Viral Video: ସ୍କୁଟି ପଛରେ କାହିଁକି ଲଗାଇଛନ୍ତି ଛୋଟ ପାଇପ୍ ? ଦେଖନ୍ତୁ ଭାଇରାଲ ଭିଡିଓ...
ନୂଆଦିଲ୍ଲୀ: ସବୁଠି ବର୍ଷା ବିତ୍ପାତ । ଦେଶର ଅଧିକାଂଶ ସହର ଏବେ ଜଳମଗ୍ନ । ଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ଼ ବଡ଼ ସହରର ଗଳିକନ୍ଦିରେ ଗାଡ଼ି ପୂରାଇବା ମୁସ୍କିଲ୍ ହୋଇ ପଡ଼ୁଛି । ଘରେ ଫଶି ରହିଥିବା ଲୋକେ ମଧ୍ୟ ବାହାରକୁ ଆସି ପାରୁନାହାନ୍ତି । କାରଣ ରୋଡ୍ ଉପରେ ଲହଡ଼ି ଭାଙ୍ଗୁଛି ପାଣି । ଏଭଳି ଏକ ସମୟରେ ଦେଖିବାକୁ ମିଳିଛି କି, ସ୍କୁଟି ଏହି ପାଣି ଭିତରେ ବୁଲୁଛି । ସ୍କୁଟିର ସାଇଲେନ୍ସର ତଳେ ଲାଗିଛି ଛୋଟ ପାଇପ୍ । ଏହାକୁ କାହିଁକି ଲଗାଇଛନ୍ତି ଲୋକେ ?
ये नया देसी जुगाड आपको हैरान कर देगा 😱😀
— राजपूत सवित सिंह (@Savit12) July 5, 2026
मुंबई के बारिश में हर कोई परेशान है.............!!!!
और पानी में गाड़ी चलाना बहुत कठिन हो जाता है... !!
लेकिन भाई ने ऐसा जुगाड बनाया है कि आप बारिश में भी,अपना बाइक लेकर जा सकते हैं..........!!!#rain #mumbai #viral #instagram… pic.twitter.com/DvVBgaYhOH
ତେବେ ଭାଇରାଲ ହେଉଥିବା ଭିଡିଓଟି ମୁମ୍ବାଇର । କାରଣ ମୁମ୍ବାଇ ସହର ଜଳମଗ୍ନ ରହିଥିବାବେଳେ ଲୋକେ ଏଭଳି ଦେଶୀ ଯୁଗାଡ଼ କରିଛନ୍ତି । ପାଣି ଭିତରେ ଗାଡ଼ି ନେଇ ଯିବାବେଳେ ସାଇଲେନ୍ସରରେ ପାଣି ପଶିଯାଏ । ଯାହାଫଳରେ ଗାଡ଼ି ବନ୍ଦ ହୋଇଯାଏ । ଷ୍ଟାର୍ଟ ମଧ୍ୟ ହୋଇନଥାଏ । ଏଣୁ ଅନେକ ଲୋକ ଏଭଳି ଏକ ଉପାୟକୁ ଆପଣାଇଛନ୍ତି । ସାଇଲେନ୍ସରରେ ପାଣି ନପଶିବା ପାଇଁ ସେମାନେ ପାଇପ୍ ଲଗାଇ ଉପରକୁ ଟେକି ଦେଇଛନ୍ତି । ଆଉ ଏହି ଭିଡିଓ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।
ମୁମ୍ବାଇର ଅନେକ ସ୍ଥାନରେ ପାଣି ଜମିଥିବାବେଳେ ଲୋକେ ଏଭଳି ସ୍କୁଟରରେ ପାଇପ୍ ଲଗାଇଥିବା ଦେଖିବାକୁ ମିଳିଛି । ଏହାସହ ଦିଲ୍ଲୀ ଏନସିଆର ଅଞ୍ଚଳରେ ମଧ୍ୟ କିଛି ଲୋକ ଏଭଳି ଉପାୟକୁ ଆପଣାଇଛନ୍ତି । ସାଇଲେନ୍ସରକୁ ପାଣିରୁ ବଞ୍ଚାଇବା ସହ ନିଜର ସହଜ ଯାତାୟତ ମଧ୍ୟ କରିପାରୁଛନ୍ତି । ଭିଡିଓରେ ୟୁଜର୍ସମାନେ ସକରାତ୍ମକ କମେଣ୍ଟମାନ ଦେଉଥିବାବେଳେ ଏଭଳି ବୁଦ୍ଧିକୁ ଧନ୍ୟବାଦ ଜଣାଇଛନ୍ତି । ଜଣକ ପରେ ଜଣେ ଏବେ ଏହି ଉପାୟକୁ ଆପଣାଇ ଘରୁ ଗାଡ଼ି କାଢ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି ।
ଏହାସହ ପଢ଼ନ୍ତୁ : Vaibhav Sooryavanshi: ବୈଭବଙ୍କ କେଉଁ ଭୁଲ୍ ପଡ଼ୁଛି ମହଙ୍ଗା ? ଜାଣନ୍ତୁ ଚର୍ଚ୍ଚା ପଛର ସତ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।