Jennifer Winget Instagram post: ଭାଇରାଲ୍ ହେଲା ବିବାହ ଫଟୋ; ପୋଷ୍ଟକୁ ନେଇ ଲାଇକ୍ ଓ କମେଣ୍ଟର ସୁଅ

Jul 22, 2026 - 16:40
Jennifer Winget Instagram post: ଭାଇରାଲ୍ ହେଲା ବିବାହ ଫଟୋ; ପୋଷ୍ଟକୁ ନେଇ ଲାଇକ୍ ଓ କମେଣ୍ଟର ସୁଅ

କିଛି ଦିନ ଧରି ଚାଲିଥିବା ଚର୍ଚ୍ଚାରେ ବ୍ରେକ ଲଗାଇଲେ ଟେଲିଭିଜନ୍ ଅଭିନେତ୍ରୀ ଜେନିଫର୍ ୱିଙ୍ଗେଟ୍। ୱିଲିୟମ୍ ଇସମାଇଲଙ୍କ ସହିତ ତାଙ୍କ ବିବାହକୁ ସାର୍ବଜନୀନ କରିଥିଲେ। ଜେନିଫର ବିବାହର କିଛି ଭାବପ୍ରବଣ ମୁହୁର୍ତ୍ତର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ସେଗୁଡ଼ିକ ଇଣ୍ଟରନେଟରେ ବେଶ୍ ଭାଇରାଲ୍ ହେଉଛି। ପ୍ରଶଂସକମାନେ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଫଟୋ ଗୁଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି।

ପୂର୍ବରୁ ଏକ ଛୋଟ ଭିଡିଓ ମାଧ୍ୟମରେ ନିଜ ବିବାହର ଝଲକ ସେୟାର୍ କରିଥିବା ଜେନିଫର୍ ଏଥର ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି, "ଘର କେବେ ବି ଏକ ସ୍ଥାନ ନଥିଲା, ଏହା ସବୁବେଳେ ତୁମେ ହିଁ ଥିଲ।" ଏହି ଭାବପ୍ରବଣ ବାର୍ତ୍ତା ପ୍ରଶଂସକଙ୍କ ହୃଦୟକୁ ଛୁଇଁଛି।

ଜେନିଫର୍ ସେୟାର୍ କରିଥିବା ଫଟୋ ଗୁଡ଼ିକରେ ବିବାହର ସ୍ମରଣୀୟ ମୁହୂର୍ତ୍ତ ଗୁଡିକ ରହିଛି। ଗୋଟିଏ ଫଟୋରେ ସେ ୱିଲିୟମଙ୍କୁ ଆଲିଙ୍ଗନ କରି ହସୁଥିବା ଦେଖାଯାଇଛି। ଅନ୍ୟ ଫଟୋରେ ସେ ନିଜ ବ୍ରାଇଡାଲ୍ ଗାଉନରେ ପୋଜ୍ ଦେଉଥିବା ନଜର ଆସିଛନ୍ତି।

 ଗାଉନରେ ସୁନେଲି ସୂତାରେ ବୁଣା ଯାଇଥିବା ବିବାହ ତାରିଖର କ୍ଲୋଜ୍-ଅପ୍ ଫଟୋଟି ସବୁଠାରୁ ଅଧିକ ଆକର୍ଷଣ ସୃଷ୍ଟି କରିଛି। ଏହା ସହ ଦମ୍ପତି ହାତ ଧରି ପାହାଚ ତଳକୁ ଆସୁଥିବା ଏବଂ ଜେନିଫର୍ ହାତରେ ଫୁଲତୋଡ଼ା ଧରି କାର୍‌ରୁ ଓହ୍ଲାଉଥିବା ମୁହୂର୍ତ୍ତ ମଧ୍ୟ ସାମିଲ ହୋଇଛି।

ଆଲବମର ଶେଷ ଭାଗରେ ନବଦମ୍ପତି ପରସ୍ପରକୁ ମୁଦି ପିନ୍ଧାଇ, ଆଲିଙ୍ଗନ ଓ ଚୁମ୍ବନ କରୁଥିବା ଓ ପରସ୍ପରକୁ କେକ୍ ଖୁଆଇ ଦେଉଥିବା କିଛି କ୍ୟାଣ୍ଡିଡ୍ ଫଟୋ ରହିଛି। ଏହି ସମସ୍ତ ଫଟୋ ନବଦମ୍ପତିଙ୍କ ଭଲପାଇବା ଓ ଖୁସିକୁ ସୁନ୍ଦର ଭାବେ ପ୍ରକାଶ କରିଛି।

ଯଦିଓ ଜେନିଫର୍ ଓ ୱିଲିୟମ୍ ସେମାନଙ୍କ ବିବାହକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରିଥିଲେ, ତଥାପି ଏହି ଫଟୋ ଗୁଡ଼ିକ ମାଧ୍ୟମରେ ପ୍ରଶଂସକମାନେ ସେମାନଙ୍କ ଜୀବନର ସବୁଠାରୁ ବଡ ଦିନର ଝଲକ ଦେଖିବାର ସୁଯୋଗ ପାଇଛନ୍ତି। ସୋସିଆଲ୍ ମିଡିଆରେ ଏହି ପୋଷ୍ଟକୁ ନେଇ ଲାଇକ୍ ଓ କମେଣ୍ଟର ସୂଅ ଛୁଟୁଛି।
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।