Utkal Grameen Bank Robbery ଗ୍ରାହକ ହୋଇ ବ୍ୟାଙ୍କରେ ପଶିଲା, ମହିଳା କର୍ମଚାରୀଙ୍କୁ ନ୍ଧୁକ ଦେଖାଇ ଅଢ଼େଇ ଲକ୍ଷଟଙ୍କା ନେଇ ଛୁ

Sep 07, 2026 - 19:42
Utkal Grameen Bank Robbery ଗ୍ରାହକ ହୋଇ ବ୍ୟାଙ୍କରେ ପଶିଲା, ମହିଳା କର୍ମଚାରୀଙ୍କୁ ନ୍ଧୁକ ଦେଖାଇ ଅଢ଼େଇ ଲକ୍ଷଟଙ୍କା ନେଇ ଛୁ

"ସୁନ୍ଦରଗଡ଼ (ଡମ୍ବରୁଧର ନାୟକ):  ସୁନ୍ଦରଗଡ଼ ସହର ନିକଟ ବ୍ୟସ୍ତବହୁଳ ବିଜୁ ଏକ୍ସପ୍ରେସ ୱେ କଡ଼ରେ ଥିବା କିରେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କନ୍ଦାବାହାଲ ଶାଖା‌ରେ ସଶସ୍ତ୍ର ଡକାୟତି ହୋଇଛି।

ଜଣେ ମୁଖାପିନ୍ଧା ଯୁବକ ଗ୍ରାହକ ଭଳି ବ୍ୟାଙ୍କରେ ପଶିଲେ, କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨.୩୭ ଲକ୍ଷ ଟଙ୍କା ବ୍ୟାଗରେ ରଖି ଯେମିତି ଆସିଥିଲେ, ସେମିତି ଧିରେ ବ୍ୟାଙ୍କରୁ ବାହାରି ଚାଲିଗଲେ।

ପୂର୍ବରୁ ମଧ୍ୟ ଏହି ବ୍ୟାଙ୍କ୍‌ରେ ଡକାୟତି ହୋଇଥିଲା।

Advertisment ଆଜି (ସୋମବାର) ଅପରାହ୍‌ଣ ୩ଟା ୧୫ରେ ଏହି ଘଟଣା ଘଟିଛି।

ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ କୌଣସି ପତ୍ତା ମିଳିପାରିନାହିଁ।

ଖବର ପାଇ ସଦରଥାନା ଅଧିକାରୀ ସୌଦାମିନୀ ନାଗ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ କୁମାର ମହାପାତ୍ରଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶାନ୍ତ ନୂତନ ସାମଦ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୃଷ୍ଣପ୍ରସାଦ ମିଶ୍ର, ଟାଉନଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଲାଇଛନ୍ତି।

ବ୍ୟାଙ୍କରେ କର୍ମଚାରୀଙ୍କୁ ପଚରାଉଚରା କରୁଛନ୍ତି ପୁଲିସ ବ୍ୟାଙ୍କ କର୍ମଚାରୀଙ୍କ ସୂଚନା ଅନୁସାରେ, ବ୍ୟାଙ୍କ ମ୍ୟାନେଜର ରଜତ କୁମାର ଦାଶ, କୋଷାଧ୍ୟକ୍ଷ ମମତା ଭୋଇ, ବାର୍ତ୍ତାପ୍ରେରକ ମୁକେଶ ପୂଜାରୀ ଓ ଅନ୍ୟ ଜଣେ କର୍ମଚାରୀ ନୁରାବତୀ ମାଝୀ ମଧ୍ୟାହ୍ନଭୋଜନ ସାରି ବ୍ୟାଙ୍କକୁ ଆସିଥି‌ଲେ।

ଏହି ସମୟରେ ଜଣେ ଗ୍ରାହକ ବ୍ୟାଙ୍କକୁ ଆସିଥିଲେ।

ତାର କିଛି ସମୟ ପରେ ଅପରାହ୍‌ଣ ୩ଟା ୧୫ରେ ଜଣେ ମୁଖାପିନ୍ଧା ଯୁବକ  ବ୍ୟାଙ୍କରେ ପଶି ହଠାତ ବନ୍ଧୁକ ବାହାର କରିଥିଲେ।

ଭୟଭୀତ କରିବା ସହ କୋଷାଧ୍ୟକ୍ଷ ମମତାଙ୍କ ଆଡ଼କୁ ବ୍ୟାଗ ବଢ଼ାଇ ଯାହା‌ ଟଙ୍କା ଅଛି ଭର୍ତ୍ତି କରିବାକୁ କହିଲେ।

ଭୟରେ କୋଷାଧ୍ୟକ୍ଷ କାଉଣ୍ଟରରେ ଥିବା ୨ ଲକ୍ଷ ୩୭ ହଜାର ଟଙ୍କା ବ୍ୟାଗରେ ଭର୍ତ୍ତି କରି ଦୁର୍ବୃତ୍ତ ହାତକୁ ବଢ଼ାଇ ଦେଇଥିଲେ। ‌ଏହା ପରେ ଦୁର୍ବୃତ୍ତ ବାହାରକୁ ଆସି ବ୍ୟାଙ୍କର ଗ୍ରିଲ୍‌ ଗେଟ୍‌କୁ ବନ୍ଦ କରି ଚାଲିଗଲେ।

ଏହା ପରେ ପୁଲିସକୁ ସୂଚନା ଯାଇଥିଲା।

ପୂର୍ବ ବ୍ୟାଙ୍କ୍‌ ମ୍ୟାନେଜର୍‌ଙ୍କ ବ୍ୟାଙ୍କ୍‌ ଲୁଟ୍‌ ଉଦ୍ୟମ, ମ୍ୟାନେଜରଙ୍କୁ ହତ୍ୟା  ପୂର୍ବରୁ ମଧ୍ୟ ୨୦୨୧ରେ ଏହି ବ୍ୟାଙ୍କ‌ରେ ସଶସ୍ତ୍ର ଡକାୟତି ହୋଇଥିଲା।

ସେତେବେଳେ ସଶସ୍ତ୍ର ସୁରକ୍ଷାକର୍ମୀ ନିୟୋଜିତ ହୋଇ ନଥିବା କଥା ସାମ୍ନାକୁ ଆସିଥିଲା।

ଏହା ସତ୍ତ୍ବେ ବ୍ୟାଙ୍କରେ ସୁରକ୍ଷାକର୍ମୀ ମୁତୟନ କରାଯାଇ ନାହିଁ।

ଯାହାର ସୁଯୋଗ ନେଇ ଡକାୟତ ବାରମ୍ବାର ଏହି ବ୍ୟାଙ୍କକୁ ନଜର କରି ଅତି ସହଜରେ ଲୁଟ୍‌ କରି ଫେରାର ହେବାରେ ସକ୍ଷମ ହେଉଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)