US: ଆମେରିକାର କାଲିଫର୍ଣ୍ଣିଆ ଓ ଓହିଓରେ ବଡ଼ଧରଣ ଗୁଳିକାଣ୍ଡ: ୩ ମୃତ, ୧୦ ଆହତ
କାଲିଫର୍ଣ୍ଣିଆ/ଓହିଓ: ଆମେରିକା ର କାଲିଫର୍ଣ୍ଣିଆ ଓ ଓହିଓରେ ବଡ଼ଧରଣର ଗୁଳିକାଣ୍ଡ ଘଟଣା ଦେଖିବାକୁ ମିଳିଛି।
କାଲିଫର୍ଣ୍ଣିଆ ଗୁଳିକାଣ୍ଡରେ ୯ ଜଣ ଆହତ ହୋଇଥିବାବେଳେ ଓହିଓରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି।
Advertisment କାଲିଫର୍ଣ୍ଣିଆ ରାଜ୍ୟର ଷ୍ଟ୍ରାଥମୋର ଅଞ୍ଚଳରେ ଏକ ବ୍ୟକ୍ତିଗତ କନସର୍ଟ ପାଇଁ ଅନେକ ଲୋକ ଏକାଠି ହୋଇଥିବାବେଳେ ହଠାତ୍ ଗୁଳିକାଣ୍ଡ ଘଟିଛି।
ଏହି ଘଟଣାରେ ୯ ଜଣ ଗୁଳିମାଡ଼ର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଜଣେ ଗୁରୁତର ଆହତଙ୍କୁ ବିମାନ ଯୋଗେ ଅନ୍ୟ ଡାକ୍ତରଖାନାକୁ ନିଆଯାଇଛି।
ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଛି।
ସୂଚନା ଅନୁସାରେ, ନଭେମ୍ବର ୨୧ ତାରିଖ ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟ୍ରେ ଷ୍ଟ୍ରାଥମୋରର ରୋଡ୍ ୨୫୬ ଅଞ୍ଚଳରେ ଏକ ଘରୋଇ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା।
ଏଥିରେ ୧୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ।
ଏହି ସମୟରେ ହଠାତ୍ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା।
ଖବର ପାଇ ତୁଲାରେ କାଉଣ୍ଟି ଶେରିଫ୍ କାର୍ଯ୍ୟାଳୟର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଗୁଳିକାଣ୍ଡ ଗୋଷ୍ଠୀଗତ ଶତ୍ରୁତା ସହ ଜଡ଼ିତ ଥାଇପାରେ ବୋଲି ସନ୍ଦେହ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା।
ପ୍ରାଥମିକ ତଦନ୍ତରୁ ଏହି ଗୁଳିକାଣ୍ଡ ଗୋଷ୍ଠୀଗତ ଶତ୍ରୁତା ସହ ଜଡ଼ିତ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।
ତେବେ ଏଯାଏଁ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି କିମ୍ବା ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
ଶେରିଫ୍ ମାଇକ୍ ବୋଡ୍ରୋଙ୍କ ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେବାକୁ ଅନୁରୋଧ କରିଛନ୍ତି।
ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଲୋକଙ୍କୁ ଘଟଣାସ୍ଥଳଠାରୁ ଦୂରେଇ ରହିବାକୁ କୁହାଯାଇଛି।
ଅନ୍ୟପକ୍ଷରେ ଓହିଓର ପାର୍ମାରେ 'ବେବି ସାୱାର' କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି।
ଶନିବାର ସନ୍ଧ୍ୟା ୬ଟା ୫ରେ ପୁଲିସ ଘଟଣା ସମ୍ପର୍କରେ ଖବର ପାଇଥିଲା।
ଗୁଳିକାଣ୍ଡରେ ଜଣେ ୧୭ ବର୍ଷର କିଶୋରୀ, ୧୯ ବର୍ଷୀୟ କିଶୋର ଓ ୪୫ ବର୍ଷର ପୁରୁଷଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ଜଣେ ୩୯ ବର୍ଷୀୟା ମହିଳାଙ୍କ ଗୋଡ଼ରେ ଗୁଳି ବାଜିଛି।
ପୁଲିସ ମୃତକଙ୍କ ନାଁ ପ୍ରକାଶ କରିନଥିବାବେଳେ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଅଟକ ରଖିଛି।
ଭୁବନେଶ୍ୱରରେ ନିର୍ମାଣ ହେବ ବହୁତଳବିଶିଷ୍ଟ ରାଜସ୍ୱଭବନ; ଖର୍ଚ୍ଚ ହେବ ପ୍ରାୟ ୩୪୮ କୋଟି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
