US midterm elections: ଇସ୍ରାଏଲକୁ ବାର୍ଷିକ ୩.୮ ବିଲିୟନ ଡଲାର ସହାୟତା ବନ୍ଦ କରିବ ଆମେରିକା

Nov 03, 2026 - 21:42
US midterm elections: ଇସ୍ରାଏଲକୁ ବାର୍ଷିକ ୩.୮ ବିଲିୟନ ଡଲାର ସହାୟତା ବନ୍ଦ କରିବ ଆମେରିକା

ୱାସିଂଟନ: ଆମେରିକାରେ ମଙ୍ଗଳବାର ମଧ୍ୟବର୍ତ୍ତୀ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ଦ୍ବିତୀୟ ପାଳିର କାର୍ଯ୍ୟକାଳ ଅଧା ହୋଇଥିବାବେଳେ ଏହି ନିର୍ବାଚନ ତାଙ୍କ ଶାସନ ଓ ନୀତି ପ୍ରତି ଜନସାଧାରଣଙ୍କ ମତାମତର ପରୀକ୍ଷା ବୋଲି ବିବେଚନା କରାଯାଉଛି।

ଦେଶରେ ଦରଦାମ ବୃଦ୍ଧି, ଇରାନ ସହ ଯୁଦ୍ଧ ଏବଂ ଜୀବନଯାପନ ଖର୍ଚ୍ଚ ବଢ଼ିବାକୁ ନେଇ ଭୋଟରଙ୍କ ଅସନ୍ତୋଷ ଏହି ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି।

Advertisment ଆମେରିକାର ପ୍ରତିନିଧି ସଭାର ସମସ୍ତ ୪୩୫ଟି ଆସନ ଏବଂ ସିନେଟ୍‌ର ଏକ ତୃତୀୟାଂଶ ଆସନ ପାଇଁ ଭୋଟ୍‌ ହେଉଛି।

ଏଥିସହ ୩୬ଟି ରାଜ୍ୟରେ ଗଭର୍ଣ୍ଣର ପଦ ପାଇଁ ନିର୍ବାଚନ ହେଉଛି।

ବର୍ତ୍ତମାନ ଉଭୟ ସଦନରେ ରିପବ୍ଲିକାନ୍‌ ଦଳର ନିୟନ୍ତ୍ରଣ ରହିଛି।

ଏହାକୁ ବଜାୟ ରଖିବା ଟ୍ରମ୍ପଙ୍କ ଦଳ ପାଇଁ ବଡ଼ ଆହ୍ବାନ ହୋଇଛି।

ପ୍ରତିନିଧି ସଭାରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଡେମୋକ୍ରାଟ୍‌ମାନଙ୍କୁ ଅତିରିକ୍ତ ୩ଟି ଆସନ ଏବଂ ସିନେଟ୍‌ରେ ୪ଟି ଆସନ ହାସଲ କରିବାକୁ ପଡ଼ିବ।

ସୋମବାର ସୁଦ୍ଧା ୫ କୋଟି ୭୦ ଲକ୍ଷରୁ ଅଧିକ ଭୋଟର ଆଗୁଆ ମତଦାନ କରିସାରିଥିଲେ।

Trump Statement: ପାକିସ୍ତାନ ଦ୍ବାରା ଇରାନକୁ ୪୦୦ ରକେଟ୍ ଲଞ୍ଚର ପଠାଇଥିଲା ଚୀନ୍: ଡୋନାଲ୍ଡ ଟ୍ରମ୍ପ ସଦ୍ୟତମ ଜନମତ ସର୍ବେକ୍ଷଣ ଅନୁସାରେ, ମାତ୍ର ୩୫ ପ୍ରତିଶତ ଆମେରିକୀୟ ଟ୍ରମ୍ପଙ୍କ କାର୍ଯ୍ୟଦକ୍ଷତାକୁ ସମର୍ଥନ କରୁଛନ୍ତି।

ଅର୍ଥନୀତି ପରିଚାଳନା କ୍ଷେତ୍ରରେ ତାଙ୍କ ସପକ୍ଷରେ ମତ ଦେଇଥିବା ଲୋକଙ୍କ ସଂଖ୍ୟା ମାତ୍ର ୨୫ ପ୍ରତିଶତ।

ଏହାର ପ୍ରଭାବ ନିର୍ବାଚନ ଫଳାଫଳରେ ପଡ଼ିବ ବୋଲି ଡେମୋକ୍ରାଟ୍‌ମାନେ ଆଶା ରଖିଛନ୍ତି।

ଅନ୍ୟପକ୍ଷରେ, ଟ୍ରମ୍ପ କହିଛନ୍ତି ଯେ ନିର୍ବାଚନ ଫଳ ଆଶାଠାରୁ ଭଲ ହେବ।

ଦଳର ପ୍ରାର୍ଥୀଙ୍କ ପାଇଁ ସେ ମିସିସିପି, ସାଉଥ୍ କାରୋଲିନା ଓ ଟେକ୍ସାସ୍‌ ଭଳି ରାଜ୍ୟରେ ପ୍ରଚାର କରିଥିଲେ।

ଏହି ନିର୍ବାଚନ ଦିନ ଟ୍ରମ୍ପ ଇସ୍ରାଏଲକୁ ଦିଆଯାଉଥିବା ବାର୍ଷିକ ୩.୮ ବିଲିୟନ ଡଲାରର ସାମରିକ ସହାୟତା ବନ୍ଦ କରିବାକୁ ଘୋଷଣା କରିଛନ୍ତି।

ଫକ୍ସ ନ୍ୟୁଜ୍‌ର କାର୍ଯ୍ୟକ୍ରମ 'ଫକ୍ସ ଆଣ୍ଡ ଫ୍ରେଣ୍ଡସ୍‌'କୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇଛି।

ଇସ୍ରାଏଲ ଆଉ ଏହି ଅର୍ଥର ଆବଶ୍ୟକତା ଅନୁଭବ କରୁନାହିଁ ବୋଲି ଟ୍ରମ୍ପ କହିଛନ୍ତି।

ଆବଶ୍ୟକ ପଡ଼ିଲେ ଆମେରିକା ଇସ୍ରାଏଲକୁ ସହାୟତା କରିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ଏହି ସାମରିକ ସହାୟତା ୨୦୧୬ରେ ତତ୍କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସମୟରେ ହୋଇଥିବା ୧୦ ବର୍ଷିଆ ରାଜିନାମା ଅନୁସାରେ ୨୦୧୯ରୁ ଦିଆଯାଉଛି।

ଏହା ୨୦୨୮ ପର୍ଯ୍ୟନ୍ତ ଜାରି ରହିବାର ବ୍ୟବସ୍ଥା ରହିଛି।

ଗାଜା ଯୁଦ୍ଧ ଓ ଇରାନ ସହ ସଂଘର୍ଷ ପରେ ଆମେରିକାରେ ଇସ୍ରାଏଲକୁ ଦିଆଯାଉଥିବା ସହାୟତାକୁ ନେଇ ରାଜନୈତିକ ବିତର୍କ ବଢ଼ିଛି।

ଏହି ପ୍ରସଙ୍ଗ ମଧ୍ୟ ମଧ୍ୟବର୍ତ୍ତୀ ନିର୍ବାଚନରେ ରାଜନୈତିକ ଚର୍ଚ୍ଚାକୁ ପ୍ରଭାବିତ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)