ୍ୟରେ ଲା ଗୁଆଇରା ସହରର ଭଙ୍ଗା ଅଟ୍ଟାଳିକା ତଳୁ ଆଶ୍ଚର୍ଯ୍ୟଜନକ ଭାବେ ମୁକୁଳିଥିବା ଜଣେ ୧୫ ବର୍ଷର ନାବାଳିକା ଏବଂ ମାତ୍ର ୧୮ ଦିନର ଏକ ନବଜାତ ଶିଶୁ ସାମିଲ ଥିବା ଜଣାପଡ଼ିଛି। ହଜାର ହଜାର ଲୋକ ଏବେ ମଧ୍ୟ  ଫସି ରହିଥିବାରୁ ଶୋକାକୁଳ ପରିବାର ଲୋକେ ସାଧାରଣ ସରଞ୍ଜାମ ସାହାଯ୍ୟରେ ନିଜେ ମାଟି ଓ କଂକ୍ରିଟ୍ ଖୋଳି ପ୍ରିୟଜନଙ୍କୁ ଖୋଜୁଛନ୍ତି। କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗଜ୍ ଉଦ୍ଧାରକାରୀ ଦଳର ମାର୍ଗକୁ ସର୍ବଦା ମୁକ୍ତ ରଖିବା ପାଇଁ  ଜନସାଧାରଣଙ୍କୁ ବିପର୍ଯ୍ୟୟ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଜୀବନ ବଞ୍ଚାଇବା ପାଇଁ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। 

କାରାକାସ୍ ସାରା ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରାଯାଇ ବାସହୀନ ପରିବାରଗୁଡ଼ିକ ପାଇଁ ଖାଦ୍ୟ, ପୋଷାକ ଓ ଅନ୍ୟ ଜରୁରୀ ସାମଗ୍ରୀ ବଣ୍ଟନ କରାଯାଉଥିଲେ ହେଁ ଏବେ ମଧ୍ୟ ସେଠାରେ ସ୍ୱାସ୍ଥ୍ୟ ଓ ଶୌଚ ସାମଗ୍ରୀର ବ୍ୟାପକ ଅଭାବ ଦେଖାଦେଇଛି। ଅନ୍ତର୍ଜାତୀୟ ରେସ୍କ୍ୟୁ କମିଟି ଚେତାବନୀ ଦେଇଛି ଯେ, ଦେଶର ପ୍ରାୟ ୬୭ ଲକ୍ଷ ଲୋକ ଏହି ଭୂକମ୍ପରେ ପ୍ରଭାବିତ ହୋଇଥିବାରୁ ସମ୍ପୂର୍ଣ୍ଣ ଭେନେଜୁଏଲା ଏବେ ଦଶନ୍ଧିର ସବୁଠାରୁ ବଡ଼ ମାନବୀୟ ସଙ୍କଟର ସାମ୍ନା କରୁଛି ।

Maa Rambhadevi: ମା’ ରମ୍ଭାଦେବୀଙ୍କ ଯାତ୍ରା