US Midterm Elections: ପରାଜୟ ପାଇଁ ଇରାନ ଯୁଦ୍ଧ ଓ ଇନ୍ଧନ ଦର ବୃଦ୍ଧି ଦାୟୀ: ଟ୍ରମ୍ପ

Nov 04, 2026 - 22:13
US Midterm Elections: ପରାଜୟ ପାଇଁ ଇରାନ ଯୁଦ୍ଧ ଓ ଇନ୍ଧନ ଦର ବୃଦ୍ଧି ଦାୟୀ: ଟ୍ରମ୍ପ

ୱାସିଂଟନ: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ସିନେଟ୍ ଏବଂ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ନିୟନ୍ତ୍ରଣ ହାସଲ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟିର ନେତାମାନଙ୍କୁ ସମାଲୋଚନା କରିଛନ୍ତି।

ଏହାସହିତ ସେ ସ୍ବୀକାର କରିଛନ୍ତି ଯେ ଡେମୋକ୍ରାଟ୍ସମାନେ ନିର୍ବାଚନରେ କଠିନ ପରିଶ୍ରମ କରିଛନ୍ତି।

ସେ ଦାବି କରିଛନ୍ତି ଯେ ଯଦି ସେ ନିଜେ ଏହି ନିର୍ବାଚନ ମଇଦାନରେ ଥାଆନ୍ତେ, ତେବେ ରିପବ୍ଲିକାନ୍ ଦଳ ଏକ ବିଶାଳ ବିଜୟ ହାସଲ କରିଥାନ୍ତା।

Advertisment ପରାଜୟର କାରଣ ସମ୍ପର୍କରେ ପଚରାଯିବାରୁ ଟ୍ରମ୍ପ ସ୍ବୀକାର କରିଛନ୍ତି ଯେ ଇରାନ ସଂଘର୍ଷ ଏବଂ ଇନ୍ଧନ ଦରବୃଦ୍ଧିଏହି ବିପର୍ଯ୍ୟୟର ଅନ୍ୟତମ ମୁଖ୍ୟ କାରଣ ଥିଲା।

ଇରାନ ପ୍ରସଙ୍ଗରେ ତାଙ୍କର ନୀତିକୁ ଜନସାଧାରଣ ସମର୍ଥନ କରୁଥିଲେ ହେଁ, ଏହାଯୋଗୁଁ ଆମେରିକାରେ ଦର ବୃଦ୍ଧି ପାଇବା ଫଳରେ ସାଧାରଣ ଲୋକ ଅସନ୍ତୁଷ୍ଟ ହୋଇ ନିର୍ବାଚନରେ ଏହାର ପ୍ରଭାବ ପକାଇଛନ୍ତି।

Trump Statement: ପାକିସ୍ତାନ ଦ୍ବାରା ଇରାନକୁ ୪୦୦ ରକେଟ୍ ଲଞ୍ଚର ପଠାଇଥିଲା ଚୀନ୍: ଡୋନାଲ୍ଡ ଟ୍ରମ୍ପ ଟ୍ରମ୍ପ ଏହି ନିର୍ବାଚନ ଫଳାଫଳକୁ ଗ୍ରହଣ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

'ଦି ନ୍ୟୁୟର୍କ ଟାଇମ୍ସ'କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଏହି ଫଳାଫଳକୁ ସମ୍ପୂର୍ଣ୍ଣ ଗ୍ରହଣ କରିବାକୁ ପ୍ରସ୍ତୁତ ଏବଂ ଆଗାମୀ ଦିନରେ ଡେମୋକ୍ରାଟ୍ସମାନଙ୍କ ସହିତ ମିଶି କାମ କରିବାକୁ ଆଶା ରଖିଛନ୍ତି।

ତେବେ ଡେମୋକ୍ରାଟ୍ସମାନେ ଯଦି କୌଣସି ଅଯୌକ୍ତିକ ଆଇନ ତାଙ୍କ ନିକଟକୁ ପଠାନ୍ତି, ତେବେ ସେ ନିଜର ଭିଟୋ କ୍ଷମତା ପ୍ରୟୋଗ କରି ତାହାକୁ ବାତିଲ କରିଦେବେ ବୋଲି ଚେତାବନୀ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)