US Study Reveals Ideal Daily Coffee Intake for Better Health: କଫିକୁ ନେଇ ଆମେରିକୀୟ ରିସର୍ଚ୍ଚର ବଡ଼ ଖୁଲାସା, ଜାଣନ୍ତୁ କେତେ କପ୍ କଫି ଦେହ ପାଇଁ ଭଲ

Jul 22, 2026 - 16:40
US Study Reveals Ideal Daily Coffee Intake for Better Health: କଫିକୁ ନେଇ ଆମେରିକୀୟ ରିସର୍ଚ୍ଚର ବଡ଼ ଖୁଲାସା, ଜାଣନ୍ତୁ କେତେ କପ୍ କଫି ଦେହ ପାଇଁ ଭଲ

ସକାଳର ଆରମ୍ଭରେ କଫି, ଅଫିସରେ କଫି ପୁଣି ସଞ୍ଜରେ କଫି। ସାଙ୍ଗସାଥିଙ୍କ ସହିତ ଖଟି ହେଉ କି ଅଫିସ ମିଟିଂ । ସମସ୍ତଙ୍କ ହାତରେ ଥାଏ କଫି କପ୍ । ହେଲେ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ କଫି ? ଦିନକୁ କେତେ କପ୍ କଫି ପିଇବା ଉଚିତ୍ ? ଏନେଇ ଏକ ରିପୋର୍ଟ ଦେଇଛି ଆମେରିକୀୟ ହାର୍ଟ ଆସୋସିଏସନ ।

ଆମେରିକୀୟ ହାର୍ଟ ଆସୋସିଏସନର ରିପୋର୍ଟ କହୁଛି...ଦିନକୁ ୩ରୁ ୫ କପ୍ ପର୍ଯ୍ୟନ୍ତ କଫି ପିଇବା ଅଧିକାଂଶ ସୁସ୍ଥ ବୟସ୍କଙ୍କ ପାଇଁ ସୁରକ୍ଷିତ। ଏହା ହୃଦରୋଗ, ଷ୍ଟ୍ରୋକ୍, ହାର୍ଟ ଫେଲ୍ୟୁର ଏବଂ ଟାଇପ୍-୨ ଡାଇବେଟିସ କମାଇପାରେ। ଅର୍ଥାତ୍ ରିସର୍ଚ୍ଚ ରିପୋର୍ଟ ଅନୁସାରେ, କଫି ହିଁ ରୋକିପାରେ ହାର୍ଟ ଆଟାକ୍ । ଆମେରିକାର ଗବେଷଣା କହୁଛି, ନିୟମିତ କଫି ପିଉଥିବା ଲୋକଙ୍କଠାରେ ଟାଇପ୍-୨ ଡାଇବେଟିସ ୨୦ରୁ ୩୦ ପ୍ରତିଶତ କମ୍। ବଡ଼କଥା ହେଲା ସବୁ କଫି ସମାନ ନୁହେଁ। ପେପର-ଫିଲ୍ଟର କଫି ଓ ଇନଷ୍ଟାଣ୍ଟ କଫି ହୃଦୟ ପାଇଁ ଅଧିକ ଭଲ ବୋଲି କହୁଛନ୍ତି ବିଶେଷଜ୍ଞ। କିନ୍ତୁ ଫ୍ରେଞ୍ଚ ପ୍ରେସ୍, ଏସ୍ପ୍ରେସୋ ଓ ତୁର୍କିସ୍ କଫିରେ ଥିବା କାଫେଷ୍ଟଲ୍ ଶରୀରରେ ଖରାପ କୋଲେଷ୍ଟେରଲ୍ ବଢ଼ାଇପାରେ।

ଆଉ ସେହି କୋଲେଷ୍ଟେରଲ୍ ଧମନୀକୁ ବନ୍ଦ କରି ହୃଦରୋଗର କାରଣ ସାଜିପାରେ। ରିପୋର୍ଟ ଅନୁସାରେ, କଫି ଏବଂ ଏନର୍ଜି ଡ୍ରିଙ୍କ ସମାନ ନୁହେଁ। ଅଧିକ କ୍ୟାଫେଇନ୍ ଥିବା ଏନର୍ଜି ଡ୍ରିଙ୍କ ହଠାତ୍ ରକ୍ତଚାପ ବଢ଼ାଇପାରେ, ଅନିୟମିତ ହୃଦସ୍ପନ୍ଦନ ସୃଷ୍ଟି କରିପାରେ, ଏପରିକି କେତେକ କ୍ଷେତ୍ରରେ ଜୀବନ ପ୍ରତି ବିପଦ ମଧ୍ୟ ଆଣିପାରେ। ତେବେ ଏହା ଆମେରିକୀୟ ରିସର୍ଚ୍ଚ ରିପୋର୍ଟରେ ଉଲ୍ଲେଖ ରହିଛି । 


ଦିନକୁ ୩ରୁ ୫ କପ୍ କଫି ପିଇବା ସୁରକ୍ଷିତ !
ନିୟମିତ କଫିରେ କମିପାରେ ହୃଦରୋଗ ଆଶଙ୍କା 
କଫି ପିଇଲେ ଷ୍ଟ୍ରୋକ୍ ଓ ହାର୍ଟ ଫେଲ୍ୟୁର ଆଶଙ୍କା କମିପାରେ
ଟାଇପ୍-୨ ଡାଇବେଟିସ୍ ୨୦-୩୦% କମାଇପାରେ କଫି
ପେପର-ଫିଲ୍ଟର ଓ ଇନଷ୍ଟାଣ୍ଟ କଫି ହାର୍ଟ ପାଇଁ ଉପକାରୀ
ଫ୍ରେଞ୍ଚ ପ୍ରେସ୍ ଓ ଏସ୍ପ୍ରେସୋ କଫି ବଢ଼ାଇପାରେ କୋଲେଷ୍ଟେରଲ୍
ଅଧିକ କ୍ୟାଫେଇନ୍ ଥିବା ଏନର୍ଜି ଡ୍ରିଙ୍କ ହୃଦୟ ପାଇଁ ବିପଦ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।