Uttar Pradesh politics: ୨୦୨୭ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ ‘ପିଡିଏ’ରେ ବ୍ରାହ୍ମଣ
"ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଏବେଠାରୁ ଜାତିଗତ ସମୀକରଣକୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ଏହି କ୍ରମରେ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ନିଜର "ପିଡିଏ" ରାଜନୀତିକୁ ଆହୁରି ବ୍ୟାପକ କରି ବ୍ରାହ୍ମଣ ସମ୍ପ୍ରଦାୟକୁ ଏଥିରେ ସାମିଲ କରିବାର ସଙ୍କେତ ଦେଇଛନ୍ତି।
ମୂଳତଃ ପିଡିଏର ଅର୍ଥ "ପିଛଡ଼ା, ଦଳିତ ଓ ଅଳ୍ପସଂଖ୍ୟକ" ଥିବାବେଳେ ଏବେ ଏହାର "ପି"କୁ "ପଣ୍ଡିତ" ଭାବେ ବ୍ୟାଖ୍ୟା କରିଛନ୍ତି ଅଖିଳେଶ।
ସେ କହିଛନ୍ତି ପିଡିଏର ପି ମାନେ ପୀଡ଼ିତ, ପି ମାନେ ପିଛଡ଼ା ଏବଂ ବର୍ତ୍ତମାନ ପି ମାନେ ପଣ୍ଡିତ ମଧ୍ୟ।Advertisment ମଙ୍ଗଳବାର ପ୍ରକାଶିତ ରିପୋର୍ଟ ଅନୁସାରେ, ଲକ୍ଷ୍ନୌସ୍ଥିତ ଏସ୍ପି ରାଜ୍ୟ ମୁଖ୍ୟାଳୟରେ ଜନେଶ୍ୱର ମିଶ୍ରଙ୍କ ଜୟନ୍ତୀ ଅବସରରେ ଆୟୋଜିତ ବ୍ରାହ୍ମଣ ସମ୍ମିଳନୀରେ ଅଖିଳେଶ ଏହି କଥା କହିଥିଲେ।
ପ୍ରସ୍ତାବିତ ସ୍ଥାନ ଗୋମତୀନଗରସ୍ଥିତ ଜନେଶ୍ୱର ମିଶ୍ର ପାର୍କରେ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିନଥିବାରୁ ଏହା ଦଳୀୟ କାର୍ଯ୍ୟାଳୟରେ କରାଯାଇଥିବା ଅଖିଳେଶ ଅଭିଯୋଗ କରିଥିଲେ।
ସେ କହିଥିଲେ, ପିଡିଏକୁ ନେଇ ଅନେକ ପରିଭାଷା ଦିଆଯାଉଛି, କିନ୍ତୁ "ପିଡିଏ"ରେ ପଣ୍ଡିତ ମଧ୍ୟ ରହିଛନ୍ତି।
ବ୍ରାହ୍ମଣମାନଙ୍କ ଉପରେ ହେଉଥିବା "ପୀଡ଼ନ" ବଢ଼ିଲେ ପିଡିଏ ଆହୁରି ଶକ୍ତିଶାଳୀ ହେବ ବୋଲି ସେ କହିଥିଲେ।
୨୦୨୪ ଲୋକସଭା ନିର୍ବାଚନରେ ପିଡିଏ ସମୀକରଣ ଏସ୍ପିକୁ ଉତ୍ତରପ୍ରଦେଶରେ ୩୭ଟି ଆସନ ଜିତାଇଥିଲା।
ବିଶେଷକରି ଦଳିତ ଭୋଟରଙ୍କ ଏକ ଅଂଶ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିରୁ ଦୂରେଇ ଏସ୍ପି ଆଡ଼କୁ ଆସିଥିଲେ।
