Veer Das: କଙ୍ଗନାଙ୍କ ବିରୋଧରେ ଭାଇରାଲ ଦାବିକୁ ଖଣ୍ଡନ କଲେ ବୀର ଦାସ
"ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଓ ହାସ୍ୟାଭିନେତା ବୀର ଦାସ ରିଭଲଭର ରାଣୀ ଫିଲ୍ମର ଏକ କିସ୍ ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦାବିକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।
କିଛି ପୋଷ୍ଟରେ ଦାବି କରାଯାଉଥିଲା ଯେ, ଫିଲ୍ମର ସୁଟିଂ ବେଳେ ସହ-ଅଭିନେତ୍ରୀ କଙ୍ଗନା ରଣାୱତ କିସ୍ ଦୃଶ୍ୟ ସମୟରେ ବୀର ଦାସଙ୍କ ଓଠକୁ କାମୁଡ଼ି ଦେଇଥିଲେ, ଯାହାଫଳରେ ସେ ଆହତ ହୋଇଥିଲେ।
ଏହି ଦାବି ଉପରେ ପ୍ରତିକ୍ରିୟା ରଖି ବୀର ଦାସ କହିଛନ୍ତି ଯେ, ଏଭଳି କୌଣସି ଘଟଣା କେବେ ଘଟି ନଥିଲା।
ସୋସିଆଲ ମିଡିଆରେ ପ୍ରଚାର ହେଉଥିବା କାହାଣୀ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ।
କଙ୍ଗନା ରଣାୱତ ଜଣେ ଅତ୍ୟନ୍ତ ଦକ୍ଷ ଓ ପେସାଦାର ଅଭିନେତ୍ରୀ।
ସୁଟିଂ ସମୟରେ ସେ ସବୁବେଳେ ନିଜ କାମକୁ ଗୁରୁତ୍ୱ ଦେଇଥିଲେ ଏବଂ କେବେ ବି ଏପରି କୌଣସି ଅପ୍ରୀତିକର ଘଟଣା ଘଟି ନଥିଲା।Advertisment ଦିବ୍ୟ ସ୍ନାନ କଲେ ଶ୍ରୀଜିଉ, ପୁରୀରେ ଭକ୍ତିମୟ ପରିବେଶ ଏଥିସହିତ ବୀର ଦାସ କହିଛନ୍ତି ଯେ, ପରବର୍ତ୍ତୀ ସମୟରେ କଙ୍ଗନା ତାଙ୍କ କମେଡିକୁ ନେଇ କିଛି ସମାଲୋଚନା କରିଥିଲେ, କିନ୍ତୁ ତାହାର ରିଭଲଭର ରାଣୀ ଫିଲ୍ମର ସୁଟିଂ ସହ କୌଣସି ସମ୍ପର୍କ ନାହିଁ।
ସେଥିପାଇଁ ପୁରୁଣା ଘଟଣାକୁ ନେଇ ଭୁଲ ତଥ୍ୟ ପ୍ରଚାର କରିବା ଠିକ୍ ନୁହେଁ।ବୀର ଦାସଙ୍କ ଏହି ସ୍ପଷ୍ଟୀକରଣ ପରେ କଙ୍ଗନା ରଣାୱତ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେ କହିଛନ୍ତି, ସତ୍ୟ କଥା ସାମ୍ନାକୁ ଆଣିଥିବାରୁ ସେ ବୀର ଦାସଙ୍କ ପ୍ରତି କୃତଜ୍ଞ।
"