Odisha to Appoint Data Officers ପରିସଂଖ୍ୟାନ ବିଭାଗରେ ନିଯୁକ୍ତି ପାଇବେ ଡାଟା ଅଫିସର, ସର୍ଭେରେ ଯୋଡ଼ି ହେବେ ଜିଲ୍ଲାପାଳ

Nov 04, 2026 - 22:13
Odisha to Appoint Data Officers ପରିସଂଖ୍ୟାନ ବିଭାଗରେ ନିଯୁକ୍ତି ପାଇବେ ଡାଟା ଅଫିସର, ସର୍ଭେରେ ଯୋଡ଼ି ହେବେ ଜିଲ୍ଲାପାଳ

ଭୁବନେଶ୍ୱର: ରାଜ୍ୟରେ ପରିସଂଖ୍ୟାନ ସଂଗ୍ରହ, ପରିଚାଳନା ଓ ପ୍ରସାରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଏଥିପାଇଁ ବିଭିନ୍ନ ସରକାରୀ ବିଭାଗରେ ଡାଟା ଅଫିସର ନିଯୁକ୍ତି, ସଚିବସ୍ତରୀୟ ବୈଠକରେ ପରିସଂଖ୍ୟାନ ସମ୍ପର୍କିତ କାର୍ଯ୍ୟର ସମୀକ୍ଷା ଏବଂ ପରିସଂଖ୍ୟାନ ସର୍ଭେରେ ସମସ୍ତ ଜିଲ୍ଲାପାଳଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି।

Advertisment ଜାତୀୟ ପରିସଂଖ୍ୟାନ ଦିବସ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ପ୍ରଥମ ରାଜ୍ୟସ୍ତରୀୟ ସମନ୍ୱୟ କମିଟି (ଏସ୍‌ଏଲ୍‌ସିସି) ବୈଠକ ଅନୁଷ୍ଠିତ ହୋଇଥିଲା।

କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (ମୋସ୍‌ପି) ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ପରିସଂଖ୍ୟାନ ସମ୍ପର୍କିତ କାର୍ଯ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏଥିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ବିଭିନ୍ନ ବିଭାଗର ସଚିବ ଏବଂ ମୋସ୍‌ପିର ଉପମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ସମନ୍ୱୟ କମିଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପରିସଂଖ୍ୟାନ କାର୍ଯ୍ୟର ସମୀକ୍ଷା, ଦକ୍ଷତା ବୃଦ୍ଧି ଏବଂ ପଦ୍ଧତିଗତ ସମନ୍ୱୟ ପାଇଁ ଏକ ଅନୁଷ୍ଠାନିକ ମଞ୍ଚ ଭାବେ କାର୍ଯ୍ୟ କରିବ।

ଏହାଦ୍ୱାରା ଜାତୀୟ ସୂଚକାଙ୍କ ଢାଞ୍ଚା (ଏନ୍‌ଆଇଏଫ୍‌) ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର ଅଗ୍ରଗତି ମାପିବାରେ ସମନ୍ୱିତ ଉଦ୍ୟମକୁ ପ୍ରୋତ୍ସାହନ ମିଳିବ।

NSS Survey ଗଞ୍ଜାମ , ଗଜପତି , କନ୍ଧମାଳ ଓ ବୌଦ୍ଧରେ ହେବ ଜାତୀୟ ପରିସଂଖ୍ୟାନ ସର୍ବେକ୍ଷଣ ବୈଠକରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ରାଜ୍ୟର ବିଭିନ୍ନ ଚାଲୁଥିବା ପରିସଂଖ୍ୟାନ କାର୍ଯ୍ୟକ୍ରମ ଓ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ।

ଏଥିରେ ଜାତୀୟ ନମୁନା ସର୍ଭେ (ଏନ୍‌ଏସ୍‌ଏସ୍‌), ପରିସଂଖ୍ୟାନ ଗୁଣବତ୍ତା ନିଶ୍ଚିତକରଣ ଢାଞ୍ଚା (ଏସ୍‌କ୍ୟୁଏଏଫ୍‌), ମୂଲ୍ୟ ସୂଚକାଙ୍କ ପ୍ରସ୍ତୁତିରେ କମ୍ପ୍ୟୁଟର ସହାୟତାରେ ବ୍ୟକ୍ତିଗତ ସାକ୍ଷାତକାର ପଦ୍ଧତି (କ୍ୟାପି), ଜିଲ୍ଲାସ୍ତରୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ), ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ଓ ଜିଲ୍ଲା ଘରୋଇ ଉତ୍ପାଦ (ଡିଡିପି) ଆକଳନ ଆଦି ବିଷୟ ସ୍ଥାନ ପାଇଥିଲା।

Decline child population in India: ଦେଶରେ ପିଲାଙ୍କ ସଂଖ୍ୟା ହ୍ରାସ ପାଉଛି, ଦେଖନ୍ତୁ ପରିସଂଖ୍ୟାନ ଏଥିସହ ଡାଟା ପ୍ରସାରଣ ନୀତିର କାର୍ଯ୍ୟକାରିତା, ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥାର ସୁଦୃଢ଼ୀକରଣ, ତଥ୍ୟର ତାଲିକାଭୁକ୍ତକରଣ, ଦକ୍ଷତା ବିକାଶ ଏବଂ ବିଭାଗୀୟ ପ୍ରଶାସନିକ ତଥ୍ୟରେ ସମନ୍ୱୟ ଆଣିବା ଉପରେ ଆଲୋଚନା ହୋଇଥିଲା।

ସର୍ଭେ ଆରମ୍ଭ ପୂର୍ବରୁ ଏବଂ ସର୍ଭେ ରିପୋର୍ଟ ପ୍ରକାଶ ପରେ ପରାମର୍ଶମୂଳକ କର୍ମଶାଳା ଆୟୋଜନ କରିବାକୁ ମଧ୍ୟ କମିଟି ନିଷ୍ପତ୍ତି ନେଇଛି।

ଏହାଦ୍ୱାରା ସରକାରୀ ପରିସଂଖ୍ୟାନର ଗୁଣବତ୍ତା, ନିର୍ଭରଯୋଗ୍ୟତା ଓ ସମୟୋଚିତ ପ୍ରକାଶନ ସୁନିଶ୍ଚିତ କରିବା ସହ ରାଜ୍ୟର ପରିସଂଖ୍ୟାନ ବ୍ୟବସ୍ଥା ଅଧିକ ଦକ୍ଷ ହୋଇପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)