କିନ୍ତୁ ୨୦୨୭ ପୂର୍ବରୁ ବିଜେପି ମଧ୍ୟ ଦଳିତ ଭୋଟ୍ ଉପରେ ଗୁରୁତ୍ୱ ଦେଉଥିବାରୁ ଅଖିଳେଶ ଏବେ ବ୍ରାହ୍ମଣ ଭୋଟ୍ ଉପରେ ନଜର ପକାଇଥିବା କୁହାଯାଉଛି।
ଅଖିଳେଶ ବ୍ରାହ୍ମଣମାନଙ୍କ ସମସ୍ୟା ପ୍ରସଙ୍ଗରେ ସୁଲତାନପୁରର ଡାକ୍ତର ଘନଶ୍ୟାମ ତିୱାରୀଙ୍କ ସେପ୍ଟେମ୍ବର ୨୦୨୩ର ହତ୍ୟା, ବିକାଶ ଦୁବେ ଘଟଣା ଏବଂ ମାଘମେଳା ସମୟରେ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦଙ୍କୁ ସଙ୍ଗମରେ ପବିତ୍ର ବୁଡ଼ ପକାଇବାରୁ ରୋକାଯିବା ଭଳି ଘଟଣା ଉଠାଇଛନ୍ତି।
ଅନ୍ୟପକ୍ଷରେ, ବିଏସ୍ପି ମୁଖ୍ୟ ମାୟାବତୀ ଅଖିଳେଶଙ୍କ ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି।
ବ୍ରାହ୍ମଣମାନେ ବିଏସ୍ପି ଆଡ଼କୁ ଢଳୁଥିବା ଦେଖି ଏସ୍ପି ନିଜ ପିଡିଏର "ପି"କୁ "ପଣ୍ଡିତ" କରିଛି ବୋଲି ସେ ଅଭିଯୋଗ କରିଛନ୍ତି।
ମାୟାବତୀଙ୍କ ବ୍ରାହ୍ମଣ-ଦଳିତ ସାମାଜିକ ସମୀକରଣ ୨୦୦୭ରେ ବିଏସ୍ପିକୁ ଉତ୍ତରପ୍ରଦେଶରେ ସରକାର ଗଠନରେ ସହାୟତା କରିଥିଲା।
Uttarpradesh: ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ସହ ମେଣ୍ଟ ଚାହାନ୍ତି ଅୱେସି ଉତ୍ତରପ୍ରଦେଶର ୪୦୩ଟି ବିଧାନସଭା ଆସନରେ ବ୍ରାହ୍ମଣ ଭୋଟର ବିସ୍ତାରିତ ଭାବେ ରହିଛନ୍ତି।
କୌଣସି ଗୋଟିଏ ଆସନରେ ସେମାନଙ୍କ ସଂଖ୍ୟା ନିର୍ଣ୍ଣାୟକ ନ ହେଲେ ମଧ୍ୟ ଅନେକ ଆସନରେ ଏହି ଭୋଟ୍ ଗୁରୁତ୍ୱ ରଖେ।
କଂଗ୍ରେସର ଅବନତି ପରେ ବ୍ରାହ୍ମଣ ଭୋଟରଙ୍କ ବଡ଼ ଅଂଶ ବିଜେପି ସହ ରହିଆସିଛି।
ଏବେ ୨୦୨୭ ନିର୍ବାଚନ ପୂର୍ବରୁ ଅଖିଳେଶ, ମାୟାବତୀ ଓ ବିଜେପି—ତିନି ଦଳ ହିଁ ବ୍ରାହ୍ମଣ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରିବାର ସମ୍ଭାବନା ରହିଛି।
ଏହା ଉତ୍ତରପ୍ରଦେଶର ଆଗାମୀ ନିର୍ବାଚନୀ ଜାତି ସମୀକରଣକୁ କେତେଦୂର ବଦଳାଇବ, ତାହା ଆଗାମୀ ମାସଗୁଡ଼ିକର ରାଜନୈତିକ ଘଟଣାକ୍ରମରୁ ସ୍ପଷ୍ଟ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
