VB-G RAM G Scheme: ଭିବି-ଜି ରାମ ଜି ଯୋଜନା: ଶ୍ରମିକଙ୍କୁ ମିଳିବ ନିଶ୍ଚିନ୍ତ ରୋଜଗାର

Oct 23, 2026 - 12:29
VB-G RAM G Scheme: ଭିବି-ଜି ରାମ ଜି ଯୋଜନା: ଶ୍ରମିକଙ୍କୁ ମିଳିବ ନିଶ୍ଚିନ୍ତ ରୋଜଗାର

ପାଟନା: ବିହାରର ଶ୍ରମିକମାନଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର।

ବନ୍ୟା ଓ ମରୁଡ଼ି ଯୋଗୁଁ ପ୍ରଭାବିତ ରାଜ୍ୟର ସମସ୍ତ ୩୮ଟି ଜିଲ୍ଲାରେ ଗ୍ରାମୀଣ ନିଯୁକ୍ତି ଯୋଜନା ଅଧୀନରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି।

ଫଳରେ ଅଣକୁଶଳୀ ଶ୍ରମିକମାନେ ପୁଣିଥରେ କାମ ପାଇବା ସହ ନିଜର ଜୀବିକା ନିର୍ବାହ କରିପାରିବେ।

Advertisment ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି।

ରାଜ୍ୟର ୨୨ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଅନ୍ୟ ୧୬ଟି ଜିଲ୍ଲାରେ କମ୍ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ଦେଖାଦେଇଛି।

ଏହି ପରିସ୍ଥିତିରେ କୃଷି କାର୍ଯ୍ୟ ଓ ଅନ୍ୟାନ୍ୟ ରୋଜଗାର ସୁଯୋଗ ପ୍ରଭାବିତ ହୋଇଥିବାରୁ ଶ୍ରମିକମାନଙ୍କୁ କାମ ଯୋଗାଇଦେବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।

ବନ୍ୟାରେ ୨୨, ମରୁଡ଼ିରେ ୧୬ ଜିଲ୍ଲା ପ୍ରଭାବିତ ବିଭାଗୀୟ ସୂଚନା ଅନୁଯାୟୀ, ବିହାରର ଅରୱଲ, ବେଗୁସରାୟ, ଭାଗଲପୁର, ଭୋଜପୁର, ବକ୍ସର, ଦରଭଙ୍ଗା, ଗୋପାଳଗଞ୍ଜ, କଟିହାର, ଖଗଡ଼ିଆ, ଲଖିସରାୟ, ମଧେପୁରା, ମୁଙ୍ଗେର, ମୁଜାଫରପୁର, ପଶ୍ଚିମ ଚମ୍ପାରଣ, ପାଟନା, ପୂର୍ବ ଚମ୍ପାରଣ, ପୂର୍ଣ୍ଣିଆ, ସହରସା, ସମସ୍ତିପୁର, ସାରଣ, ସୁପୌଲ ଓ ବୈଶାଳୀ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

ବନ୍ୟା ଯୋଗୁଁ ଅନେକ ସ୍ଥାନରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବାରୁ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟର ଆବଶ୍ୟକତା ରହିଛି।

ସେହିପରି ଅରରିଆ, ଔରଙ୍ଗାବାଦ, ବାଙ୍କା, ଗୟାଜୀ, ଜମୁଇ, ଜହାନାବାଦ, କୈମୁର, କିଶନଗଞ୍ଜ, ମଧୁବନୀ, ନାଳନ୍ଦା, ନୱାଦା, ରୋହତାସ, ଶେଖପୁରା, ଶିବହର, ସୀତାମଢ଼ି ଓ ସିୱାନ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି।

ଏହାଦ୍ୱାରା କୃଷି କାର୍ଯ୍ୟ ପ୍ରଭାବିତ ହେବା ସହ ଶ୍ରମିକଙ୍କ ପାଇଁ କାମର ସୁଯୋଗ ମଧ୍ୟ ହ୍ରାସ ପାଇଛି।

ରୋଜଗାର ସୁଯୋଗ କୃଷି କାର୍ଯ୍ୟରେ ଶ୍ରମିକଙ୍କ ଉପଲବ୍ଧତା ବଜାୟ ରଖିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୨ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଯାଇଥିଲା।

କିନ୍ତୁ ବନ୍ୟା ଓ ମରୁଡ଼ି ଯୋଗୁଁ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ରାସ୍ତାଘାଟ ମରାମତି ସହ ଅନ୍ୟାନ୍ୟ ଗ୍ରାମୀଣ ବିକାଶ କାର୍ଯ୍ୟ ଆଗକୁ ବଢ଼ିବ।

ଏହାଦ୍ୱାରା ଗୋଟିଏ ପଟେ ଭିତ୍ତିଭୂମିର ପୁନରୁଦ୍ଧାର ହୋଇପାରିବ ଏବଂ ଅନ୍ୟପଟେ ଶ୍ରମିକମାନଙ୍କୁ ରୋଜଗାରର ସୁଯୋଗ ମିଳିବ।

Indian Railways: ରେଳବାଇର ନୂଆ ପରୀକ୍ଷଣ: ଏକାଠି ଚାଲିପାରେ ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍, ରେଳବୋର୍ଡର ମଞ୍ଜୁରିକୁ ଅପେକ୍ଷା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)