Best Monsoon Yoga Routin: ବର୍ଷାରେ ବାରମ୍ବାର ଥଣ୍ଡା-କାଶ? ଡାକ୍ତର ନୁହେଁ... ୫ଟି ଯୋଗାସନ ରଖିବ ଫିଟ୍

Jul 22, 2026 - 16:20
Best Monsoon Yoga Routin: ବର୍ଷାରେ ବାରମ୍ବାର ଥଣ୍ଡା-କାଶ? ଡାକ୍ତର ନୁହେଁ... ୫ଟି ଯୋଗାସନ ରଖିବ ଫିଟ୍

ବର୍ଷା ଋତୁ ନିଜ ସହ ଥଣ୍ଡା ପବନ, ସବୁଜ ପରିବେଶ ଓ ଆରାମଦାୟକ ପାଗ ଆଣିଥାଏ। କିନ୍ତୁ ଏହି ସମୟରେ ଆର୍ଦ୍ରତା ବଢ଼ିବା, ବ୍ୟାକ୍ଟେରିଆ ଓ ଭାଇରସ୍‌ର ସକ୍ରିୟତା, ଦୂଷିତ ପାଣି ଏବଂ ଦୁର୍ବଳ ପାଚନତନ୍ତ୍ର କାରଣରୁ ସର୍ଦ୍ଦି, କାଶ, ଭାଇରାଲ୍ ଜ୍ୱର, ଗଳା ସଂକ୍ରମଣ, ବଦହଜମ, ଗ୍ୟାସ, ଗଣ୍ଠିବାତ ଏବଂ ଚର୍ମଜନିତ ସମସ୍ୟା ବଢ଼ିଯାଏ। ଏଭଳି ସମୟରେ କେବଳ ଔଷଧ ଉପରେ ନିର୍ଭର ନକରି ଶରୀରର ରୋଗ ପ୍ରତିରୋଧକ ଶକ୍ତି (Immunity) ବଢ଼ାଇବା ଅତ୍ୟନ୍ତ ଜରୁରୀ।

ଯୋଗ(Yoga  କେବଳ ଶରୀରକୁ ନମନୀୟ କରିବାର ଉପାୟ ନୁହେଁ। ଏହା ଶ୍ୱାସନତନ୍ତ୍ର, ପାଚନତନ୍ତ୍ର, ରକ୍ତସଞ୍ଚାଳନ ଏବଂ ମାନସିକ ସ୍ୱାସ୍ଥ୍ୟକୁ ସନ୍ତୁଳିତ ରଖିବାର ଏକ ବୈଜ୍ଞାନିକ ଅଭ୍ୟାସ। ନିୟମିତ ଯୋଗାସନ ଓ ପ୍ରାଣାୟାମ କଲେ ଚାପ କମିବା ସହ ଫୁସଫୁସ ଶକ୍ତିଶାଳୀ ହୁଏ ଏବଂ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ। ସେଥିପାଇଁ ଯୋଗ ବିଶେଷଜ୍ଞମାନେ ବର୍ଷା ଋତୁରେ ନିୟମିତ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଇଥାନ୍ତି।

ଯଦି ଆପଣ ବର୍ଷାଦିନରେ ବାରମ୍ବାର ଅସୁସ୍ଥ ହେବାକୁ ଚାହୁଁନାହାନ୍ତି, ତେବେ ନିଜର ଦୈନନ୍ଦିନ ଜୀବନରେ ଏହି ୫ଟି ଯୋଗାସନକୁ ସାମିଲ କରନ୍ତୁ(Monsoon Health Tips)।

୧. ତାଡାସନ

•    ଏହା ଶରୀରକୁ ଶକ୍ତି ଓ ସନ୍ତୁଳନ ପ୍ରଦାନ କରୁଥିବା ସରଳ ଯୋଗାସନ। 
•    ସମଗ୍ର ଶରୀରକୁ ସକ୍ରିୟ କରିଥାଏ। 
•    ମେରୁଦଣ୍ଡକୁ ସିଧା ଏବଂ ମଜବୁତ ରଖେ। 
•    ରକ୍ତ ସଞ୍ଚାଳନରେ ସୁଧାର ଆଣେ। 
•    ବର୍ଷାଦିନରେ ଆଳସ୍ୟ ଓ କ୍ଲାନ୍ତି କମାଇବାରେ ସହାୟକ ହୁଏ। 
•    ପ୍ରତିଦିନ ସକାଳେ ୨-୩ ମିନିଟ୍ ତାଡାସନ କରିବା ଜରୁରୀ। 

୨. ଭୁଜଙ୍ଗାସନ

•    ଫୁସଫୁସ ଓ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଏହା ଲାଭଦାୟକ। 
•    ବର୍ଷାଦିନରେ ଶ୍ୱାସଜନିତ ସଂକ୍ରମଣର ଆଶଙ୍କା କମାଇବାରେ ସହାୟକ ହୁଏ। 
•    ଛାତିକୁ ପ୍ରସାରିତ କରି ଫୁସଫୁସର କ୍ଷମତା ବଢ଼ାଏ। 
•    ମେରୁଦଣ୍ଡର ମାଂସପେଶୀକୁ ଶକ୍ତିଶାଳୀ କରେ। 
•    ଶରୀରରେ ନୂଆ ଶକ୍ତିର ସଞ୍ଚାର କରେ। 
•    ଦୀର୍ଘ ସମୟ ବସି କାମ କରୁଥିବା ଲୋକଙ୍କ ପାଇଁ ଏହା ଖୁବ୍ ଉପକାରୀ। 

୩. ବଜ୍ରାସନ ଓ ପବନମୁକ୍ତାସନ

•    ଏହି ଦୁଇଟି ଯୋଗାସନ ପାଚନତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। 
•    ବର୍ଷାଦିନରେ ବଦହଜମ ଓ ପେଟ ସମସ୍ୟା ବେଶି ଦେଖାଯାଏ। 
•    ଖାଇବା ପରେ ୫-୧୦ ମିନିଟ୍ ବଜ୍ରାସନ କଲେ ପାଚନକ୍ରିୟାରେ ସୁଧାର ଆସେ। 
•    ପବନମୁକ୍ତାସନ ଗ୍ୟାସ, କୋଷ୍ଠକାଠିନ୍ୟ ଓ ପେଟ ଫୁଲିବା ସମସ୍ୟାରେ ଆରାମ ଦେଇଥାଏ। 
•    ସୁସ୍ଥ ପାଚନତନ୍ତ୍ର ରୋଗ ପ୍ରତିରୋଧକ ଶକ୍ତିର ମୂଳ ଆଧାର। 

୪. ଅନୁଲୋମ-ବିଲୋମ ପ୍ରାଣାୟାମ

•    ଏହା ଶ୍ୱାସନତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୁଏ। 
•    ଫୁସଫୁସର କାର୍ଯ୍ୟକ୍ଷମତା ବଢ଼ାଏ। 
•    ଶରୀରକୁ ପର୍ଯ୍ୟାପ୍ତ ଅମ୍ଳଜାନ ଯୋଗାଇଥାଏ। 
•    ସର୍ଦ୍ଦି, କାଶ ଓ ଶ୍ୱାସଜନିତ ସମସ୍ୟାର ଆଶଙ୍କା କମାଇବାରେ ସହାୟକ ହୁଏ। 
•    ନିୟମିତ ଅଭ୍ୟାସ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ। 

୫. ଭସ୍ତ୍ରିକା ପ୍ରାଣାୟାମ

•  ବର୍ଷାଦିନରେ ବଢ଼ୁଥିବା ଭାଇରାଲ୍ ସଂକ୍ରମଣରୁ ଶରୀରକୁ ସୁରକ୍ଷା ଦେବାରେ ସହାୟକ ହୁଏ। 
•  ଫୁସଫୁସର କ୍ଷମତା ବୃଦ୍ଧି କରି ଶ୍ୱାସନତନ୍ତ୍ରକୁ ସୁଦୃଢ଼ କରେ। 
•  ଶରୀରରେ ଅମ୍ଳଜାନ (ଅକ୍ସିଜେନ୍) ଯୋଗାଣ ବଢ଼ାଇ ଶକ୍ତିର ସଞ୍ଚାର କରେ। 
•  ରକ୍ତସଞ୍ଚାଳନକୁ ସକ୍ରିୟ କରି ଶରୀରକୁ ସତେଜ ରଖେ। 
•  ରୋଗ ପ୍ରତିରୋଧକ ଶକ୍ତି (ଇମ୍ୟୁନିଟି) ବଢ଼ାଇବାରେ ସହାୟକ ହୋଇପାରେ। 
•  ସକାଳେ ୨–୫ ମିନିଟ୍ ଅଭ୍ୟାସ କଲେ ଶରୀର ଓ ମନ ଉଭୟ ସକ୍ରିୟ ରହେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।